ଭୁବନେଶ୍ବର ୨୧।୯: ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଚିହ୍ନଟ । ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ନେଇ ସୂଚନା । ୨୩ ତାରିଖ ସକାଳେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ, ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଛୁଇଁବ । ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ତେବେ ବାତ୍ୟା ରୂପ ନେବା ଆଶା କ୍ଷୀଣ । ଯଦି ସମୁଦ୍ରରେ ଅନୁକୂଳ ବାତାବରଣ ରହେ, ତେବେ ଛୋଟ ବାତ୍ୟାରେ ପରିଣତ ହୋଇ ଦ୍ରୁତ ଗତିରେ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଯଦି ବି ଏହା ବାତ୍ୟା ରୂପ ନେବେ ତେବେ ଏହାର ପ୍ରଭାବ ସମୁଦ୍ରରେ ରହିବ । ସ୍ଥଳଭାଗ ଛୁଇଁଲା ବେଳକୁ ପବନ ବେଗ ହ୍ରାସ ପାଇବ ।

ଅନ୍ୟପଟେ ଗଭୀର ଅବପାତ ଯୋଗୁଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ମଙ୍ଗଳବାରଠୁ ପ୍ରବଳ ବର୍ଷିବ । ସୋମବାର ଓ ମଙ୍ଗଳବାର ପାଇଁ କିଛି ସ୍ଥାନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ୨୩ ଓ ୨୪ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

Also Read:- ଗଞ୍ଜାମରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ! ୫ ଦିନ ଯାଏଁ ପ୍ରବଳ ବର୍ଷା, ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ

ପାଣିପାଗ ବିଜ୍ଞାନୀ ବିଶ୍ବଜିତ ସାହୁ କହିଛନ୍ତି, ଏହାର ପ୍ରଭାବରେ ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଗଞ୍ଜାମ, ଗଜପତି ଓ ରାୟଗଡାରେ ପବନ ସହ ପ୍ରବଳ ବର୍ଷା ହେବ । ଅକସ୍ମାତ ବନ୍ୟା କିମ୍ବା ଭୂସ୍ଖଳନ ସମ୍ଭାବନା ରହିଛି ।

Watch Video: