କୋଲକାତା, ୧୦/୦୪ : ଗୋଟିଏ ବଲରେ ଦରକାର ଥିଲା ଗୋଟିଏ ରନ୍ । ମନେ ପଡିଗଲା ପୂର୍ବ ଦିନର ମୁକାବିଲା । ସମାନ ସ୍ଥିତିରେ ଥିଲେ ଗୁଜୁରାଟ ଟାଇଟନ୍ସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ହେଲେ ମ୍ୟାଚ୍ କୁ ଜିତାଇ ପାରିନଥିଲେ ଦିଲ୍ଲୀ ବ୍ୟାଟର ଡେଭିଡ୍ ମିଲର । ହେଲେ କୋଲକାତା ହାତମୁଠାରୁ ବିଜୟ ଛଡାଇ ଆଣିଥିଲେ ଲକ୍ଷ୍ନୌ ବ୍ୟାଟର ମୁକୁଲ ଚୌଧରୀ ।

ଜିତିଲା ପରେ ନିଜ ପିତାଙ୍କୁ ଇନିଂସ ଡେଡିକେଟ୍ କରିଛନ୍ତି ମୁକୁଲ । କାରଣ ମୁକୁଲଙ୍କ ସଫଳତା ପଛରେ ରହିଛି ପିତାଙ୍କ ତ୍ୟାଗ । ବଡ କଷ୍ଟରେ ସେ ମୁକୁଲଙ୍କୁ କ୍ରିକେଟର ବନାଇଛନ୍ତି । ପିତାଙ୍କ ବିନା ସେ ଜୀବନରେ କେବେ କ୍ରିକେଟ୍ ଖେଳି ପାରିନଥାନ୍ତେ ବୋଲି ମ୍ୟାଚ୍ ପରେ ପ୍ରକାଶ କରିଛନ୍ତି ନୂଆ ମ୍ୟାଚ୍ ଓ୍ୱିନର୍ ।

​​​​​​​Also Read :-କୋଲକାତାକୁ ହରାଇଦେଲେ ଧୋନୀଙ୍କ ଶିଷ୍ୟ...ମୁକୁଲଙ୍କ ବ୍ୟାଟିଂ ପଛରେ ମାହିଙ୍କ ହାତ ଏବଂ ଆଉ ଏକ ସିକ୍ରେଟ୍ କାରଣ

ତ୍ୟାଗକୁ ମନେ ପକାଇଲେ ବାପା

ମୁକୁଲଙ୍କ ଘର ରାଜସ୍ଥାନରେ । ତାଙ୍କ ପିତା ହେଲେ ଦଲିପ ଚୌଧରୀ । ଜିତିବା ପରେ ଏକ ଖବର କାଗଜକୁ ସାକ୍ଷାତକାର ଦେଇ ଦଲିପ କହିଛନ୍ତି ଯେ, ସେ ପୁଅକୁ କ୍ରିକେଟର ଭାବେ ଗଢି ତୋଳିବା ପାଇଁ ଇଚ୍ଛା ରଖିଥିଲେ । ମ୍ୟାଚ୍ ଜିତାଇବା ପରେ ସେ ପୁଅକୁ କଲ୍ କରିଥିଲେ । ପୁଅକୁ କାନ୍ଦୁଛ କି ବୋଲି ପଚାରିଥିଲେ । ଯାହାର ଉତ୍ତରରେ ମୁକୁଲ କୋହଭରା କଣ୍ଠରେ ତାଙ୍କୁ କାନ୍ଦୁ ନଥିବା କହିଥିଲେ ।

ମୁକୁଲ ଲକ୍ଷ୍ନୌ ପାଇଁ ଗତ ଦୁଇଟି ମୁକାବିଲା ଖେଳିଥିଲେ ବି ସେତେ ରନ୍ କରିପାରିନଥିଲେ । ଶେଷ ଦୁଇଟି ମ୍ୟାଚରେ ତାଙ୍କ ବ୍ୟାଟରୁ ଯଥାକ୍ରମେ ୧୪ ଏବଂ ରନ୍ ବାହାରିଥିଲା । ଯାହାକୁ ନେଇ ମୁକୁଲ ଚିନ୍ତାରେ ଥିବା ପିତା ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ,ପୁଅର ମ୍ୟାଚ୍ ଜିତାଇବାକୁ ଇଚ୍ଛା ଥିଲା । ଏନେଇ ମୁକୁଲ ତାଙ୍କୁ କଥା ଦେଇଥିଲେ । ଆଗାମୀ ମ୍ୟାଚରେ ଭଲ ଖେଳିବେ ବୋଲି କହିଥିଲେ । ଏବେ ସେ ନିଜ କଥା ରଖିଛନ୍ତି ।

ଦଲିପ ଆହୁରି ପ୍ରକାଶ କରିଛନ୍ତି ଯେ, ଗ୍ରାଜୁଏସନ୍ ସମୟରୁ ମୁକୁଲ ଖେଳକୁ ନେଇ ସିରୟସ ଥିଲେ । ଭାରତୀୟ ଦଳରେ ଖେଳିବା ପାଇଁ ଖୁବ୍ ପ୍ରତିଯୋଗିତା ରହିଥିବା ସେ ଜାଣିଥିଲେ । ତଥାପି ପୁଅକୁ ଉତ୍ସାହିତ କରୁଥିଲେ । ସ୍ୱପ୍ନକୁ ସତ କରିବା ପାଇଁ ପ୍ରେରଣା ଦେଉଥିଲେ ।

ମୁକୁଲ ଜନ୍ମ ହେବାର ପୂର୍ବର ସ୍ୱପ୍ନ

ଦଲିପ କହିଛନ୍ତି ଯେ, ସେ ୨୦୦୩ରେ ଗ୍ରାଜୁଏସନ ପାସ୍ କରିବା ସହ ବିବାହ କରିଥିଲେ । ବିବାହ ପରେ ଯଦି ତାଙ୍କର ପୁଅ ହୁଏ ସେ ତାଙ୍କୁ କ୍ରିକେଟର ବନାଇବେ ବୋଲି ଭାବିଥିଲେ । ୨୦୦୪ରେ ମୁକୁଲ ଜନ୍ମ ହୋଇଥିଲେ । ସବୁ କିଛି ତ୍ୟାଗ କରି ସେ ପୁଅକୁ କ୍ରିକେଟର କରିବା ପାଇଁ ମନସ୍ଥ କରିଥିଲେ । ଏତେ ଜଣ ଯଦି କ୍ରିକେଟର ହେଉଛନ୍ତି ତାଙ୍କ ପୁଅ କାହିଁକି ନହେବ ବୋଲି ସେ ଭାବିଥିଲେ ।

ଣ ଖିଲାପକାରୀ ଏବଂ ଜେଲର କାହାଣୀ

ଦଲିପ ଏକ ନିମ୍ନ ମଧ୍ୟବିତ୍ତ ପରିବାରକୁ ଆସିଥିଲେ । ଋଣ ସୁଝିବା ପାଇଁ ଘର ବିକିବାକୁ ପଡିଥିଲା । ପୁଅର କ୍ରିକେଟ୍ କ୍ୟାରିଅର ପାଇଁ ସେ ଲୋନ୍ ନେଇଥିଲେ । ଏମାମଲାରେ ତାଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିଛି । ଘର ବିକିଲା ପରେ ୨୧ ଲକ୍ଷ ଟଙ୍କା ମିଳିଥିଲା । ଏହି ଟଙ୍କାରେ ସେ ଏକ ହୋଟେଲ କରିଥିଲେ । ପୁଅକୁ କୋଚିଂ ଦେଇଥିଲେ । ପରିବାର ଲୋକେ ସମସ୍ତେ ଦୂରେଇ ଯାଇଥିଲେ । ଏପରିକି ନିଜ ଜୀବନ ବରବାଦ କରିଦେଇଛି ଏବେ ପୁଅର ଜୀବନ ନଷ୍ଟ କରିଦେବ ବୋଲି ତାଙ୍କୁ ଅନେକ ସମ୍ପର୍କୀୟ କହିଥିଲେ । ହେଲେ ସେ କିଛି ସୁଣିନଥିଲେ । ଏସବୁ କଥା ତାଙ୍କୁ ବିଚଳିତ କରିବା ସହ ଶକ୍ତିଶାଳୀ ମଧ୍ୟ କରିଥିଲା । ଯାହା ପୁଅର ସଫଳତାରେ ପ୍ରେରଣା ପାଲଟିଥିଲା ବୋଲି ଦଲିପ ପ୍ରକାଶ କରିଛନ୍ତି ।