ମେଷ- କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଦୀର୍ଘ ଦିନର ପଡ଼ିରହିଥିବା କାମ ସଫଳ ହେବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ଅର୍ଥ ସମ୍ବନ୍ଧୀୟ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ସ୍ୱାସ୍ଥ୍ୟ ସାଧାରଣ ରହିବ। ମନରେ ଆତ୍ମବିଶ୍ୱାସ ବଢ଼ିବ।

ବୃଷ- ବ୍ୟବସାୟୀମାନେ ଲାଭଜନକ ସୁଯୋଗ ପାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହେବ। ପରିବାରରେ ମତଭେଦ ଦୂର ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଦିନଟି ସାଧାରଣତଃ ଶୁଭ ରହିବ।

ମିଥୁନ- କାର୍ଯ୍ୟରେ ବ୍ୟସ୍ତତା ଅଧିକ ରହିବ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ପରିବାରର ସହଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପଢ଼ାରେ ଭଲ ଫଳ ପାଇବେ। ମନ ପ୍ରଫୁଲ୍ଲ ରହିବ।

କର୍କଟ- ଅନାବଶ୍ୟକ ଚିନ୍ତାରୁ ଦୂରେ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସତର୍କତା ଆବଶ୍ୟକ। ପରିବାରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ମିଳିବ। ଧନ ସଞ୍ଚୟ ପ୍ରତି ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ଦେଖାଦେଇପାରେ। ସନ୍ଧ୍ୟା ପରେ ପରିସ୍ଥିତି ଅନୁକୂଳ ହେବ।

ସିଂହ- ପ୍ରଭାବ ଓ ପ୍ରତିଷ୍ଠା ବଢ଼ିବ। ନୂଆ ଯୋଜନାରେ ସଫଳତା ମିଳିବ। ଅଧିକାରୀ ବର୍ଗଙ୍କ ସହଯୋଗ ପାଇବେ। ପରିବାରରେ ସୁଖଶାନ୍ତି ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁଭ ସମ୍ବାଦ ମିଳିପାରେ।

କନ୍ୟା- କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଉଚିତ ଫଳ ମିଳିବ। ଅପୂର୍ଣ୍ଣ କାମ ସମାପ୍ତ ହେବ। ବ୍ୟବସାୟରେ ଉନ୍ନତିର ଯୋଗ ରହିଛି। ପରିବାର ସହ ସମୟ ବିତାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ମନରେ ଉତ୍ସାହ ବଢ଼ିବ।

ତୁଳା- ଧୈର୍ଯ୍ୟ ଓ ସଂଯମ ରକ୍ଷା କରନ୍ତୁ। ନୂଆ ଲୋକଙ୍କ ସହ ପରିଚୟ ହେବ। ବ୍ୟବସାୟରେ ମଧ୍ୟମ ଲାଭ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଯାତ୍ରାର ଯୋଗ ରହିଛି।

ବିଛା- କୌଣସି ମହତ୍ୱପୂର୍ଣ୍ଣ କାମରେ ସଫଳତା ମିଳିବ। ଆର୍ଥିକ ପକ୍ଷ ମଜଭୁତ ହେବ। ପରିବାରର ସଦସ୍ୟମାନଙ୍କ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ। ମନୋବଳ ବୃଦ୍ଧି ପାଇବ।

ନୁ- ଶିକ୍ଷା ଓ ଜ୍ଞାନ ଲାଭରେ ଦିନଟି ଭଲ ରହିବ। ଚାକିରି କ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି। ଅର୍ଥ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ। ପରିବାରରେ ଆନନ୍ଦ ବଢ଼ିବ। ବନ୍ଧୁମାନଙ୍କ ସହଯୋଗ ପାଇବେ। ଯୋଜନାବଦ୍ଧ କାମରେ ସଫଳତା ମିଳିବ।

ମକର- କାର୍ଯ୍ୟକ୍ଷେତ୍ରରେ ସତର୍କତା ସହ କାମ କରନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ପରିବାରରେ ସହଯୋଗ ମିଳିବ। ଅର୍ଥ ବ୍ୟୟ ବଢ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସନ୍ଧ୍ୟା ପରେ ଶୁଭ ଖବର ମିଳିପାରେ।

କୁମ୍ଭ- ନୂଆ ଚିନ୍ତାଧାରା ଓ ଯୋଜନାରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ। ପରିବାରରେ ସୁଖଶାନ୍ତି ରହିବ। ଧନ ଲାଭର ସୁଯୋଗ ମିଳିପାରେ। ସାମାଜିକ ସମ୍ମାନ ବୃଦ୍ଧି ପାଇବ। ଦିନଟି ଶୁଭ ଫଳଦାୟକ ରହିବ।

ମୀନ- ଭାଗ୍ୟର ସହଯୋଗ ମିଳିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ଖୁସିର ପରିବେଶ ରହିବ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ। ମାନସିକ ଶାନ୍ତି ଅନୁଭବ କରିବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682