ବ୍ରହ୍ମପୁର ୨୯।୦୮ : କାର୍ ସୋ ରୁମରେ ଅଗ୍ନିକାଣ୍ଡ । ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସ୍ ଟର୍ମିନାଲ ନିକଟରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲିଭାରେ ୧୦ରୁ ଅଧିକ ଅଗ୍ନିଶମ ବାହିନୀ ନିୟୋଜିତ ।

ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସ ଟରମିନାଲ ନିକଟରେ ଲାଗିଥିଲା ନିଆଁ। ଯାହାଫଳରେ ପାଖରେ ଥିବା କାର୍ ସୋ ରୁମକୁ ନିଆଁ ବ୍ୟାପିଯାଇଥିଲା। ଯେଉଁଥିରେ ଅନେକ କାର୍ ଜଳିଯାଇଥିବା ଜଣାପଡିଛି ।

Also Read:-ଆଜି ଲଘୁଚାପ ! ୪ ଦିନ ତ୍ରାହି ନାହିଁ, ଏସବୁ ଜିଲ୍ଲାରେ ଦେଖାଇବ କୋପ

ସେପଟେ ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ୧୦ରୁ ଅଧିକ ଦମକଳ ଗାଡ଼ି ନିଆଁ ଲିଭା କାମରେ ନିୟୋଜିତ ହୋଇଛି। ତେବେ କେମିତି ଘଟିଲା ଅଗ୍ନିକାଣ୍ଡ କାରଣ ଜଣାପଡ଼ିନି। ପୋଲିସ ଏବଂ ଅଗ୍ନିଶମ ବାହିନୀର ତଦନ୍ତ ପରେ ହିଁ ନିଆଁ ଲିଭାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।