ମେଷ- ଦିନଟି ଉତ୍ସାହଜନକ ରହିବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ ଏବଂ ଅନ୍ୟର କଥାରେ ପଡ଼ି ନିବେଶ କରନ୍ତୁ ନାହିଁ। ପରିବାରରେ ଆନନ୍ଦର ପରିବେଶ ରହିବ। ଜୀବନସାଥୀଙ୍କ ସହ ମନ ଖୋଲି କଥା ହେଲେ ସମ୍ପର୍କ ମଧୁର ହେବ।

ବୃଷ- କର୍ମକ୍ଷେତ୍ରରେ ଧୈର୍ଯ୍ୟ ଓ ପରିଶ୍ରମର ଆବଶ୍ୟକତା ରହିବ। ଅଟକି ରହିଥିବା କୌଣସି କାମ ଆଗକୁ ବଢ଼ିପାରେ। ଆୟ ଅନୁସାରେ ବ୍ୟୟ କରନ୍ତୁ ଏବଂ ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପରିବାରର ବୟୋଜ୍ୟେଷ୍ଠଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପକାରୀ ହେବ। ପ୍ରେମ ସମ୍ପର୍କରେ ଭୁଲ୍ ବୁଝାମଣା ଦୂର କରିବାକୁ ଚେଷ୍ଟା କରନ୍ତୁ।

ମିଥୁନ- ମନରେ ନୂତନ ଚିନ୍ତାଧାରା ଓ ଯୋଜନା ସୃଷ୍ଟି ହେବ। ବ୍ୟବସାୟରେ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହୋଇପାରେ। ଚାକିରି କ୍ଷେତ୍ରରେ ନିଜର କଥାବାର୍ତ୍ତା ଓ ବୁଦ୍ଧିମତା ଦ୍ୱାରା ସଫଳତା ପାଇପାରିବେ। ଆର୍ଥିକ ସ୍ଥିତିରେ ଉନ୍ନତିର ସମ୍ଭାବନା ରହିଛି। ବନ୍ଧୁଙ୍କ ସହଯୋଗରେ ମନର ଆଶା ପୂରଣ ହୋଇପାରେ।

କର୍କଟ- କର୍ମକ୍ଷେତ୍ରରେ କିଛି ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅନ୍ୟମାନଙ୍କ କଥାକୁ ନେଇ ମନ ଅଶାନ୍ତ କରନ୍ତୁ ନାହିଁ। ଆର୍ଥିକ କାରବାରରେ ସାବଧାନ ରହିବା ସହ ଧାର ଦେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ପରିବାରରେ ଛୋଟମୋଟ ମତଭେଦ ହେଲେ ମଧ୍ୟ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ। ନିଜ ସ୍ୱାସ୍ଥ୍ୟ ଓ ବିଶ୍ରାମ ପ୍ରତି ଧ୍ୟାନ ଦିଅନ୍ତୁ। ଈଶ୍ୱରଙ୍କ ଉପରେ ଆସ୍ଥା ରଖନ୍ତୁ।

ସିଂହ- ନୂଆ ସୁଯୋଗ ଆସିପାରେ। ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟରେ ଯୋଜନାବଦ୍ଧ ଭାବେ କାମ କଲେ ଲାଭ ପାଇପାରିବେ। ଆପଣଙ୍କ ଆତ୍ମବିଶ୍ୱାସ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ପରିବାରରେ ଶୁଭ ଖବର ମିଳିପାରେ। ଅହଙ୍କାର ଓ କ୍ରୋଧଠାରୁ ଦୂରେଇ ରହିଲେ ଦିନଟି ଅଧିକ ଭଲ ହେବ।

କନ୍ୟା- ନିଜର ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବାରେ ସଫଳ ହୋଇପାରିବେ। କର୍ମକ୍ଷେତ୍ରରେ ଅଧା ରହିଥିବା କାମ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରନ୍ତୁ। ଆର୍ଥିକ ଦିଗରେ ସ୍ଥିରତା ରହିବା ସହ ଭବିଷ୍ୟତ ପାଇଁ ସଞ୍ଚୟ କରିବାର ଚିନ୍ତା ଆସିବ। ପରିବାରରେ ଆପଣଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ। ଛାତ୍ରଛାତ୍ରୀମାନେ ପଢ଼ାରେ ଏକାଗ୍ରତା ବଜାୟ ରଖନ୍ତୁ। ଅତ୍ୟଧିକ ଚିନ୍ତା କରିବାରୁ ଦୂରେଇ ରୁହନ୍ତୁ।

ତୁଳା- ଦିନଟି ମିଶ୍ରିତ ଫଳଦାୟକ ହୋଇପାରେ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ତାହାର ସମସ୍ତ ଦିଗ ବିଚାର କରନ୍ତୁ। ବ୍ୟବସାୟରେ ଲାଭର ସୁଯୋଗ ମିଳିପାରେ, କିନ୍ତୁ ଅଧିକ ଲୋଭ କ୍ଷତିର କାରଣ ହୋଇପାରେ। ଦାମ୍ପତ୍ୟ ଜୀବନରେ ପରସ୍ପରକୁ ବୁଝିବାର ଆବଶ୍ୟକତା ରହିବ। ବନ୍ଧୁଙ୍କ ସହ ଭଲ ସମୟ ବିତାଇବେ। ନିଜର ନିଷ୍ପତ୍ତି ଉପରେ ଆତ୍ମବିଶ୍ୱାସ ରଖନ୍ତୁ।

ବିଛା- କୌଣସି କାମରେ ଆଶାଠାରୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ଭାବପ୍ରବଣ ନ ହୋଇ ବାସ୍ତବ ପରିସ୍ଥିତିକୁ ବିଚାର କରନ୍ତୁ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ। ପରିବାରର ସହଯୋଗ ଆପଣଙ୍କୁ ମାନସିକ ଶାନ୍ତି ଦେବ। ନିଜର ଧୈର୍ଯ୍ୟ ଓ ସଂଯମ ବଜାୟ ରଖନ୍ତୁ।

ଧନୁ- ଭାଗ୍ୟର ସହଯୋଗରେ କିଛି ଭଲ ସୁଯୋଗ ମିଳିପାରେ। ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଶୁଭ ସୂଚନା ପାଇପାରନ୍ତି। ବ୍ୟବସାୟରେ ନୂଆ ଯୋଜନା ପ୍ରସ୍ତୁତ କରିବା ପାଇଁ ଦିନଟି ଉପଯୋଗୀ ରହିବ। ଆର୍ଥିକ ଦିଗରେ ଉନ୍ନତିର ଆଶା ରହିଛି, କିନ୍ତୁ ଅଯଥା ବ୍ୟୟକୁ ନିୟନ୍ତ୍ରଣ କରନ୍ତୁ। ପରିବାରରେ ଶାନ୍ତି ଓ ସ୍ନେହ ବଜାୟ ରହିବ। ନିଜର ଲକ୍ଷ୍ୟ ପ୍ରତି ଏକାଗ୍ର ରୁହନ୍ତୁ।

ମକର- କର୍ମକ୍ଷେତ୍ରରେ ଆପଣଙ୍କ ଦାୟିତ୍ୱ ବଢ଼ିପାରେ। ଧୈର୍ଯ୍ୟର ସହ କାମ କଲେ ଭଲ ଫଳ ପାଇବେ। ପୁରୁଣା ଆର୍ଥିକ ସମସ୍ୟାର ସମାଧାନ ପାଇଁ ନୂଆ ରାସ୍ତା ମିଳିପାରେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ସମୟରେ ନିଜର କଥାବାର୍ତ୍ତା ପ୍ରତି ଧ୍ୟାନ ଦିଅନ୍ତୁ। ପରିବାରରେ ଛୋଟମୋଟ ଦାୟିତ୍ୱ ଆପଣଙ୍କୁ ବ୍ୟସ୍ତ ରଖିପାରେ। ନିୟମିତ ଖାଦ୍ୟ ଓ ବିଶ୍ରାମକୁ ଗୁରୁତ୍ୱ ଦିଅନ୍ତୁ।

କୁମ୍ଭ- ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ବ୍ୟବସାୟୀମାନେ ନୂଆ ଗ୍ରାହକଙ୍କ ସହ ସମ୍ପର୍କ ସ୍ଥାପନ କରିପାରିବେ। ଚାକିରି କ୍ଷେତ୍ରରେ ନିଜର କାର୍ଯ୍ୟଦକ୍ଷତା ପାଇଁ ପ୍ରଶଂସା ମିଳିପାରେ। ଅର୍ଥ ଉପାର୍ଜନର ସୁଯୋଗ ରହିଥିଲେ ମଧ୍ୟ ନିବେଶ କରିବା ପୂର୍ବରୁ ଭଲଭାବେ ତଥ୍ୟ ଯାଞ୍ଚ କରନ୍ତୁ। ବନ୍ଧୁମାନଙ୍କ ସହଯୋଗ ମିଳିବ। ଅନ୍ୟର ସଫଳତାକୁ ଦେଖି ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୁଅନ୍ତୁ ନାହିଁ।

ମୀନ- ଆପଣଙ୍କ ପାଇଁ ଆଧ୍ୟାତ୍ମିକ ଚିନ୍ତା ଓ ମାନସିକ ଶାନ୍ତିର ଦିନ ହୋଇପାରେ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ଓ ଅଭିଜ୍ଞତାକୁ ଉପଯୋଗ କରି ସମସ୍ୟାର ସମାଧାନ କରିବେ। ଆର୍ଥିକ କାରବାରରେ ସତର୍କ ରହିବା ସହ ଅନାବଶ୍ୟକ ଖର୍ଚ୍ଚ କମାନ୍ତୁ। ପରିବାରର କୌଣସି ସଦସ୍ୟଙ୍କଠାରୁ ଶୁଭ ଖବର ମିଳିପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଦିନ ଆରମ୍ଭ କରନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682