LSGvs CSK: ରବିବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୫୩ତମ ମ୍ୟାଚରେଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଲଢ଼େଇ ହେଉଛି। ଚେନ୍ନାଇ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୨୦୩ ରନ୍ ଟାର୍ଗେଟ୍ ଦେଇଛି।

ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରଥମ ୬ ଓଭରରେ ମାତ୍ର ୧ ୱିକେଟ୍ ହରାଇ ୯୧ ରନ୍ କରିଥିଲା। ଆରମ୍ଭରୁ ଏଭଳି ବିସ୍ଫୋରକ ବ୍ୟାଟିଂ ଦେଖି ଲାଗୁଥିଲା ଯେ ଦଳ ୨୪୦ କିମ୍ବା ୨୫୦ ରନ୍ କରିପାରିପାରେ। କିନ୍ତୁ ଚେନ୍ନାଇର ବୋଲରମାନେ ଦୃଢ଼ ବୋଲିଂ ପ୍ରଦର୍ଶନ କରି ଲକ୍ଷ୍ନୌ ରନ ଗତିରେ ବ୍ରେକ୍ ଲଗାଇଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୩ ରନ୍ କରିପାରିଥିଲା।

ଲକ୍ଷ୍ନୌ ପକ୍ଷରୁ ଜୋଶ ଇଙ୍ଗଲିସ୍ ସର୍ବାଧିକ ୩୩ ବଲରେ ୧୦ ଚୌକା ଏବଂ ୬ ଛକା ସହିତ ୮୫ ରନ୍ କରିଥିଲେ। ଶାହବାଜ ଅହମ୍ମଦ ମଧ୍ୟ ୨୫ ବଲ୍ରେ ୩ ଚୌକା ଏବଂ ୩ ଛକା ସହିତ ୪୩* ରନ୍ କରିଥିଲେ। ଶାହବାଜ ଅହମ୍ମଦ ଏବଂ ହିମ୍ମତ ସିଂହ ୩୨ ବଲରେ ସପ୍ତମ ୱିକେଟ୍ ପାଇଁ ୫୦ ରନ୍ ଯୋଡ଼ି ଦଳକୁ ୨୦୦ ରନ୍ ପାର କରାଇଥିଲେ।

ଚେନ୍ନାଇ ପକ୍ଷରୁ ଜେମି ଓଭରଟନ୍ ସର୍ବାଧିକ ତିନୋଟି ୱିକେଟ ନେଇଥିଲେ। ଅଂଶୁଲ କାମ୍ବୋଜ ବାକି ଦୁଇଟି ୱିକେଟ ନେଇଥିଲେ। ନୁର ଅହମ୍ମଦ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ। ଓଭରଟନ୍ ତାଙ୍କ ଚାରି ଓଭରରେ ୩୬ ରନ ଦେଇଥିବାବେଳେ ନୁର ୨୪ ରନ ଦେଇଥିଲେ। ଅନ୍ୟ ସମସ୍ତ ବୋଲର ୪୦ରୁ ଅଧିକ ରନ ଦେଇଥିଲେ।

ଜୋଶ ଇଙ୍ଗଲିସଙ୍କ ୱିକେଟ ପରେ ଖସିଲା ରନ ରେଟ୍

ଲକ୍ଷ୍ନୌ ୭୭ ରନରେ ମିଚେଲ ମାର୍ଶଙ୍କ ରୂପରେ ପ୍ରଥମ ୱିକେଟ ହରାଇଥିଲା। ଏହାପରେ ଦ୍ୱିତୀୟ ୱିକେଟ ଭାବରେ ନିକୋଲାସ ପୁରନ ଆଉଟ୍ ହୋଇ ପାଭିଲିଅନ ଫେରିଥିଲେ। ସେତେବେଳେ ଦଳୀୟ ସ୍କୋର ୯୨ ରନ ହୋଇଥିଲା। ଏହାପରେ ଦଳୀୟ ସ୍କୋର ୧୧୨ ବେଳେ ଜୋଶ ଇଙ୍ଗଲିସ ନାମରେ ଦଳର ତୃତୀୟ ୱିକେଟର ପତ୍ତନ ଘଟିଥିଲା।

ଏହାପର ଠାରୁ ଲକ୍ଷ୍ନୌ ଟିମ ପ୍ରଦର୍ଶନ ଧିମା ପଡ଼ିଯାଇଥିଲା। ପରବର୍ତ୍ତୀ ସମୟରେ, ଦଳ ୧୧୫ ରନରେ ଚତୁର୍ଥ ୱିକେଟ, ୧୩୦ ରନରେ ପଞ୍ଚମ ୱିକେଟ, ୧୪୭ ରନରେ ଷଷ୍ଠ ୱିକେଟ, ୧୯୭ ରନରେ ସପ୍ତମ ୱିକେଟ ଏବଂ ୧୯୭ ରନରେ ଅଷ୍ଟମ ୱିକେଟ ହରାଇଥିଲା।

ସବୁଠାରୁ ବଡ଼ ଇନିଂସ ଖେଳିଥିବା ଇଙ୍ଗଲିସ ବ୍ୟତୀତ, ମିଚେଲ ମାର୍ଶ ୧୦ ରନ୍, ନିକୋଲାସ ପୁରନ୍ ୦୧ ରନ୍, ଅଧିନାୟକ ରିଷଭ ପନ୍ତ ୧୫ ରନ୍, ଏଡେନ୍ ମାର୍କରାମ ୦୬ ରନ୍, ଅକ୍ଷତ ରଘୁବଂଶୀ ୧୮ ରନ୍, ହିମ୍ମତ ସିଂହ ୧୭ ରନ୍, ମହମ୍ମଦ ଶାମି ୦, ରନ୍, ଶାହବାଜ ୪୩* ଏବଂ ଆଭେଶ ଖାନ ୦* ରନ୍ କରିଥିଲେ।