ଭୁବନେଶ୍ବର ୨୬।୩: ଟ୍ବିନ୍‌ସିଟିରେ ତାଣ୍ଡବ ରଚିଲା କାଳବୈଶାଖୀ । କଟକ-ଭୁବନେଶ୍ବର କିଛି ସ୍ଥାନରେ କୁଆ ପଥର ବର୍ଷା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବି ବୋହୁଛି ।କଟକ ଓ ଭୁବନେଶ୍ୱରରେ ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ବର୍ଷାଜାରି ରହିଛି । ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗି ରହିଛି ।

Also Read:- BJD Mishran: ଗଜପତି ନିର୍ବାଚନମଣ୍ଡଳୀରେ ବଢ଼ିଲା ବିଜେଡିର ଶକ୍ତି, ଦଳରେ ମିଶିଲେ ବହୁ ବିଜେପି କର୍ମୀ

କାଳବୈଶାଖୀ ନେଇ ପୂର୍ବରୁ ସତର୍କତା ଜାରି କରିଥିଲା ପାଣିପାଗ ବିଭାଗ । ୪ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ସତର୍କତା ଜାରି କରାଯାଇଥିଲା । କଟକ, ପୁରୀ, ଖୋର୍ଦ୍ଧା ଆଉ ଜଗତସିଂହପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଥିଲା । ପ୍ରବଳ ପବନ ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଦେଇଥିଲା ପାଣିପାଗ ବିଭାଗ । ଏହାସହ ୪୦ରୁ ୫୦ କି.ମି. ବେଗରେ ପବନ ବହିବାର ଆଶଙ୍କା ରହିଥିଲା ।