ଭୁବନେଶ୍ଵର: ବହୁ ଚର୍ଚ୍ଚିତ କୃତିବାସ ପରିଜା ହତ୍ୟାକାଣ୍ଡ ମାମଲାରେ ଆସିଛି ବଡ଼ ରାୟ। ୩ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ତୃତୀୟ ଜିଲ୍ଲା ଦୌରା ଜଜଙ୍କ କୋର୍ଟ I ସଜ୍ଜା ଶୁଣାଇଲେ ଜଜ ହିମାଂଶୁ ଶେଖର ମଲ୍ଲୀକ I ତିନି ଦୋଷୀ ସଞ୍ଜୟ ଖୁଣ୍ଟିଆ, ଭରତ ସାହୁ ଓ ସାଗର ପୃଷ୍ଟିକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି I ଏହି ଘଟଣା ୨୦୧୪ ମସିହା ନଭେମ୍ବରରେ ଘଟିଥିଲା।

ଭୁବନେଶ୍ଵର ବହୁ ଚର୍ଚ୍ଚିତ ସରକନ୍ତରା ସୋନୁ ଆଲିଆନ୍ସ କୃତିବାସ ପରିଜା ହତ୍ୟାକାଣ୍ଡ ମାମଲାରେ ଏହି ରାୟ ଆସିଛି I ଅପହରଣ ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କରି କଳା ପଲିଥିନରେ ପ୍ୟାକେଟ କରିଥିଲେ। ଏହା ପରେ ଖପୁରୀକୁ ୫ ଖଣ୍ଡ କରି ଦୟା ନଦୀରେ ଫୋପାଡ଼ି ଥିଲେ ଅଭିଯୁକ୍ତ I

Also Read: ସୈତାନ ସ୍ୱାମୀ, ସ୍ତ୍ରୀକୁ କହୁଛି ପରପୁରୁଷ ସହ ରଖେ ଶାରିରୀକ ସଂପର୍କ, ମନା କରିବାରୁ

୨୦୧୪ ନଭେମ୍ବର ୪ରେ ଦୟା ନଦୀ ନାଥପୁର ପଠାରୁ ମିଳିଥିଲା ୫ ଖଣ୍ଡ ମଣିଷ ଖପୁରି I ଖଣ୍ଡ ବିଖଣ୍ଡିତ ଖପୁରିକୁ ନେଇ ତଦନ୍ତ କରୁଥିଲା ପୁଲିସ I ତେବେ ଖପୁରି ସୋନୁର ଜଣା ପଡିବା ପରେ, ତାଙ୍କ ବାପା ମାଆଙ୍କ DNA ଟେଷ୍ଟ ପରେ ସ୍ପଷ୍ଟ ହୋଇଥିଲା I ୨୦୧୪ ମସିହା ନଭେମ୍ବର ୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଧଉଳି ଥାନା ପୁଲିସ I