ପୁରୀ ୨୨।୮: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଜଣେ ଭକ୍ତଙ୍କ ପ୍ରାଣ ଚାଲିଗଲା । ପୁରୀ ହସ୍ପିଟାଲରେ ଭକ୍ତଙ୍କୁ ମୃତ ଘୋଷଣା କଲେ ଡାକ୍ତର। ମୃତ ମହିଳା ଭକ୍ତ ଜଣକ ହେଉଛନ୍ତି ରାଜସ୍ଥାନ ଅଲୱାର ଅଞ୍ଚଳର ୪୪ ବର୍ଷୀୟା ବର୍ଷା ଗୁପ୍ତା।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ବର୍ଷା ତାଙ୍କ ପରିବାର ଲୋକଙ୍କ ସହିତ ଶ୍ରୀମନ୍ଦିର ଆସିଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ପରିକ୍ରମା କରୁଥିବା ସମୟରେ ବର୍ଷା ଅସୁସ୍ଥ ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read:- ହତ୍ୟା ନା ଦୁର୍ଘଟଣା ? ୯୦ ଲକ୍ଷର ମୂର୍ତ୍ତି ଡିଲ୍‌ର ଭିଡିଓ କରିଥିଲେ ଯୁବକ, ପରେ ମିଳିଲା ମୃତଦେହ

ନିଜ ପରିବାର ସହ ଶୁକ୍ରବାର ଠାରୁ ସେ ପୁରୀ ଆସିଥିଲେ। ଶନିବାର ସକାଳେ ବର୍ଷା ନିଜ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ସାରି ପରିକ୍ରମା କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ବୋଲି କହିଛନ୍ତି ପରିବାର ଲୋକେ। ତେବେ ବର୍ଷାଙ୍କ ଏଭଳି ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ।

Watch Video: