ପାଟଣା ୦୩।୦୫ : ସାରା ଦେଶରେ ଏବେ ପାଟଣା ବ୍ଲକ ଡିଆନାଳୀ ଗାଁର ଘଟଣା ଖବରର ଶିରୋନାମା ପାଲଟିଛି । ଅଳ୍ପ କେଇଟା ଟଙ୍କା ପାଇଁ ଜିତୁ ମୁଣ୍ଡା ୩ ମାସ ତଳେ ପ୍ରାଣ ହରାଇଥିବା ଭଉଣୀର ମୃତଦେହକୁ ଖୋଳି ବାହାର କରି ବ୍ୟାଙ୍କରେ ପହଞ୍ଚିବା ଘଟଣା ସାରା ଦେଶରେ ଆଲୋଡ଼ନ କରିଛି। ଏହି ଘଟଣାରେ ପୁଣି ଥରେ ଜିତୁ ମୁଣ୍ଡାର ପରିବାର ଶୁଦ୍ଧି ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆଜି ଶୁଦ୍ଧିକ୍ରିୟାରେ ପୁଣି ବନ୍ଧୁବାନ୍ଧବ, ସମ୍ପର୍କୀୟ, ସାଇପଡ଼ିଶା ଯୋଗଦେବେ। ସମାଜରୁ ବାସନ୍ଦ ହେବା ଭୟରେ ନିୟମ ଅନୁସାରେ ପୁଣି ଥରେ ଶୁଦ୍ଧିକ୍ରିୟା ପାଇଁମୁଣ୍ଡା ସମ୍ପ୍ରଦାୟ ଚଳଚଞ୍ଚଳ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ ଯେ, ଜିତୁ ମୁଣ୍ଡା ଗାଁ ପାଖ ବ୍ୟାଙ୍କକୁ ନିଜ ଭଉଣୀର ଟଙ୍କା ଆଣିବାକୁ ଯାଇଥିଲେ । କିନ୍ତୁ ସେଠାରେ ବ୍ୟାଙ୍କ କର୍ମଚାରୀ ଭଉଣୀଙ୍କ ମୃତ୍ୟୁ ପ୍ରମାଣ ପତ୍ର ବିନା କୌଣସି ଟଙ୍କା ଦିଆଯିବ ନାହିଁ ବୋଲି କହିଥିଲେ । ଏହାପରେ ଜିତୁ ମୁଣ୍ଡା ଗାଁ ମଶାଣିରୁ ଭଉଣୀର ଗଳିତ ମୃତଦେହ ଖୋଳିଥିଲେ । ଦୀର୍ଘ ୪ କିମି ଚାଲିବା ପରେ ବ୍ୟାଙ୍କରେ ଭଉଣୀର ମୃତଦେହ ଧରି ପହଞ୍ଚିଥିଲା । ଯାହାକୁ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାପରେ ସାରା ରାଜ୍ୟରେ ରାଜନୀତି ଜୋର ଧରିଥିଲା । ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ଆରଡିସିଙ୍କୁ ଦାୟିତ୍ୱ ଦେଇଥିଲେ । 

Also Read:-Cyclone Alert: ମେ ୧୫ ବେଳକୁ ଶକ୍ତିଶାଳୀ ବାତ୍ୟା, କେଉଁଠି ହିଟ୍ କରିବ ଦେଖାଇଲା GFS

ସେପଟେ ବିଭିନ୍ନ ଦଳ ଏବଂ ସଂଗଠନ ପକ୍ଷରୁ ସହଯୋଗର ହାତ ବଢାଇଥିଲେ । ଏପିରିକି ଫିଜିକ୍ସ ଓ୍ୱାଲା ମଧ୍ୟ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଥିଲେ । ଏହାସହିତ କେରଳର ଏକ ସଂଗଠନ ମଧ୍ୟ ୧ ଲକ୍ଷ ଟଙ୍କାର ରାଶି ପ୍ରଦାନ କରିଥିଲେ । ଏବେବି ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତିଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରୁଛନ୍ତି