ନୂଆଦିଲ୍ଲୀ: ୟୁରୋପୀୟ ଜଳବାୟୁ ଅବଜର୍ଭେଟରୀ ‘କୋପରନିକସ କ୍ଲାଇମେଟ ଚେଞ୍ଜ ସର୍ଭିସ’ ଗୁରୁବାର କହିଛନ୍ତି ଯେ ଚଳିତବର୍ଷର ଅଗଷ୍ଟ ମାସ ୨୦୨୩ ମସିହାର ଜୁଲାଇ ମାସ ସହ ମିଶି ଏପର୍ଯ୍ୟନ୍ତର ସବୁଠୁ ଉଷ୍ମ ମାସ ଭାବେ ରେକର୍ଡ ହୋଇଛି। କ୍ଲାଇମେଟ୍ ଚେଞ୍ଜ ସର୍ଭିସ କହିଛି ଯେ ଅଗଷ୍ଟ ମାସରେ ବୈଶ୍ୱିକ ହାରାହାରି ତାପମାତ୍ରା ଔଦ୍ୟୋଗିକରଣ ପୂର୍ବର ଆନୁମାନିକ ସ୍ତରରୁ ୧.୬୫ ଡିଗ୍ରି ସେଲିସୟସ୍ ଅଧିକ ଥିଲା। ନଭେମ୍ବର ୨୦୨୫ ପରେ ପ୍ରଥମ ଥର ବୈଶ୍ୱିକ ମାସିକ ହାରାହାରି ତାପମାତ୍ରା ଔଦ୍ୟୋଗିକରଣ ପୂର୍ବର ହାରାହାରିରୁ ୧.୫ ଡିଗ୍ରି ସେଲସିୟସ୍ ଉପରକୁ ପହଞ୍ଚିଛି।

ତାପମାତ୍ରାରେ ଏପରି ବୃଦ୍ଧିର ମୁଖ୍ୟ କାରଣ ଜୀବାସ୍ମ ଇନ୍ଧନ ଜଳିବାରୁ ବାହାରୁଥିବା ଗ୍ରୀନହାଉସ୍ ଗ୍ୟାସ୍ ଉତ୍ସର୍ଜନ ଓ ଉଷ୍ଣ କଟିବନ୍ଧୀୟ ପ୍ରଶାନ୍ତ କ୍ଷେତ୍ରରେ ‘ଅଲିନିନୋ’ ସ୍ଥିତି କାରଣରୁ ଗ୍ଲୋବାଲ ୱାର୍ମିଂ ଅଟେ। ମିଳିତ ଜାତି ସଂଘ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକାରୀ ସଚିବ ସାଇମନ ଷ୍ଟିଲ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ବିପୁଳ ପରିମାଣରେ କୋଇଲା, ତୈଳ ଓ ଗ୍ୟାସ୍ ର ଉପଯୋଗ ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ଏଥିରୁ ହେଉଥିବା ପ୍ରଦୁଷଣ ଆମ ଗ୍ରହକୁ ଏପରି ଉତପ୍ତ କରୁଥିବ। ଅତ୍ୟାଧିକ ଗ୍ରୀଷ୍ମ ରେକର୍ଡ ଭାଙ୍ଗୁଥିବ, ଲକ୍ଷଲକ୍ଷୟ ଲୋକଙ୍କ ଜୀବନ ଯିବା ସହ ବିପୁଳ କ୍ଷୟକ୍ଷତି ହେଉଥିବ। ପରିବହନ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ଉପରେ ପ୍ରଭାବ ପଡିବା ସାଙ୍ଗକୁ ଭୋଜନ ଭଳି ଘରୋଇ ଜରୁରି ସାମଗ୍ରୀର ମୂଲ୍ୟ ବଢିବ।

ସେ କହିଛନ୍ତି ଯେ ପ୍ରମାଣ ଅକାଟ୍ୟ ଓ ଏହା ମାନବତା ଦ୍ୱାରା ଜୀବାଷ୍ମ ଇନ୍ଧନର ଉପଯୋଗର ବଢୁଥିବା ମୂଲ୍ୟ ଏବଂ ଏହା ବୈଶ୍ୱିକ ଜଳବାୟୁ ସଂକଟକୁ ପ୍ରୋତ୍ସାହିତ କରୁଛି। କୋପର ନିକସ କ୍ଲାଇମେଟ ଚେଞ୍ଜ ସର୍ଭିସ ଏ କଥାକୁ ବି ରେଖାଙ୍କିତ କରିଛି ଯେ ଚଳିତବର୍ଷର ଗତ ଅଗଷ୍ଟ ମାସରେ ଧ୍ରୁବିୟ କ୍ଷେତ୍ର ବାହାରେ ସମୁଦ୍ର ପୃଷ୍ଠର ହାରାହାରି ତାପମାତ୍ରା ୨୧.୦୭ ଡିଗ୍ରି ସେଲସିୟସର ରେକର୍ଡ ସ୍ତରକୁ ପହଞ୍ଚିଛି, ଯାହା ୨୦୨୩ ଅଗଷ୍ଟରେ ୨୦.୯୮ ଡିଗ୍ରି ସେଲସିୟସର ପିଛିଲା ରେକର୍ଡକୁ ମଧ୍ୟ ପାର କରିଯାଇଛି। ଅବଜର୍ଭେଟରୀ କହିଛି ଯେ ଉଷ୍ଣ କଟିବନ୍ଧିୟ ପ୍ରଶାନ୍ତ କ୍ଷେତ୍ରରେ ମଜଭୁତ ‘ଏଲନିନୋ’ ବିକଶିତ ହେଉଛି, ଯେଉଁଥିରେ ମହାସାଗରଙ୍କ ଉତ୍ତାପ ବଢୁଛି ଯାହା ପୂର୍ବରୁ କେତେ ଦଶନ୍ଧୀ ହେଲା ବଢିବାରେ ଲାଗିଥିଲା।