ଭୁବନେଶ୍ୱର ୧୨।୦୪ : ରାଜଧାନୀରେ ଘର ଏବେ ସ୍ବପ୍ନ । ଜମି ଦର ଆକାଶ ଛୁଆଁ, ୨୦୦ପ୍ରତିଶତ ଯାଏ ବଢ଼ିଲା । ଜୟଦେବ ବିହାର ମୌଜାରେ ଘରବାରି ଜମି ଏକର ଏବେ ୫୦ କୋଟି ଟଙ୍କା। ଏପ୍ରିଲ ପହିଲାରୁ ଲାଗୁ ହୋଇଛି ଏହି ଦର। ଥିଲା ୨୧ କୋଟି , ଏକା ଥରକେ ବଢ଼ିଲା ୧୩୫% । ଲିଙ୍ଗିପୁର ଜମି ଏକର ସାଢ଼େ ୭ କୋଟିରୁ ସାଢ଼େ ୧୭ କୋଟି ଛୁଇଁଛି।

ମାର୍ଚ୍ଚରେ ରଘୁନାଥପୁର ଜାଲିରେ ଜମି ବିକ୍ରି ହେଉଥିଲା ୪ କୋଟି ୨୦ ଲକ୍ଷ ଟଙ୍କାରେ। ଏବେ ଏକରକୁ ୧୪ କୋଟି। ବଢ଼ିଲା ୨୩୩% । କପିଳେଶ୍ବର ଜମି ଭାଉ ୪.୯୦ କୋଟିରୁ ସିଧା ୧୯.୩୫ କୋଟିକୁ ଡିଆଁ ମାରିଛି। ପାହାଳରେ ଦର ୪ କୋଟି ୯୨ ଲକ୍ଷ ଟଙ୍କାରୁ ବଢ଼ି ପହଞ୍ଚିଛି ୧୦ କୋଟିରେ। ଆଇଗିଣିଆରେ ନୂଆ ଦର ୧୪ କୋଟି, ଥିଲା ୮ କୋଟି ୬୩ ଲକ୍ଷ ଟଙ୍କା। ସୁନ୍ଦରପଦା ଜମି ଭାଉ ୬ କୋଟିରୁ ବଢ଼ି ୯ କୋଟିରେ ପହଞ୍ଚିଛି। ଇଞ୍ଜଣା ଜମି ଦର ଥିଲା ଥିଲା ୨ କୋଟି ୯୦ ଲକ୍ଷ। ଏବେ ହେଲା ୧୦ କୋଟି ୭୫ ଲକ୍ଷ ଟଙ୍କା। ବଢ଼ିଲା ୨୭୦% । ଭୁବନେଶ୍ୱରର ହାର୍ଟ ଏରିଆରେ ଜମି ମୂଲ୍ୟ ୧୦ କୋଟି ୮୦ ଲକ୍ଷ ଟଙ୍କା ଥିଲା, ଏବେ ୨୭ କୋଟି ୮୦ ଲକ୍ଷ। ବଢ଼ିଗଲା ୧୫୭% । କମିଟିର ପ୍ରସ୍ତାବିତ ବେଞ୍ଚ ମାର୍କ ମୂଲ୍ୟକୁ ଟପିଯାଇଛି ନୂଆ ନିର୍ଦ୍ଧାରିତ ମୂଲ୍ୟ ।

Also Read:-Dindori Accident Update: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା, ୫ ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ୟାଙ୍କର

ନୂଆ ଜମି ବେଞ୍ଚ ମାର୍କ ମୂଲ୍ୟରେ ସବୁ ମଧ୍ୟବିତ୍ତଙ୍କ ସ୍ୱପ୍ନ ଭାଙ୍ଗି ଚୁନା ହୋଇ ଯାଇଛି। ଆଗରୁ ରାଜଧାନୀର ମଝି ଇଲାକାର ଜମି ଦରରେ ହାତ ମାରି ହେଉନଥିଲା, ଏବେ ଉପକଣ୍ଠକୁ ମୁହାଁଇବା ବି ମନା। ରାଜଧାନୀର କୋର ଏରିଆ ହେଉ କି ଉପକଣ୍ଠ, ଜମି ଦର ଆକାଶଛୁଆଁ । ଶୁଣିଲେ ମୁଣ୍ଡ ଘୂରେଇଯିବ। ଚଳିତ ଆର୍ଥିକ ବର୍ଷ ଆରମ୍ଭସହ ନୂଆ ଜମି ବେଞ୍ଚ୍ ମାର୍କ ଚଡ଼କ ପଡ଼ିଛି । ଦର ଏମିତି ଯେ ଦିଲ୍ଲୀ, ମୁମ୍ବାଇ ବି ପଛରେ ପଡ଼ିଯିବ। ରେଜିଷ୍ଟ୍ରି ଫି ଏବଂ ଷ୍ଟାମ୍ପ ଡ୍ୟୁଟିରେ ଅହେତୁକ ବୃଦ୍ଧି ହୋଇଛି । ସେହିପରି ଘରବାରି, ବାଣିଜ୍ୟିକ, ଶିଳ୍ପାଞ୍ଚଳ ସବୁ କିସମ ଜମି ମୂଲ୍ୟ ବୃଦ୍ଧି ହୋଇଛି । .