ମୁମ୍ବାଇ: ବଢୁଥିବା ପ୍ରଦୂଷଣକୁ ନେଇ ସମସ୍ତେ ଚିନ୍ତିତ। ତେଣୁ ମୁମ୍ବାଇରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ଅଭିନେତ୍ରୀ ଦୀୟା ମିର୍ଜା ସହରବାସୀଙ୍କୁ ବାଣ ନ ଫୁଟାଇ ପରିବେଶ ଅନୁକୂଳ ଦୀପାବଳି ପାଳନ କରିବାକୁ ନିବେଦନ କରିଥିଲେ। ଅଭିନେତ୍ରୀ ଏକ ଭିଡିଓ ପୋଷ୍ଟ ଜରିଆରେ ଲୋକଙ୍କୁ ଏହି ଅପିଲ୍ କରିଥିଲେ। ହେଲେ ବିମଏସି ତୁରନ୍ତ ପଦକ୍ଷେପ ଗ୍ରହଣ କରି  ପ୍ରଦୂଷଣ ମୁକ୍ତ ଦୀପାବଳି ଅଭିଯାନକୁ ନେଇ ଦୀୟା ମିର୍ଜା ପୋଷ୍ଟ କରିଥିବା ଭିଡିଓକୁ ସୋସିଆଲ ମିଡିଆରୁ ହଟାଇ ଦେଇଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଏହା ଉପରେ ମଙ୍ଗଳବାର ଶୁଣାଣି କରି ବିଏମସିକୁ ଭର୍ତ୍ସନା କରିଛନ୍ତି ମାନ୍ୟବର ଅଦାଲତ।

ବିବାଦକୁ ନେଇ ବହୁତ ଦୁଃଖିତ

ବମ୍ବେ ହାଇକୋର୍ଟ ମଙ୍ଗଳବାର ମାମଲାର ଶୁଣାଣି କରି କହିଛନ୍ତି, ବିବାଦ ଦେଖି ବହୁତ ଦୁଃଖ ଲାଗୁଛି। ଏହାସହ ଅଦାଲତ ବିବାଦରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଦୀୟା ମିର୍ଜାଙ୍କ ଭିଡିଓକୁ ନେଇ ମୁମ୍ବାଇ ବିଜେପିର ନେତା ଅମିତ ସାଟମ କଡ଼ା ଆପତ୍ତି ପ୍ରକାଶ କରିଥିଲେ। ବିଜେପି ନେତାଙ୍କ ଅସନ୍ତୋଷକୁ ଦେଖି ବୃହନମୁମ୍ବାଇ ମହାନଗରପାଳିକା(BMC) ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଦୀୟାଙ୍କ ଏହି ଗ୍ରୀନ ଦୀପାବଳିର ଭିଡିଓକୁ ହଟାଇ ଦେଇଥିଲା। ଏହାପରେ ମାମଲା କୋର୍ଟରେ ଯାଇ ପହଞ୍ଚିତିଲା। ଅଦାଲତ ବିଏମସିକୁ ତାଗିଦ କରିବା ସହ ଦୀୟା ମିର୍ଜାଙ୍କ ଭିଡିଓ ଭିଡିଓ ଅପଲୋଡ କରିବାକୁ ଆଦେଶ ଦେଇଛନ୍ତି।

Also Read: ଦୀପାବଳି ପୂର୍ବରୁ ଦିଲ୍ଲୀ-ଏନ୍‌ସିଆର୍‌ରେ ଲାଗୁ ହେଲା GRAP-2 କଟକଣା 

ସଚେତନତା ପ୍ରଚାର କରିବା ଥିଲା ଉଦ୍ଦେଶ୍ୟ

ଜଷ୍ଟିସ ଗିରିଶ କୁଲକର୍ଣ୍ଣି ଓ ଜଷ୍ଟିସ ନୀଲା ଗୋଖଲେଙ୍କ ପୀଠ ଗଭୀର ଅସନ୍ତୋଷ ପ୍ରକାଶ କରି କହିଛନ୍ତି, କିଛି ଲୋକଙ୍କ ଏମିତି ସଂକୀର୍ଣ୍ଣ ମାନସିକତା ଗ୍ରହଣୀୟ ନୁହେଁ। ଆହୁରି ଦୁଃଖଦ କଥା ଲୋକ ପ୍ରତିନିଧି ଯଦି ଏମିତି କାମ କରିବେ। କୋର୍ଟ କହିଛନ୍ତି, ଅଭିନେତ୍ରୀଙ୍କ ଅପିଲକୁ ଏମିତି ଦିଗ  ଦିଆଗଲା, ଯାହା ଆଦୌ ସମୀଚନ ନୁହେଁ। ଅଭିନେତ୍ରୀଙ୍କ ଭିଡିଓର ଉଦ୍ଦେଶ୍ୟ ସମାଜରେ ସଚେତନା ବାର୍ତ୍ତାର ପ୍ରଚାର କରିବା ଥିଲା। ଲୋକଙ୍କୁ ପରିବେଶ ଓ ଶବ୍ଦ ପ୍ରଦୂଷଣ ପ୍ରତି ସଚେତନତା କରାଇବାର ଥିଲା।

ତୁରନ୍ତ ଅପଲୋଡ କର

କୋର୍ଟ କହିଛନ୍ତି, ବିଏମସି ସେଲିବ୍ରିଟିଙ୍କ ଠିକ୍ ଚୟନ କରିଥିଲେ। ମାତ୍ର ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, କିଛି ଲୋକଙ୍କ ହୀନ ମନ୍ୟତା କାରଣରୁ ଏହାକୁ ବଡ଼ ପ୍ରସଙ୍ଗ କରି ଦିଆଗଲା। ପୀଠ ବିଏମସିକୁ ତୁରନ୍ତ ଦୀୟା ମିର୍ଜାଙ୍କ ଭିଡିଓ ଅପଲୋଡ୍ କରିବାକୁ ଆଦେଶ ଦେଇଛନ୍ତି। ଏହା ସହିତ କହିଛନ୍ତି, ଏହି ଧରଣର ବିରୋଧ ଅଦୌ ଗ୍ରହଣୀୟ ନୁହେଁ। ଆମେ ସମସ୍ତଙ୍କ କଥାକୁ ଆଦର କରି ନ ପାରନ୍ତି, ତା ଅର୍ଥ ନୁହେଁ ଯେ ବିରୋଧ କରିବା। ଆମକୁ ଧର୍ମ ନିରପେକ୍ଷତା ଭାବନା ରଖିବାକୁ ପଡ଼ିବ। ସମ୍ବିଧାନରେ ମଧ୍ୟ ଏହା ଉଲ୍ଲେଖ ରହିଛି। ମୁମ୍ବାଇ ପରି ସହର ପରସ୍ପରର ସଦ୍ଭାବରେ ଚାଲିଛି। ତେଣୁ ଏମିତି ବୟାନ ବା ବିରୋଧ କରି ସମାଜକୁ କଳୁଷିତ କରନ୍ତୁ ନାହିଁ।

Also Read: ଫୋନ୍‌ ଛଡ଼ାଇ ଫିଙ୍ଗିଦେଲେ... ବାପାକୁ ପ୍ରେସର କୁକର୍‌ ଢାଙ୍କୁଣୀରେ ପିଟି ପଟି ମାରିଦେଲା ଝିଅ