"ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଏକ ଐତିହାସିକ ସଫଳତାର ଯାତ୍ରା । ଗତ ୧୨ ବର୍ଷ ମଧ୍ୟରେ ଖଦି କ୍ଷେତ୍ରରେ ଆସିଛି ଏକ ଅଭୂତପୂର୍ବ ବିପ୍ଳବ ବିକାଶ ଧାରାରେ ଆଗେଇ ଚାଲିଥିବା ଖଦିର ମୋଟ ବିକ୍ରି ୨୦୨୫-୨୬ ଆର୍ଥିକ ବର୍ଷରେ ୬ ଗୁଣ ବୃଦ୍ଧି ପାଇ ₹୧,୮୭,୧୦୫ କୋଟିରେ ପହଞ୍ଚିଛି। ସେହିପରି ମୋଟ ଉତ୍ପାଦନ ମଧ୍ୟ ପ୍ରାୟ ୫ ଗୁଣ ବଢ଼ିଛି। ଖଦି କେବଳ ଏକ ବ୍ୟବସାୟ ନୁହେଁ, ଏହା ହେଉଛି ରୋଜଗାର ଓ ସଶକ୍ତିକରଣର ଏକ ମାଧ୍ୟମ। ଆଜି ଖଦି ଶିଳ୍ପରେ ମୋଟ ରୋଜଗାର ୨.୦୪ କୋଟି ଛୁଇଁଥିବା ବେଳେ, ଏଥିରେ କାର୍ଯ୍ୟରତ କାରିଗରଙ୍କ ମଧ୍ୟରୁ ୮୦% ରୁ ଅଧିକ ହେଉଛନ୍ତି ମହିଳା ଶକ୍ତି! କାରିଗରଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସେମାନଙ୍କ ପାରିଶ୍ରମିକକୁ ୨୭୫% ବୃଦ୍ଧି କରାଯାଇଛି। PMEGP ଯୋଜନା ମାଧ୍ୟମରେ କେବଳ ଏହି ଗୋଟିଏ ବର୍ଷରେ ୭ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି ଏବଂ କାରିଗରମାନଙ୍କୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ମେସିନ୍ ଓ ଟୁଲ୍-କିଟ୍ ବଣ୍ଟନ କରାଯାଇଛି।

ବିବରଣୀ ୨୦୧୩-୧୪ ୨୦୨୫-୨୬ ବୃଦ୍ଧି (ହାର)
ମୋଟ ବିକ୍ରୟ ₹୩୧,୧୫୪ କୋଟି ₹୧,୮୭,୧୦୫ କୋଟି ୫୦୧% (୬ ଗୁଣରୁ ଅଧିକ)
ମୋଟ ଉତ୍ପାଦନ ₹୨୬,୧୦୯ କୋଟି ₹୧,୨୫,୨୯୬ କୋଟି ୩୮୦% (ପ୍ରାୟ ୫ ଗୁଣ)
ମୋଟ ରୋଜଗାର ୧.୩୦ କୋଟି ୨.୦୪ କୋଟି ୫୬%
ଖଦି ବସ୍ତ୍ର ବିକ୍ରୟ ₹୧,୦୮୧ କୋଟି ₹୭,୮୬୯ କୋଟି ୬୨୮%
ଖଦି ବସ୍ତ୍ର ଉତ୍ପାଦନ ₹୮୧୧ କୋଟି  ₹୩,୯୭୪ କୋଟି ୩୯୦%
ଜାତୀୟ ପତାକା ବିକ୍ରୟ ₹୦.୮୭ କୋଟି  ₹୨.୩୫ କୋଟି ('ହର ଘର ତିରଙ୍ଗା' ପ୍ରଭାବ)

 

ରୋଜଗାର ସୃଷ୍ଟି ଓ ମହିଳା ସଶକ୍ତିକରଣ

PMEGP ଯୋଜନାର ସଫଳତା: କେବଳ ୨୦୨୫-୨୬ ଆର୍ଥିକ ବର୍ଷରେ ୬୬,୪୯୪ଟି ନୂତନ ୟୁନିଟ୍ ସ୍ଥାପନ କରାଯାଇ ୭ ଲକ୍ଷରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରାଯାଇଛି। ଏହି ଯୋଜନା ଆରମ୍ଭ ହେବା ଠାରୁ ଏପର୍ଯ୍ୟନ୍ତ ପ୍ରାୟ ୯୭.୯୫ ଲକ୍ଷ ଲୋକ ରୋଜଗାର ପାଇଛନ୍ତି।

ମହିଳାଙ୍କ ଅଗ୍ରଣୀ ଭୂମିକା: ଖଦି କ୍ଷେତ୍ରରେ କାମ କରୁଥିବା ୫ ଲକ୍ଷ କାରିଗରଙ୍କ ମଧ୍ୟରୁ ୮୦% ରୁ ଅଧିକ କେବଳ ମହିଳା ଅଟନ୍ତି। ୨୦୨୫-୨୬ ରେ ପ୍ରଶିକ୍ଷଣ ନେଇଥିବା ୭୯,୬୮୨ ଜଣଙ୍କ ମଧ୍ୟରୁ ୫୯% (୪୭,୩୮୨) ମହିଳା ଥିଲେ।

କାରିଗରଙ୍କ ଆୟ ବୃଦ୍ଧି: କାରିଗରମାନଙ୍କ ମଜୁରୀ ବା ପାରିଶ୍ରମିକ ₹୪ ରୁ ବୃଦ୍ଧି ପାଇ ₹୧୫ ରେ ପହଞ୍ଚିଛି (୨୭୫% ବୃଦ୍ଧି)।

ଭିତ୍ତିଭୂମି ବିକାଶ ଓ ସରକାରୀ ସହଯୋଗ

ଟୁଲ୍-କିଟ୍ ଓ ମେସିନ୍ ବଣ୍ଟନ: ‘ଗ୍ରାମୋଦ୍ୟୋଗ ବିକାଶ ଯୋଜନା’ ଅଧୀନରେ କାରିଗରମାନଙ୍କୁ ସର୍ବମୋଟ ୩,୨୩,୦୦୬ ଗୋଟି ମେସିନ୍ ଏବଂ ଟୁଲ୍-କିଟ୍ (ଯେପରିକି- ଇଲେକ୍ଟ୍ରିକ୍ କୁମ୍ଭକାର ଚକ, ମହୁ ବାକ୍ସ, ଅଗରବତୀ ମେସିନ୍ ଇତ୍ୟାଦି) ବଣ୍ଟନ କରାଯାଇଛି।