ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ଦଳ ଘରୋଇ ମାଟିରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ୍ ଖେଳୁଛି। ଏହା ପରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ। ସେଠି ଦଳ ତିନୋଟି ଫର୍ମାଟରେ ସିରିଜ୍ ଖେଳିବ। ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳର ଘୋଷଣା ହୋଇ ସାରିଛି। ହେଲେ ଦିନିକିଆ ଦଳ ଚୟନରେ ବିଳମ୍ବ ହେଲାଣି। ଏହାର କାରଣ ଚୟନ କମିଟି କିଛି ଖେଳାଳିଙ୍କ ଫିଟନେସ୍ ଉପରେ ନଜର ରଖିଛନ୍ତି। ଯେଉଁ ଖେଳାଳିଙ୍କ ଫିଟନେସ୍ ରିପୋର୍ଟକୁ BCCI ଅପେକ୍ଷା କରିଛି, ସେଥିରେ ପ୍ରସିଦ୍ଧ କୃଷ୍ଣା, ହର୍ଷିତ ରାଣା ଓ ଋଷଭ ପନ୍ତଙ୍କ ନାଁ ସାମିଲ୍।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଗୌହାଟୀରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ପ୍ରସିଦ୍ଧ କୃଷ୍ଣାଙ୍କୁ ଆଘାତ ଲାଗିଥିଲା। ସେଣ୍ଟର ଅଫ ଏକ୍ସିଲେନ୍ସ ପହଞ୍ଚିବା ପରେ ପ୍ରସିଦ୍ଧ କୃଷ୍ଣାଙ୍କୁ ସଂପୂର୍ଣ୍ଣ ଫିଟ୍ ହେବା ପାଇଁ ତିନି ସପ୍ତାହର ସମୟ ଦିଆଯାଇଛି। କୃଷ୍ଣା ସଂପ୍ରତି ଭଲ ଫର୍ମରେ ଅଛନ୍ତି ଏବଂ ଟିମ୍ ଇଣ୍ଡିଆ ଲଗାତାର ଓ୍ଵିକେଟ୍ ଟେକିଂ ବିକଳ୍ପ ସାବ୍ୟସ୍ତ ହୋଇଛନ୍ତି।

Also Read: ଅଭିଷେକ ଶର୍ମାଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ପାକିସ୍ତାନୀ କ୍ରିକେଟର୍ : କୋହଲିଙ୍କ ମାଇଲଷ୍ଟୋନ୍ ବି ବିପଦରେ !

କୃଷ୍ଣାଙ୍କୁ ନେଇ ଦଳ ପ୍ରବନ୍ଧକ ସତର୍କ ଅଛନ୍ତି।ତାଙ୍କର ଆଘାତ ଯେମିତି ଗମ୍ଭୀର ନ ହେଉ, ଏଥିପାଇଁ ବୋର୍ଡ କୌଣସି ପ୍ରକାର ବଡ଼ ରିସ୍କ ନେବାକୁ ଚାହୁଁ ନାହିଁ। ତେଣୁ ଗୌହାଟୀ ଦିନିକିଆରେ ପ୍ରସିଦ୍ଧଙ୍କୁ ପୂରା ଓଭର ବୋଲିଂ କରିବାକୁ ଦିଆଯାଇ ନ ଥିଲା।

ଖେଳାଳିଙ୍କ ଫିଟନେସ୍ ଉପରେ BCCIର କଡ଼ା ନଜର

ଅନ୍ୟପକ୍ଷେ ହର୍ଷିତ ରାଣା ଜୁଲାଇ ମାସରୁ ସିଇଓରେ ପୁନଃ ଥଇଥାନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ହେଲେ ଖୁବ ଶୀଘ୍ର ତାଙ୍କର ମ୍ୟାଚ୍ ଫିଟନେସ ଯାଞ୍ଚ ଏବଂ ପରଖା ଯିବ। ଋଷଭ ପନ୍ତଙ୍କ ଫିଟନେସ୍ ଉପରେ ମଧ୍ୟ ଅପଡେଟ୍ ସାମ୍ନାକୁ ଆସିଛି। ବର୍ତ୍ତମାନ ସୁଦ୍ଧା ଏହି ବାମହାତୀ ଓ୍ଵିକେଟ୍ କିପର ବ୍ୟାଟର ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ହେଲେ ତାଙ୍କର ଆହର ସମସ୍ୟା ସେତେ ଜଟିଳ ନୁହେଁ ଏବଂ ଶୀଘ୍ର ଫିଟ୍ ହୋଇଯିବେ।

Also Read: ରୋହିତ ପୁଣି ହେବେ ଅଧିନାୟକ ! ଖୁବ୍ ଶୀଘ୍ର ଘୋଷଣା କରିପାରେ ମୁମ୍ବାଇ ଇଣ୍ଡିଆନ୍ସ

ଉଲ୍ଲେଖନୀୟ ଟେଷ୍ଟ ଏବଂ ଦିନିକିଆ ଦଳ ଅକ୍ଟୋବର ୨୮ରେ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହା ପରେ ନଭେମ୍ବର ୪ରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ହେଲେ ଦଳ ପ୍ରବନ୍ଧକ ହର୍ଷିତ ରାଣାଙ୍କୁ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଏବଂ ଟେଷ୍ଟ ଦଳରେ ସାମିଲ୍ କରିବାକୁ ଚାହୁଁଛନ୍ତି