ଭୁବନେଶ୍ବର ୨୮।୩: ଚାରିଆଡ଼େ ଗ୍ୟାସ୍ ପାଇଁ ହାହାକାର । କେଉଁଠି କିଏ ବୁକିଂ କରି ଗ୍ୟାସ୍ ପାଉନି ତ ଆଉ କେଉଁଠି ଏଜେନ୍ସୀ ଆଗରେ ଘଣ୍ଟା ଘଣ୍ଟା ଲାଇନ୍ ଦେବାକୁ ପଡୁଛି । ଏଭଳି LPG ସଙ୍କଟ ସ୍ଥିତି ସମୟରେ ରାଜ୍ୟରେ ତେଲ କିମ୍ବା ଗ୍ୟାସ୍ ସଙ୍କଟ ନାହିଁ, ବିରୋଧୀ ଅପପ୍ରଚାର କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ବିରୋଦୀଙ୍କ କଥା କିନ୍ତୁ ଭିନ୍ନ ।

ଆଇନ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ତେଲ କିମ୍ବା ଗ୍ୟାସ୍ ସଙ୍କଟ ନାହିଁ । ବିରୋଧୀ ମାନେ ଅପପ୍ରଚର କରୁଛନ୍ତି । ସାଧାରଣ ଲୋକଙ୍କ ଉପରେ ଆଞ୍ଚ୍ ଆସିବାକୁ ଦିଆଯିବ ନାହିଁ । ଘରୋଇ ଗ୍ୟାସ୍ ବିକ୍ରୟରେ ବିଶେଷ ଅସୁବିଧା ହେଲାଭଳି ମୋତେ ଲାଗୁନି । ବୁକିଂ ସମୟ ଟିକେ ବଢ଼ିଛି । ଅନ୍ୟ ଦେଶ ମାନଙ୍କ ତୁଳନାରେ ଆମେ ଭଲରେ ଅଛୁ । ଦେଶ ଗୋଟିଏ ଠିକ୍ ନେତୃତ୍ବଙ୍କ ହାତରେ ଅଛି । ସେଭଳି ଅସୁବିଧା ହେବ ବୋଲି ମୁଁ ଭାବୁନି । ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି ବୋଲି ପୃଥ୍ବୀରାଜ କହିଛନ୍ତି ।

Also Read:- LPG Crisis: ଆଗ ଓଡ଼ିଶାର ଅସଲ ସ୍ଥିତି କୁହନ୍ତୁ ସରକାର, ପରବର୍ତ୍ତୀ ସମୟର ବିକଳ୍ପ କ’ଣ ତାହା ଜଣାନ୍ତୁ

ସେପଟେ ବିଜେଡିର ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ଯଦି କହୁଛନ୍ତି ଟିମ୍ ଇଣ୍ଡିଆ ହୋଇ କାମ କରିବାକୁ, ଏହା ସ୍ୱାଭାବିକ । ସଙ୍କଟ ସମୟରେ ସବୁ ଏକ ହୋଇ ଠିଆ ହୁଅନ୍ତି । କ’ଣ ଦରଦାମ୍ ଉପରେ ନିୟନ୍ତ୍ରଣ ଆସିଲା କି ? ମନ୍ତ୍ରୀ ଯଦି କହୁଛନ୍ତି ଦୁଇ ମାସ ଯାଏଁ LPG ମହଜୁଦ ଅଛି, ତେବେ ଲୋକେ ଲାଇନରେ କାହିଁକି ଠିଆ ହେଉଛନ୍ତି ? ଆଗ ଓଡ଼ିଶାର ଅସଲ ସ୍ଥିତି କୁହନ୍ତୁ ସରକାର । ପରବର୍ତ୍ତୀ ସମୟର ବିକଳ୍ପ କ’ଣ ? ତାହା ସରକାର ଜଣାନ୍ତୁ । ଆଗରୁNistar Cessଦିଆଯାଉଥିଲା । ପାହାଡ଼ିଆ ଉପାନ୍ତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ, ଜାଳେଣି କାଠ ଯୋଗାଇ ଦିଆଯାଉଥିଲା । ତାହା ଏବେ ଯୋଗାଇବାକୁ ସରକାର ସୁନିଶ୍ଚିତ କରନ୍ତୁ ବୋଲି ଦେବୀ ମିଶ୍ର କହିଛନ୍ତି ।