ନୂଆଦିଲ୍ଲୀ,୧୦|୦୬ଲୀଲାବତୀ କୀର୍ତ୍ତିଲାଲ ମେହେତା ମେଡିକାଲ ଟ୍ରଷ୍ଟ୍ କୁ ଝଟକା । ମାମଲା ଖାରଜ କଲେ ବମ୍ବେ ହାଇକୋର୍ଟ । ଏଚଡିଏଫସି ବ୍ୟାଙ୍କ ବିରୋଧରେ ଟ୍ରଷ୍ଟ୍ ପକ୍ଷରୁ ଦାଖଲ ହୋଇଥିବା ଅନ୍ତରୀଣ ଆବେଦନ କୋର୍ଟରେ ଖାରଜ ହୋଇଯାଇଛି ।

ଆବେଦନରେ ଏଚଡିଏଫସି ବ୍ୟାଙ୍କ, ଏହାର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ସିଇଓ ଶଶିଧର ଜଗଦୀଶନ ଏବଂ ଅନ୍ୟ ବ୍ୟକ୍ତିଙ୍କ ନାଁ ରହିଥିଲା । ଏହି ବ୍ୟକ୍ତିମାନେ ଟ୍ରଷ୍ଟ୍ ଏବଂ ଏହାର ସଦସ୍ୟଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେଇପାରିବେ ନାହିଁ ବୋଲି ଆବେଦନରେ ଦର୍ଶାଯାଇଥିଲା । ଏଥିପାଇଁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅନୁରୋଧ ମଧ୍ୟ କରାଯାଇଥିଲା ।

ରିପୋର୍ଟ ଅନୁସାରେ, ଲୀଲାବତୀ ଟ୍ରଷ୍ଟ୍ ଏଚଡିଏଫସି ବ୍ୟାଙ୍କ ବିରୋଧରେହଜାର କୋଟିର କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରିଥିଲା । ଏଥିପାଇଁ ମାନହାନୀ ମୋକଦ୍ଦମା ଦାଖଲ କରିଥିଲା । ଟ୍ରଷ୍ଟର ଅଭିଯୋଗ ଅନୁସାରେ, ବ୍ୟାଙ୍କ ଏବଂ ଏହାର ବରିଷ୍ଠ ଅଧିକାରୀ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମରେ ଟ୍ରଷ୍ଟର ସମ୍ମାନକୁ ହାନୀ ପହଁଚାଇବା ଭଳି ବୟାନ ଜାରି କରୁଛନ୍ତି । ଯାହା ଠିକ୍ ନୁହେଁ ।

ତେବେ ଜଷ୍ଟିସ୍ ସୋମଶେଖର ସୁନ୍ଦରେସନଙ୍କ ଖଣ୍ଡପୀଠ ଟ୍ରଷ୍ଟ ପକ୍ଷରୁ ଦାଖଲ ଆବେଦନକୁ ଖାରଜ କରିଛନ୍ତି । ସେ କହିଛନ୍ତି ଯେ, ଏଚଡିଏଫସି ପକ୍ଷରୁ ଯେଉଁ ବୟାନ ଦିଆଯାଇଛି ସେଥିରେ ସମ୍ମାନ ହାନୀ କଲା ଭଳି କିଛି କଥା ନାହିଁ । ଏହା ତଥ୍ୟ ଆଧାରରେ ଦିଆଯାଇଛି । ଏହାସହ କୋର୍ଟ ଓଲଟା ଟ୍ରଷ୍ଟ୍ ବିରୋଧରେଲକ୍ଷ ଟଙ୍କାର ଜରିମନା ଲଗାଇଛନ୍ତି । ଯାହା ଟ୍ରଷ୍ଟ୍ ଏଚଡିଏଫସି ବ୍ୟାଙ୍କକୁ ପ୍ରଦାନ କରିବ ।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ଏଚଡିଏଫସି ବ୍ୟାଙ୍କ ଲୀଲାବତୀ ଟ୍ରଷ୍ଟର ସଦସ୍ୟ ପ୍ରଶାନ୍ତ ମେହେତାଙ୍କ ବିରୋଧରେ ପଇସା ବାକି ରଖିଥିବା ପ୍ରକାଶ କରିଥିଲା । ଯାହା ତଥ୍ୟ ଉପରେ ଆଧାରିତ ଏବଂ ଏହା ଠିକ୍ ଅଛି । ତେଣୁ ଏହା ସତ କହିବାର ଅଧିକାର ମଧ୍ୟରେ ଆସୁଛି । ଫଳରେ ମାନହାନୀ ମକଦ୍ଦମା ରୁଜୁ ହୋଇପାରିବ ନାହିଁ ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଏଚଡିଏଫସି ବୟାନ ଦେବାକୁ ବାଧ୍ୟ ହୋଇଥିଲା । କାରଣ ଏଚଡିଏଫସି ଏବଂ ଏହାର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଲଗାତାର ଭାବେ ଖବର ପ୍ରକାଶ କରିବାକୁ ଏକ କ୍ୟାମ୍ପେନ୍ ଆରମ୍ଭ ହୋଇଥିଲା ।