ମେଷ- ଘାତ ବାର ଯୋଗୁ କାର୍ଯ୍ୟରେ ବାଧା, ଅନାବଶ୍ୟକ ବିଳମ୍ବ ଓ ମାନସିକ ଅସ୍ଥିରତା ଦେଖାଦେଇପାରେ। ତର୍କବିତର୍କରୁ ଦୂରେଇ ରୁହନ୍ତୁ। ଧନ ନେଣଦେଣରେ ସତର୍କତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଶିବଙ୍କ ଆରାଧନା ଶୁଭ ଫଳ ଦେବ।

ବୃଷ- କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ବଢ଼ିବ ଓ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପରିବାରରେ ସୁଖଦ ପରିବେଶ ରହିବ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଯାତ୍ରା ଲାଭଦାୟକ ହୋଇପାରେ।

ମିଥୁନ- ଘାତ ଚନ୍ଦ୍ର ପ୍ରଭାବରୁ ମାନସିକ ଚାପ, କାର୍ଯ୍ୟରେ ବାଧା ଓ ଅନାବଶ୍ୟକ ଧାଁ-ଦୌଡ଼ ହୋଇପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। କାହାକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ। ଯାନବାହନ ଚଳାଇବା ବେଳେ ସାବଧାନ ରୁହନ୍ତୁ। ଗଣେଶଙ୍କ ପୂଜା ଶୁଭ ରହିବ।

କର୍କଟ- କାର୍ଯ୍ୟରେ ଉନ୍ନତିର ସୁଯୋଗ ଥିଲେ ମଧ୍ୟ କିଛି ବାଧା ଓ ବିଳମ୍ବ ଦେଖାଦେଇପାରେ। ପରିବାରରେ ସାମାନ୍ୟ ମତଭେଦ ସମ୍ଭବ। ଆର୍ଥିକ ସ୍ଥିତି ସନ୍ତୁଳିତ ରହିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଧୈର୍ଯ୍ୟ ରଖିଲେ ଦିନର ଶେଷ ଭାଗ ଅନୁକୂଳ ହେବ।

ସିଂହ- ଆତ୍ମବିଶ୍ୱାସ ବଢ଼ିବ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ। ପରିବାରରେ ଶୁଭ ସମ୍ବାଦ ମିଳିପାରେ। ମାନ-ସମ୍ମାନ ବୃଦ୍ଧି ପାଇବ।

କନ୍ୟା- ଶିକ୍ଷା, ଚାକିରି ଓ ପ୍ରତିଯୋଗିତା କ୍ଷେତ୍ରରେ ଭଲ ଫଳ ମିଳିବ। ଦୂରଯାତ୍ରା ଲାଭଦାୟକ ହୋଇପାରେ। ଆର୍ଥିକ ସ୍ଥିତି ଉନ୍ନତ ରହିବ। ନୂଆ ଯୋଜନା ସଫଳ ହେବ। ପରିବାରରେ ଖୁସିର ପରିବେଶ ରହିବ।

ତୁଳା- ଦିନର ଆରମ୍ଭରେ କିଛି ବାଧା ଓ ମାନସିକ ଚାପ ରହିପାରେ, କିନ୍ତୁ ପରିଶ୍ରମରେ କାମ ସଫଳ ହେବ। ଧନ ଲେଣଦେଣରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମିଳିବ। ସନ୍ଧ୍ୟା ପରେ ପରିସ୍ଥିତି ଅନୁକୂଳ ହେବ। ଦିନଟି ମିଶ୍ର ଫଳଦାୟକ।

ବିଛା- ଭାଗିଦାରୀ କାର୍ଯ୍ୟରେ ଲାଭର ସୁଯୋଗ ରହିବ, କିନ୍ତୁ ଭୁଲ ବୁଝାମଣାରୁ ସତର୍କ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଧୈର୍ଯ୍ୟ ଆବଶ୍ୟକ। ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ହୋଇପାରେ। ଆର୍ଥିକ ସ୍ଥିତି ସାଧାରଣ ରହିବ। ଦିନଟି ମିଶ୍ର ଫଳଦାୟକ।

ଧନୁ- କର୍ମକ୍ଷେତ୍ରରେ ସଫଳତା ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ବିଜୟ ମିଳିବ। ଋଣ କିମ୍ବା ପୁରୁଣା ସମସ୍ୟାର ସମାଧାନ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିଶ୍ରମର ଯଥାର୍ଥ ଫଳ ପାଇବେ।

ମକର- ଧନପ୍ରାପ୍ତିର ସୁଯୋଗ ଥିଲେ ମଧ୍ୟ ଅପ୍ରତ୍ୟାଶିତ ଖର୍ଚ୍ଚ ବଢ଼ିପାରେ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ସନ୍ତାନ କିମ୍ବା ପରିବାର ପାଇଁ ଚିନ୍ତା ହୋଇପାରେ। ଧୈର୍ଯ୍ୟ ରଖିଲେ ଲାଭ ମିଳିବ। ଦିନଟି ମିଶ୍ର ଫଳଦାୟକ।

କୁମ୍ଭ- ଚନ୍ଦ୍ର ନିଜ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଘରୋଇ ଓ କର୍ମକ୍ଷେତ୍ରର କାମ ସଫଳ ହେବ। ବ୍ୟବସାୟରେ ଲାଭ ଓ ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ସୁଖଦ ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି।

ମୀନ- ଅନାବଶ୍ୟକ ଖର୍ଚ୍ଚ ଓ ମାନସିକ ଚିନ୍ତା ବଢ଼ିପାରେ। କାର୍ଯ୍ୟରେ ବିଳମ୍ବ ହେଲେ ମଧ୍ୟ ଶେଷରେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଦିନଟି ମିଶ୍ର ଫଳଦାୟକ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682