ଭୁବନେଶ୍ବର ୨୦।୭: ରାଜ୍ୟରେ ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । DAP ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି । ବିକଳ୍ପ ଭାବେ କମ୍ପ୍ଲେକ୍ସ ଫର୍ଟିଲାଇଜର୍ ଓ ଆମୋନିୟମ୍ ସଲଫେଟ୍‌କୁ ପ୍ରୋତ୍ସାହନ । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ । ଭାରତ ସରକାର ବିପୁଳ ପରିମାଣରେ ଆମୋନିୟମ୍ ସଲଫେଟ୍ ଯୋଗାଇବେ । ଏହା ମୃତ୍ତିକାରେ ସଲଫର୍ ଅଭାବ ଦୂର କରିବାରେ ସହାୟକ ହୋଇପାରିବ । DAP ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜରକୁ ଗୁରୁତ୍ବ । ପ୍ରତ୍ୟେକ ଜିଲ୍ଲାର MARKFEDକୁ ଇଣ୍ଡେଣ୍ଟ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ।

Also Read:- ବ୍ଲଡ୍ ପ୍ରେସର ଚେକ୍ ପାଇଁ ଅପେକ୍ଷା କର କହିଲେ ଡାକ୍ତର, ରାଗିଯାଇ ଷ୍ଟୁଲରେ ଆକ୍ରମଣ କଲେ ଯୁବକ

ୟୁରିଆ ଓ ଡିଏପି ସାର ବିକଳ୍ପ ବ୍ୟବହାର କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ୟୁରିଆ ଓ ଡିଏପିରେ ଥିବା ସମାନ କେମିକାଲ ସ୍ପେଶିଫିକେସନ ବା କମ୍ପୋନେଣ୍ଟ ବିକଳ୍ପରେ ରହିଛି । ଏଣୁ ସବୁକିଛି ତର୍ଜମା କରି ତାକୁ ବ୍ୟବହାର କରିବାକୁ କୁହାଯାଇଛି । କିଛି ଅସୁବିଧା ହେବ ନାହିଁ । ଲ୍ୟାବ୍ରୋଟରି ଟେଷ୍ଟିଙ୍ଗ ପରେ ହିଁ ନିଷ୍ପତ୍ତି ହୋଇଛି । ଅନ୍ୟ କିଛି ଦେଲେ ଫଳ ହେବନି କି ଚାଷ ହୋଇପାରିବନି । ଏଣୁ ଯାହା ହୋଇଛି ଚାଷୀଙ୍କ ଭଲ ପାଇଁ କରାଯାଇଛି । ଏବେ ଯାଏଁ ୧ ଲକ୍ଷ ୮୧ ହଜାର ୮୧୦ ମେଟ୍ରିକ୍ ଟନ୍ ସାର କୃଷି ବିଭାଗରୁ ମିଳିଛି । ଯେହେତୁ ଅଧିକ ଚାଷ ହୋଇଛି ଏଣୁ ସାର୍ ପାଇଁ ଲମ୍ବା ଲାଇନ୍ ଲାଗୁଛି । ସାର କଳାବଜାର ପାଇଁ ପାକ୍ସକୁ ତାଗିଦ୍ କରାଯାଇଛି । ପୂର୍ବରୁ କୃଷି ବିଭାଗରୁ ୩୫ ପ୍ରତିଶତ ସାର ମିଳୁଥିଲା ଏବେ ୬୦ ପ୍ରତିଶତ ମିଳୁଛି । ସାର ଅଭାବ ଏ ବର୍ଷ ହେବ ନାହିଁ । ଯୁଦ୍ଧ ପାଇଁ ଅନେକ ବିଳମ୍ବ ହୋଇଛି ସତ ହେଲେ ବି ସାର୍ ମହଜୁଦ ଅଛି କିଛି ଅସୁବିଧା ହେବ ନାହିଁ ବୋଲି ପ୍ରଦୀପ ବଳସାମନ୍ତ କହିଛନ୍ତି ।