LSG vs CSK: ଆଜି ଚେନ୍ନାଇ ବିରୁଦ୍ଧରେ ଲକ୍ଷ୍ନୌ ସୁପରଜାଏଣ୍ଟସର ଓପନର ଜୋଶ ଇଙ୍ଗଲିସଙ୍କ ରେକର୍ଡ ଶୋ’। ଆଇପିଏଲ ଇତିହାସରେ ଚେପକ ଗ୍ରାଉଣ୍ଡରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କଲେ ଇଙ୍ଗଲିସ। ଶନିବାର ଆଇପିଏଲର ୫୩ ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଏହି ରେକର୍ଡ କରିଛନ୍ତି ଇଙ୍ଗଲିସ। ସେ ମାତ୍ର ୧୭ ବଲରେ ୪ଟି ଛକା ଏବଂ ୬ଟି ଚୌକା ମାରି ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ଚେପକ ଗ୍ରାଉଣ୍ଡରେ ଏହା ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ଏପରି କରି ସେ ନିକୋଲାଶ ପୁରନଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି।

ଜୋଶ ଇଙ୍ଗଲିସ୍ ଏବେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପାଇଁ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ବ୍ୟାଟର ହୋଇଛନ୍ତି। ତାଙ୍କ ପୂର୍ବରୁ ପୁରନ୍ ଲକ୍ଷ୍ନୌ ପାଇଁ ତୃତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଥିଲେ। ୨୦୨୫ରେ ପୁରନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ଆଜି ଇଙ୍ଗଲିସ ଚେନ୍ନାଇ ବିପକ୍ଷରେ ୧୭ ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ତଥାପି ଲକ୍ଷ୍ନୌ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଏବେ ବି ପୂରନଙ୍କ ନାଁରେ ରହିଛି।

ଲକ୍ଷ୍ନୌ ପାଇଁ ଦ୍ରୁତତମ ଅର୍ଦ୍ଧ ଶତକ ହାସଲକାରୀ ବ୍ୟାଟର

୧୫ ବଲ୍ - ନିକୋଲାସ୍ ପୁରନ୍ ବନାମ ଆର୍ସିବି ୨୦୨୩
୧୬ ବଲ - ନିକୋଲାସ୍ ପୁରନ୍ ବନାମ ମୁମ୍ବାଇ ୨୦୨୬
୧୭ - ଜୋସ୍ ଇଙ୍ଗଲିସ ବନାମ ଚେନ୍ନାଇ ୨୦୨୬
୧୮ - ନିକୋଲାସ୍ ପୁରନ୍ ବନାମ ଏସଆରଏଚ ୨୦୨୫

୧୯ - ନିକୋଲାସ୍ ପୁରନ୍ ବନାମ ମୁମ୍ବାଇ ୨୦୨୪

ପାୱାରପ୍ଲେରେ ସର୍ବାଧିକ ସ୍କୋର କରିବା ତାଲିକାରେ ଇଂଲଣ୍ଡ ସାମିଲ

IPLପାୱାରପ୍ଲେରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ସୁରେଶ ରାଇନାଙ୍କ ନାଁରେ ରହିଛି। ୨୦୧୪ ଚେନ୍ନାଇ ପକ୍ଷରୁ ଖେଳୁଥିବା ରାଇନା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୫ ବଲରୁ ୮୭* ରନ କରିଥିଲେ। ଇଙ୍ଗଲିସ୍ ୨୫ ବଲରୁ ୭୭* ରନ କରି ଏବେ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ଚେନ୍ନାଇକୁ ୨୦୪ ରନ୍ ଟାର୍ଗେଟ ଦେଲା ଲକ୍ଷ୍ନୌ

ରବିବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୫୩ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଲଢ଼େଇ ହେଉଛି। ଚେନ୍ନାଇ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୨୦୩ ରନ୍ ଟାର୍ଗେଟ୍ ଦେଇଛି।

ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରଥମ ୬ ଓଭରରେ ମାତ୍ର ୧ ୱିକେଟ୍ ହରାଇ ୯୧ ରନ୍ କରିଥିଲା। ଆରମ୍ଭରୁ ଏଭଳି ବିସ୍ଫୋରକ ବ୍ୟାଟିଂ ଦେଖି ଲାଗୁଥିଲା ଯେ ଦଳ ୨୪୦ କିମ୍ବା ୨୫୦ ରନ୍ କରିପାରିପାରେ। କିନ୍ତୁ ଚେନ୍ନାଇର ବୋଲରମାନେ ଦୃଢ଼ ବୋଲିଂ ପ୍ରଦର୍ଶନ କରି ଲକ୍ଷ୍ନୌ ରନ ଗତିରେ ବ୍ରେକ୍ ଲଗାଇଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୩ ରନ୍ କରିପାରିଥିଲା।

ଲକ୍ଷ୍ନୌ ପକ୍ଷରୁ ଜୋଶ ଇଙ୍ଗଲିସ୍ ସର୍ବାଧିକ ୩୩ ବଲରେ ୧୦ ଚୌକା ଏବଂ ୬ ଛକା ସହିତ ୮୫ ରନ୍ କରିଥିଲେ। ଶାହବାଜ ଅହମ୍ମଦ ମଧ୍ୟ ୨୫ ବଲରେ ୩ ଚୌକା ଏବଂ ୩ ଛକା ସହିତ ୪୩* ରନ୍ କରିଥିଲେ। ଶାହବାଜ ଅହମ୍ମଦ ଏବଂ ହିମ୍ମତ ସିଂହ ୩୨ ବଲରେ ସପ୍ତମ ୱିକେଟ୍ ପାଇଁ ୫୦ ରନ୍ ଯୋଡ଼ି ଦଳକୁ ୨୦୦ ରନ୍ ପାର କରାଇଥିଲେ।

ଚେନ୍ନାଇ ପକ୍ଷରୁ ଜେମି ଓଭରଟନ୍ ସର୍ବାଧିକ ତିନୋଟି ୱିକେଟ ନେଇଥିଲେ। ଅଂଶୁଲ କାମ୍ବୋଜ ବାକି ଦୁଇଟି ୱିକେଟ ନେଇଥିଲେ। ନୁର ଅହମ୍ମଦ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ। ଓଭରଟନ୍ ତାଙ୍କ ଚାରି ଓଭରରେ ୩୬ ରନ ଦେଇଥିବାବେଳେ ନୁର ୨୪ ରନ ଦେଇଥିଲେ। ଅନ୍ୟ ସମସ୍ତ ବୋଲର ୪୦ରୁ ଅଧିକ ରନ ଦେଇଥିଲେ।