ଜଟଣୀ ୧୪।୧୦ : ରାତି ପାହିଲେ ଛାତ୍ର ସଂସଦ ନିର୍ବାଚନ । ଓଡ଼ିଶାର ବିଭିନ୍ନ କଲେଜରେ ନିର୍ବାଚନ ପାଇଁ ମାହୋଲ ବେଶ୍ ସରଗରମ । ଆଜି ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂ । ବିଭିନ୍ନ ପ୍ରାର୍ଥୀ ମାନେ ନିଜ ଆଡକୁ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରତିଶୃତି ଦେଉଛନ୍ତି। ଏସବୁ ଭିତରେ ଜଟଣୀ ଛାତ୍ର ସଂସଦ ନିର୍ବାଚନରେ ଏକ ପ୍ରତିଶୃତି ଦେଖିବାକୁ ମିଳିଛି । ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିରେ ଜଟଣୀ କଲେଜ ଏବିଭିପି ସଭାପତି ପ୍ରାର୍ଥୀ ରୁଦ୍ର ନାରାୟଣ ରାଉତରାୟ ଏକ ନୂଆ ପ୍ରତିଶୃତି ଦେଇଛନ୍ତି ।

ରୁଦ୍ର ନାରାୟଣ କହିଛନ୍ତି ଯେ, ୧୯୭୬ ମସିହାରେ ଆମ ଜଟଣୀ କଲେଜ ପ୍ରତିଷ୍ଠା ହୋଇଥିଲା । ସେବେଠୁ ଦୀର୍ଘ ୫୦ ବର୍ଷ ହେବ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ନିର୍ବାଚନ ହୋଇଆସୁଛନ୍ତି । ହେଲେ କୌଣସି ବିଜୟୀ ପ୍ରାର୍ଥୀ ଜଟଣୀ କଲେଜ ଜମିକୁ ନି ନାଁରେ କରିବାରେ ବିଫଳ ହୋଇଛନ୍ତି । ମୁଁ ଆଜି ଛାତ୍ରଛାତ୍ରୀମାନଙ୍କୁ ପ୍ରତିଶୃତି ଦେଇଛି ଯେ, ଆପଣମାନେ ମୋତେ ନିର୍ବାଚନରେ ବିଜୟୀ କରାନ୍ତୁ । ମୁଁ ୩୦ ଦିନ ଭିତରେ ଏହି ଜମିକୁ ଜଟଣୀ କଲେଜ ନାଁରେ କରିବି । ଯଦି ମୁଁ ମୋ କଥା ନରଖିପାରିଲି, ତେବେ ମୁ ମୋ ପଦବୀରୁ ଇସ୍ତଫା ଦେଇଦେବି । ତେଣୁ ଆପଣମାନେ ସମସ୍ତେ ଏବିଭିପି ପ୍ରାର୍ଥୀମାନଙ୍କୁ ବିଜୟୀ କରାନ୍ତୁ ।

Also Read:-BCJD ପ୍ରାର୍ଥୀଙ୍କ ଭିଡିଓ ମେସେଜ୍କୁ ନେଇ ହଟଚମଟ, ‘ହ୍ୱାଏ ଆଇ ଷ୍ଟାଣ୍ଡ୍ ଫର୍’ ମିଟିଂରେ ଭିଡିଓ ଚଲାଇବାକୁ ମନା

ସେହିପରି ଜଟଣୀ ମହାବିଦ୍ୟାଳୟରେ ଆଜି ବିଭିନ୍ନ ଦଳର ସମର୍ଥିତ ପ୍ରାର୍ଥୀମାନେ ହ୍ୱାଏ ଆଇ ଷ୍ଟାଣ୍ଡ ଫର ମିଟିଂରେ ବିଭିନ୍ନ ପ୍ରତିଶୃତି ଦେଇଥିଲେ ।ଭୋଜିଭାତ ଦେଇ ପିଲାମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥିଲେ । ସେହିପରି ଏବିଭିପି ପକ୍ଷରୁ ଫିଲ୍ମି ଷ୍ଟାରମାନଙ୍କୁ ଅଣାଯାଇଥିଲା । ଛାତ୍ର ସଂସଦ ନିର୍ବାଚନକୁ କିଭଳି ସୁରକ୍ଷିତ ଭାବେ ସମାପ୍ତ କରାଯିବ । ସେନେଇ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି ।