ଜଳେଶ୍ୱର ୨୦।୦୫: ସ୍ୱାମୀର ଅଜବ ସର୍ତ୍ତ । ପରପୁରୁଷ ସହ ସଂପର୍କ ରଖି । ହେଲେ ଭାଇରାଲ କରିଦେବି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଓ ଫଟୋ । ସ୍ତ୍ରୀ ମନା କରିବାକୁ ରାଗିଗଲା ସ୍ୱାମୀ । ଶେଷରେ ଭାଇରାଲ କରିଦେଲ ସମସ୍ତ ଫଟୋ ଏବଂ ଭିଡିଓ । ସ୍ତ୍ରୀର ଅଶ୍ଳୀଳ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଏବେ ସ୍ବାମୀ ଗିରଫ ହୋଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ଖବର ଅନୁଯାୟୀ, ବାଲିଆପାଳ ପାଳପଡା ଗାଁର ଜଣେ ମହିଳାଙ୍କ ସହ ତଳ ଧାନଦା ଗାଁର ବିଶ୍ବନାଥ ଗିରିଙ୍କ ବିବାହ ହୋଇଥିଲା। ବିବାହ ପରେ ବିଶ୍ବନାଥ ତାଙ୍କୁ ଜାମସେଦପୁର ନେଇ ଯାଇଥିଲେ, ସେଠାରେ ରହିବା ସମୟରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଏବଂ ଫଟୋ ମୋବାଇଲରେ ରେକର୍ଡ କରି ନେଇଥିଲେ ବିଶ୍ବନାଥ। ଏହାପରେ ପୂଜାଙ୍କୁ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବିଶ୍ବନାଥ। ମାତ୍ର ପୂଜା ଏଥିରେ ରାଜି ନହେବାରୁ ବିଶ୍ବନାଥ ତାଙ୍କର ଫଟୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଏହା ଜାଣିବା ପରେ ବାଲିଆପାଳ ପୋଲିସ ଏବଂ ବାଲେଶ୍ବର ସାଇବର ଥାନାରେ ଅଭିଯୋଗ କରିଥିଲେ ସ୍ତ୍ରୀ। ପୋଲିସ ଘଟଣାର ତଦନ୍ତ କରିବା ସହ ଜାମସେଦପୁରରୁ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି।

Watch Video:-

​​​​​​​