କେନ୍ଦ୍ରାପଡ଼ା ୨୯।୦୮ : ମହଙ୍ଗା ପଡ଼ିଲା ବନ୍ୟା ଡ୍ୟୁଟିରେ ଅବହେଳା । ଦୁଇ ଜଣ ପିଇଓଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ । କେନ୍ଦ୍ରାପଡ଼ାର ୨ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

ଖବର ଅନୁଯାୟୀ, କେନ୍ଦ୍ରାପଡ଼ାର ୨ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ। ରାଜକନିକା ବ୍ଲକର ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ କାଶୀରାୟ ମାଝୀ ଏବଂ ଦାସା ମୁର୍ମୁ ନିଲମ୍ବିତ। ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଛନ୍ତି ଦୁଇ ଅଧିକାରୀ। ବନ୍ୟା ସମୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ଅବହେଳା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଘଟଣାର ତଦନ୍ତ କରି ଆକ୍ସନ ନେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

Also Read:-କାର୍ ସୋ ରୁମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ