ଫିଫା ବିଶ୍ୱକପ୍ ୨୦୨୬:୨୦୨୬ ଫିଫା ବିଶ୍ୱକପ୍ରେ କିଲିଆନ୍ ଏମ୍ବାପେ ଏବଂ ଲିଓନେଲ ମେସି ଦୁହେଁ ୭ଟି ଲେଖାଏଁ ଗୋଲ୍ ଦେଇ ସର୍ବାଧିକ ଗୋଲ୍ ସ୍କୋରର ଭାବେ ତାଲିକାର ଶୀର୍ଷରେ ଅଛନ୍ତି। ତେବେ ଗୋଲ୍ ସଂଖ୍ୟା ସମାନ ଥିଲେ ମଧ୍ୟ ଏମ୍ବାପେ ବାଲେନ ଡି ଓର୍ ଦୈାଡରେ ମେସିଙ୍କଠାରୁ ଆଗରେ ରହିଛନ୍ତି। ଏହାର କାରଣ ହେଉଛି ଫିଫାର ନିର୍ଦ୍ଦିଷ୍ଟ 'ଟାଇ-ବ୍ରେକର୍' ନିୟମ।

ଏମ୍ବାପେ କାହିଁକି ମେସିଙ୍କଠାରୁ ଆଗରେ?

ଫିଫା ବିଶ୍ୱକପ୍ ୨୦୨୬ର ନିୟମାବଳୀ ଅନୁଯାୟୀ, ଯଦି ଦୁଇ କିମ୍ବା ତଦୁର୍ଦ୍ଧ ଖେଳାଳିଙ୍କ ଗୋଲ୍ ସଂଖ୍ୟା ସମାନ ରହେ, ତେବେ ଅନେକ ନିୟମ ରହିଛି ବିଜେତା ନିର୍ଦ୍ଧାରଣ ପାଇଁ। ପ୍ରଥମେ ଆସିଷ୍ଟକୁ ଦେଖାଯାଏ। ଏମ୍ବାପେ ଏହି ଟୁର୍ଣ୍ଣାମେଣ୍ଟରେ୨ଟି ଅସିଷ୍ଟ୍କରିଥିବା ବେଳେ ମେସି ଏପର୍ଯ୍ୟନ୍ତ ଗୋଟିଏ ବି ଅସିଷ୍ଟ୍ କରିନାହାନ୍ତି। ତେଣୁ ଏମ୍ବାପେ ଗୋଲ୍ଡେନ୍ ବୁଟ୍ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି।

ଯଦି ଅସିଷ୍ଟ୍ ମଧ୍ୟ ସମାନ ହୁଏ?

ଯଦି ଗୋଲ୍ ଏବଂ ଅସିଷ୍ଟ୍ ଦୁଇଟିଯାକ ସମାନ ହୁଏ, ତେବେ ଫିଫା 'ଖେଳିଥିବା ମୋଟ ମିନିଟ୍'କୁ ବିଚାରକୁ ନିଏ। ଯେଉଁ ଖେଳାଳି କମ୍ ମିନିଟ୍ ଖେଳିଥାଆନ୍ତି, ତାଙ୍କୁ ଉଚ୍ଚ ସ୍ଥାନ ମିଳେ। ଏହା ଅଧିକ ଗୋଲ୍ ସ୍କୋରିଂ ଦକ୍ଷତାକୁ ସମ୍ମାନ ଜଣାଇବା ପାଇଁ କରାଯାଇଥାଏ। ଉଦାହରଣ ସ୍ୱରୂପ, ଏର୍ଲିଂ ହାଲାଣ୍ଡ ୫ ଗୋଲ୍ ଏବଂ ହ୍ୟାରି କେନ୍ ୫ ଗୋଲ ମଧ୍ୟରୁ ହାଲାଣ୍ଡ କମ୍ ମିନିଟ୍ ଖେଳିଥିବାରୁ ତାଲିକାରେ ଉପରେ ଅଛନ୍ତି।

ଗୋଲ୍ଡେନ୍ ବୁଟ୍ ଦୌଡ଼ର ବର୍ତ୍ତମାନର ସ୍ଥିତି (ଟପ୍-୫):

ସ୍ଥାନ

ଖେଳାଳି

ଗୋଲ୍

ଅସିଷ୍ଟ୍

କାଇଲିଆନ୍ ଏମ୍ବାପେ

ଲିଓନେଲ ମେସି

ଏର୍ଲିଂ ହାଲାଣ୍ଡ

-

ହ୍ୟାରି କେନ୍

-

ଓସମାନ ଡେମ୍ବେଲେ

ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍, ସେମି ଫାଇନାଲ୍ ଏବଂ ଫାଇନାଲ୍ ବାକି ଥିବାରୁ ଏହି ଗୋଲ୍ଡେନ୍ ବୁଟ୍ ଦୌଡ଼ ଆହୁରି ରୋମାଞ୍ଚକର ହେବାର ସମ୍ଭାବନା ରହିଛି।