କୋରାପୁଟ ୦୩।୧୧ : କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ। ସୀମାନ୍ତ ନେରିଡ଼ିୱାଲସାରେ ଦୁଇ ରାଜ୍ୟର ପୋଲିସ ମୁହାଁମୁହିଁ। ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ପୋଲିସ ବ୍ୟାରିକେଡ୍‌ କରିଥିବା ବେଳେ ଏହାକୁ ଆନ୍ଧ୍ର ପୋଲିସ ଭାଙ୍ଗି ଦେଇଥିବା ଅଭିଯୋଗ। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ପହଞ୍ଚିଛନ୍ତି କୋରାପୁଟ ଉପଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ। କୋଟିଆରେ ପୁଣି କାହିଁକି ଏଭଳି ପରିସ୍ଥିତି?

ସୂଚନା ଅନୁସାରେ, କୋଟିଆକୁ ନେଇ ପୁଣି ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଉତ୍ତେଜନା। ଆନ୍ଧ୍ର ପ୍ରଦେଶ ପକ୍ଷରୁ ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ କୋଟିଆ ସୀମାନ୍ତ ନେରିଡ଼ିୱାଲସାରେ ସୃଷ୍ଟି ହୋଇଛି ତିକ୍ତତା। କୋଟିଆ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ନିର୍ବାଚନୀ କାର୍ଯ୍ୟକଳାପ ଚଳାଇବାକୁ ଉଦ୍ୟମ ହୋଇଥିଲା। ଏହାକୁ ରୋକିବା ପାଇଁ ନେରିଡିୱାଲସାଠାରେ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାରିକେଡ୍‌ ଲଗାଯାଇଥିଲା। ତେବେ ଆନ୍ଧ୍ର ପୋଲିସ ଏହି ବ୍ୟାରିକେଡ୍‌ ଭାଙ୍ଗି ଦେଇଥିବା ଅଭିଯୋଗ ପରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି।

Also Read:-ଦୀୟା ମିର୍ଜାଙ୍କ ଭିଡିଓକୁ ନେଇ ହନ୍ତସନ୍ତ BMC, ହାଇକୋର୍ଟ କହିଲେ- ଭାରତ ଧର୍ମନିରପେକ୍ଷ, ସଂକୀର୍ଣ୍ଣ ମାନସିକତା ଚଲିବନି

ଘଟଣାସ୍ଥଳରେ ଉଭୟ ରାଜ୍ୟର ପୋଲିସ ମୁତୟନ ହୋଇଥିବାରୁ ପରିସ୍ଥିତି ତିକ୍ତ ହୋଇଛି। ସ୍ଥିତି ଉପରେ ନଜର ରଖିବା ସହ ଆଲୋଚନା ପାଇଁ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍‌ଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। କୋଟିଆରେ ଆନ୍ଧ୍ରର ନିର୍ବାଚନୀ ଗତିବିଧିକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଦେଖାଦେଇଥିବା ବେଳେ ଏହି ଘଟଣା ପୁଣିଥରେ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ବଢ଼ାଇଛି।