ସୋନପୁର: ସୋନପୁର ଜିଲ୍ଲାର ତରଭାରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜ ଘର ଭିତରେ ଫ୍ୟାନରେ ଝୁଲି ପଡ଼ି ଆତ୍ମହତ୍ୟା କଲେ ସହାୟକ ରାଜସ୍ଵ ନିରୀକ୍ଷକ(ARI)। ତେବେ ଆତ୍ମହତ୍ୟାର କାରଣ ଜଣା ପଡ଼ିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସୂଚନା ମୁତାବକ ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲ ବ୍ରାହ୍ମଣୀ ରାଜସ୍ୱ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ARI ତରୁଣନନ୍ଦ ସାହୁ। ତେବେ ବୁଧବାର ଘୋଡାଘାଟପଡ଼ା ସ୍ଥିତ ନିଜ ଘର ଭିତରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । କେଉଁ କାରଣକୁ ନେଇ ସେ ଏମିତି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ l ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚି ଘଟଣାର କରୁଛି ତଦନ୍ତ ।

Also Read: ରାତିପାହିଲେ ଛାତ୍ର ସଂସଦ ନିର୍ବାଚନ, କଲେଜ୍ ଗେଟରେ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ପରିବାର ଲୋକଙ୍କ କହିବା ଅନୁସାରେ, ତୁରଣନନ୍ଦ ଗତକାଲି ସନ୍ଧ୍ୟାରେ ବୁଲିବାକୁ ଯାଇ ରାତି ପ୍ରାୟ ୯ଟାରେ ଘରେ ପହଞ୍ଚିଥିଲେ।। ସେ ମାନସିକ ଚାପରେ ଥିବା ପରିବାର ଲୋକେ କହିଛନ୍ତି। ରାତିରେ ଖାଇବା ପରେ ସେ ଶୋଇବାକୁ ଚାଲି ଯାଇଥିଲା। ହେଲେ ରାତିରେ ସେ ସିଲିଂ ଫ୍ୟାନରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସକାଳେ ଦୀର୍ଘ ସମୟ ଧରି ଘରୁ ନ ବାହାରିବା ଏବଂ ବାଟ ନ ଖୋଲିବାରୁ ପୋଲିସକୁ ଖବର ଦିଆଯାଇଥିଲା।