ମୁମ୍ଵାଇ ୦୯।୧୧; ଦୀର୍ଘ ଦିନର ଅପେକ୍ଷା ପରେ ସାମ୍ନାକୁ ଆସିଛି ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ପୁଅ ବିହାନଙ୍କ ଚେହେରା। ଦୀପାବଳି ଅବସରରେ ପୁଅ ସହ ପ୍ରଥମ ଥର ପାଇଁ ଫଟୋ ସେୟାର କରିଛନ୍ତି ଏହି ଷ୍ଟାର୍ ଦମ୍ପତି। କୁନି ବିହାନଙ୍କ ମିଠା ହସ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଫଟୋଟି ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ଖୁସି କହିଲେ ନସରେ। ତେବେ କେମିତି ରହିଛି ଏହି ଷ୍ଟାର୍ କିଡ୍ଙ୍କ ଲୁକ୍, ଆସନ୍ତୁ ଦେଖିବା।ଦୀପାବଳିରେ ଫ୍ୟାନ୍ସଙ୍କୁ ଡବଲ୍ ସେଲିବ୍ରେସନର ଖୁସି ଦେଇଛନ୍ତି କ୍ୟାଟ୍ରିନା ଓ ଭିକି। ନିଜ ପୁଅ ବିହାନଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ଏହି ଦମ୍ପତି।

ଫଟୋରେ ଉଭୟେ ପୁଅକୁ କୋଳରେ ଧରିଥିବା ବେଳେ କ୍ୟାମେରା ଆଡ଼କୁ ଚାହିଁ ହସୁଛନ୍ତି କୁନି ବିହାନ।ହଳଦିଆ ଜ୍ୟାକେଟ୍ ସହ କୁର୍ତ୍ତା-ପାଇଜାମାରେ ବେଶ୍ କ୍ୟୁଟ୍ ଲାଗୁଛନ୍ତି ବିହାନ। ପୁଅ ସହ ମ୍ୟାଚିଂ ହଳଦିଆ ସୁଟରେ ନଜର ଆସିଛନ୍ତି କ୍ୟାଟ୍ରିନା। ଝୁମକା ଓ ହାଲୁକା ମେକଅପ୍ରେ ତାଙ୍କ ଲୁକ୍ ମଧ୍ୟ ବେଶ୍ ଆକର୍ଷଣୀୟ। ସେପଟେ କୁର୍ତ୍ତା-ପାଇଜାମାରେ ନଜର ଆସିଛନ୍ତି ଭିକି କୌଶଲ।ଫଟୋ ସହ ଦମ୍ପତି ଲେଖିଛନ୍ତି, ଏହା ସେମାନଙ୍କ ପାଇଁ ସବୁଠାରୁ ସ୍ପେଶାଲ୍ ଦୀପାବଳି। ସମସ୍ତଙ୍କ ଜୀବନ ଭଲପାଇବା, ଆଲୋକ ଓ ଖୁସିରେ ଭରିଯାଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି।

୨୦୨୧ରେ ବିବାହ କରିଥିଲେ କ୍ୟାଟ୍ରିନା ଓ ଭିକି। ଦୀର୍ଘ ଚାରି ବର୍ଷ ପରେ ୨୦୨୫ ନଭେମ୍ବର ୭ରେ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ। ପୁଅର ନାଁ ରଖିଥିଲେ ବିହାନ କୌଶଲ। ଏହାପରଠାରୁ ପୁଅକୁ ଗଣମାଧ୍ୟମ ଓ ସୋସିଆଲ ମିଡିଆଠାରୁ ଦୂରରେ ରଖିଥିଲେ ଏହି ଷ୍ଟାର୍ ଦମ୍ପତି।ହେଲେ ଏଥର ଦୀପାବଳିରେ ପୁଅର ଚେହେରା ସାମ୍ନାକୁ ଆଣି ଫ୍ୟାନ୍ସଙ୍କୁ ଦେଇଛନ୍ତି ଖାସ୍ ସରପ୍ରାଇଜ୍। ଏବେ ବିହାନଙ୍କ ଫଟୋକୁ ନେଇ ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛା ଓ ଭଲପାଇବା।ଷ୍ଟାର୍ଡମ୍ର ଚମକ ଭିତରେ କ୍ୟାଟ୍ରିନା ଓ ଭିକିଙ୍କ ପାଇଁ ଏବେ ସବୁଠାରୁ ବଡ଼ ଖୁସି ହେଉଛନ୍ତି ତାଙ୍କ କୁନି ରାଜକୁମାର ବିହାନ। ଆଉ ବିହାନଙ୍କ ଏହି ହସ ହିଁ ଏଥର ଦୀପାବଳିକୁ କରିଦେଇଛି ଆହୁରି ସ୍ପେଶାଲ୍!