ମେଷ- କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିପାରେ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଧନ ପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ବୃଷ- ଘାତ ବାର ଥିବାରୁ ସତର୍କତା ଅବଲମ୍ବନ କରନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଅର୍ଥ ନେଣଦେଣରେ ସାବଧାନ ରହିବା ଭଲ। ପରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ। ଯାତ୍ରାରେ ସତର୍କ ରୁହନ୍ତୁ। ସନ୍ଧ୍ୟା ପରେ ଶୁଭ ଫଳ ମିଳିବ।

ମିଥୁନ- ଯୋଜନା ସଫଳ ହେବ। ବ୍ୟବସାୟରେ ଲାଭର ଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀମାନେ ଭଲ ଫଳ ପାଇବେ। ନୂତନ ପରିଚୟ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ- ମନୋବଳ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିପାରେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ପରିବାରର ସହଯୋଗ ମିଳିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଦୂରଯାତ୍ରାର ଯୋଗ ରହିଛି।

ସିଂହ- ଘାତ ବାର ଥିବାରୁ ଅତ୍ୟଧିକ ଉତ୍ସାହ ପ୍ରଦର୍ଶନ କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ଧନ ବ୍ୟୟ ବଢ଼ିପାରେ। ପରିବାରରେ ଧୈର୍ଯ୍ୟ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ଈଶ୍ୱର ସ୍ମରଣ ଶୁଭ ଫଳ ଦେବ।

କନ୍ୟା- ଘାତ ବାର କାରଣରୁ ପ୍ରତ୍ୟେକ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ବ୍ୟବସାୟରେ ତଡ଼ିଘଡ଼ି କରନ୍ତୁ ନାହିଁ। ପରିବାରରେ ଶାନ୍ତି ବଜାୟ ରଖନ୍ତୁ। ଧନ ନିବେଶରେ ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହଯୋଗ ମିଳିବ। ସନ୍ଧ୍ୟା ପରେ ମନ ପ୍ରଫୁଲ୍ଲ ରହିବ।

ତୁଳା- ଭାଗ୍ୟର ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ନୂଆ ଅବସର ମିଳିବ। ପରିବାରରେ ଖୁସି ରହିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସମାଜରେ ମାନସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା- ଅଟକିଥିବା କାମରେ ସଫଳତା ମିଳିବ। ଆୟ ବୃଦ୍ଧିର ସୁଯୋଗ ରହିଛି। ପରିବାରରେ ଶୁଭ ସମ୍ବାଦ ମିଳିପାରେ। ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ମନ ପ୍ରସନ୍ନ ରହିବ।

ଧନୁ- ନୂତନ ଯୋଜନା ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଲାଭ ମିଳିବ। ପରିବାରରେ ସହଯୋଗ ରହିବ। ଦୂରଯାତ୍ରାରୁ ଲାଭ ମିଳିପାରେ। ଧନ ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

ମକର- ଘାତ ଚନ୍ଦ୍ର ଥିବାରୁ ସମସ୍ତ କାର୍ଯ୍ୟରେ ସତର୍କ ରୁହନ୍ତୁ। ମାନସିକ ଅସ୍ଥିରତା ଦେଖାଦେଇପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ପରିବାରରେ ଧୈର୍ଯ୍ୟ ଧରନ୍ତୁ। ଯାତ୍ରା ଓ ଯାନବାହନ ବ୍ୟବହାରରେ ସାବଧାନ ରୁହନ୍ତୁ। ଶିବ ଆରାଧନା ଶୁଭ ଫଳ ଦେବ।

କୁମ୍ଭ- କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି। ଆର୍ଥିକ ଦିଗ ଶକ୍ତିଶାଳୀ ହେବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ବନ୍ଧୁଙ୍କ ସହ ସମୟ ଭଲ କଟିବ। ନୂତନ କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

ମୀନ- ଭାଗ୍ୟର ସହଯୋଗ ମିଳିବ। ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରିବାରରେ ସୁଖ ଓ ଶାନ୍ତି ରହିବ। ବ୍ୟବସାୟରେ ଲାଭର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଦିନଟି ସାମଗ୍ରିକ ଭାବେ ଶୁଭ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682