କେନ୍ଦ୍ରାପଡ଼ା: କାରରେ ୩ ଲକ୍ଷ ୧୫ ହଜାର ଟଙ୍କା ନେଇ ଯାଉଥିବା ବେଳେ କେନ୍ଦ୍ରାପଡ଼ା ଡ୍ରେନେଜ ବିଭାଗର ଏଷ୍ଟିମେଟର ଅନୁପମା ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସନ୍ଧ୍ୟାରେ ମାର୍ଶାଘାଇ କ୍ରସିଂ ଛକ ଠାରେ କେନ୍ଦ୍ରାପଡ଼ା ଓ କଟକ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଚଢାଉ ବେଳେ ନଗଦ ଟଙ୍କା ସହ ଅନୁପମା ଧରାପଡିଥିଲେ l

ଅନୁପମାଙ୍କ ମାର୍ଶାଘାଇ ଅଫିସ, ଦୁହୁରିଆ ନୟନ ବିହାର ସ୍ଥିତ ଭଡ଼ାଘର ଓ ଢେଙ୍କାନାଳ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମ ଚଢାଉ କରିଥିବା ସୂଚନା ମିଳିଛି l ଭାବେ ବେଆଇନ ଭାବେ ମୋଟା ଅଙ୍କର ଅର୍ଥ ନେଇ ଯାଉଥିବା ଖବର ପାଇ ଭିଜିଲାନ୍ସ ଚଢାଉ କରିଥିଲା l

Also Read: ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ : ଟଙ୍କା ନେବା ପରେ ଫୋନ୍ ଉଠାଇଲେନି, ଏବେ ଥାନାରେ ଆଶାୟୀ