ରାୟଗଡ଼ା ୦୧।୦୯ : ଋଣ ବୋଝରେ ଅସହାୟ ହୋଇପଡ଼ିଛନ୍ତି ଜଣେ ଭକ୍ତ । ଚାରିଆଡ଼ୁ ନିରାଶ ହୋଇ ଶେଷରେ ମା' ମଝିଘରିଆଣୀଙ୍କ ଚରଣରେ ନିଜ ଦୁଃଖ ଜଣାଇଛନ୍ତି। ଋଣମୁକ୍ତ ହେବା ପାଇଁ ମା’ଙ୍କୁ ଏକ ଭାବବିହ୍ବଳ ଚିଠି ଲେଖ୍ ଦାନହୁଣ୍ଡିରେ ପକାଇଛନ୍ତି। ଆଜି ଦାନହୁଣ୍ଡି ଖୋଲିବା ବେଳେ ଚିଠିଟି ସାମ୍ନାକୁ ଆସିଛି । ଚିଠିଟି ପଢ଼ିବା ପରେ ସେଠାରେ ଠାରେ ଉପସ୍ଥିତ ଶ୍ରଦ୍ଧାଳୁ ଭାବବିହ୍ବଳ ହୋଇପଡ଼ିଛନ୍ତି।

ମା'ଙ୍କ ପ୍ରତି ଅଗାଢ଼ ବିଶ୍ବାସ ରଖ୍ କୋରାପୁଟ ଜିଲ୍ଲାର ସୁନୀଲ ଖରା ନାମକ ଶ୍ରଦ୍ଧାଳୁ ଏହି ଚିଠି ଲେଖୁଛନ୍ତି। ଏଥିରେ ସେ ନିଜ ଦୁଃଖ, ଯନ୍ତ୍ରଣା ଓ ଅସହାୟତାର କଥା ଉଲ୍ଲେଖ କରିବା ସହ ଋଣ ବୋଝରୁ ମୁକ୍ତି ପାଇଁ ଗୁ ହାରି କରିଛନ୍ତି। ଚିଠିରେ ଦର୍ଶାଯାଇଛି ଯେ ସେ ପ୍ରାୟ ୨୩ ଜଣ ବ୍ୟକ୍ତିଙ୍କ ପାଖରୁ ଋଣ ନେଇଛନ୍ତି। ଏ ପର୍ଯ୍ୟନ୍ତ ପରିଶୋଧ କରିପାରିନାହାନ୍ତି। ସେ ଓ ତାଙ୍କ ପରିବାର ଭୀଷଣ ମାନସିକ ଚାପରେ ରହିଛନ୍ତି। ଏହି କଷ୍ଟରୁ ତାଙ୍କୁ ଉଦ୍ଧାର କରି ଋଣମୁକ୍ତ କରନ୍ତୁ। ଏଥିଲାଗି ନିଜକୁ ମା’ଙ୍କ ଚରଣରେ ସମର୍ପି ଦେଇଥିବା ଜଣାଇଛନ୍ତି । ଯେଉଁ ୨୩ ଜଣଙ୍କଠାରୁ ଋଣ ନେଇଛନ୍ତି, ସେମାନଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି ।

Also Read:- ​​​​​​​ମାସ ଆରମ୍ଭରୁ LPG ସିଲିଣ୍ଡରର ନୂଆ ଦର ଲାଗୁ, ବଢ଼ିଲା ଏତେ ଦର ଲୋକେ ହେଲେଣି ଛାନିଆ....