ପୁରୀ: ପୁରୀ ବଡ଼ଦାଣ୍ଡରେ ଉଡିଲେ ଶତାଧିକ ଚିଲ । ବୁଧବାର ସକାଳେ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବଡ଼ଦାଣ୍ଡ ଆକାଶରେ ଏତେ ସଂଖ୍ୟକ ଚିଲ ଉଡୁଥିବା ଦେଖି ପୁରୀକୁ ଆସୁଥିବା ଯାତ୍ରୀ ଓ ସହରବାସୀଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଠିଥିବା ବେ ଏହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନେକ ସମୟରେ ଶ୍ରୀମନ୍ଦିର ଉପରେ ଓ ଚତୁଃପାର୍ଶ୍ଵରେ ଚିଲ ଉଡୁଥିବା ବେଳେ ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ବସୁଥିବା ଦେଖିବାକୁ ମିଳିଛି । ନୀଳଚକ୍ର ଉପରେ ଚିଲ ବସିଲେ ଏହା ଅଶୁଭ ସଙ୍କେତ ବୋଲି ଅନେକ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ ମତ ରଖିଥାନ୍ତି ।

Also Read:- ସର୍ବକନିଷ୍ଠ ମା’ ହେଲା ଶ୍ରୀୟା, ଶାବକର ଯତ୍ନ ନେଉଛନ୍ତି କର୍ତ୍ତୃପକ୍ଷ

ତେବେ ବଡ଼ଦାଣ୍ଡରେ ଏତେ ମାତ୍ରରେ ଚିଲ ଉଡୁଥିବାର ଦେଖି ଏହା କୌଣସି ଅଶୁଭ ସଙ୍କେତ ହୋଇଥାଇପାରେ ବୋଲି ଗୋଟେ ପ୍ରକାରର ଚର୍ଚ୍ଚା ସହରରେ ଲାଗି ରହିଛି ।

Watch Video: