କଟକ ୧୪।୧୦: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହି ଶ୍ରୀୟା ଦୁଇ ଶାବକକୁ ଜନ୍ମ ଦେଇଛି । ସେଥି ମଧ୍ୟରୁ ଗୋଟିଏ ମୃତ ଜନ୍ମ ହୋଇଥିବା ବେଳେ ଗୋଟିଏ ଜୀବିତ ଅଛି । ଜୀବିତ ଶାବକକୁ ଶ୍ରୀୟା ଗ୍ରହଣ କରିନଥିଲା । ତେଣୁ କର୍ତ୍ତୃପକ୍ଷ ମା’ ଠାରୁ ଅଲଗା କରି ଶିଶୁ ଲାଳନ ପାଳନ କେନ୍ଦ୍ରରେ ରଖିଥିଲେ । ତାକୁ ବୋତଲରେ ପାଉଡର କ୍ଷୀର ପିଇବାକୁ ଦିଆଯିବା ସହିତ ଲାଇଟରେ ରଖାଯାଉଛି । ଶାବକଟି ସୁସ୍ଥ ଥିବା ଜଣାପଡ଼ିଛି । ଏହି ମାଈ ଶାବକ ଜନ୍ମ ହେବାପରେ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧିପାଇଛି ।

ଗତ ସେପ୍ଟେମ୍ବର ୧୧ ତାରିଖରେ ସିଂହି ମାୟାର ୩ ଦିନର ଶାବକର ମୃତ୍ୟୁ ନନ୍ଦନକାନନକୁ ଗଭୀର ଆଘାତ ଦେଇଥିଲା । ଗତ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀୟା ସର୍ବ କନିଷ୍ଠ ମା’ ହେବାର ସୌଭାଗ୍ୟ ଅର୍ଜନ କରି ନନ୍ଦନକାନନ ପାଇଁ ଖୁସି ଆଣିଥିଲା । ସନ୍ଧ୍ୟାରେ ଏକ ମାଈ ଶାବକ ଜନ୍ମ ଦେଇଥିଲା । ବହୁ କମ ବୟସର ମାତୃତ୍ୱ ଲାଭ କରିଥିବାରୁ ସେ ଶାବକକୁ ଠିକ୍ ଭାବରେ ଲାଳନ ପାଳନ କରିପାରିନଥିଲା । ତେଣୁ ତାକୁ ଶିଶୁ ଲାଳନ ପାଳନ କେନ୍ଦ୍ରକୁ ନିଆଯାଇଥିଲା । ଶ୍ରୀୟା ଆଜି ଦିନ ୨ଟା ୫୫ରେ ପୁଣି ଏକ ମୃତ ଶାବକ ଜନ୍ମ ଦେଇଥିଲା ।

Also Read:- ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦିଅ: ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

୨୦୨୪ ଅଗଷ୍ଟ ୮ ତାରିଖରେ ସିଂହି ବିଜିଲି ଓ ସିଂହ ସମ୍ରାଟ ଔରସରୁ ୩ଟି ଶାବକ ଧ୍ରୁବ, ହର୍ଷ ଓ ଶ୍ରୀୟା ଜନ୍ମ ହୋଇଥିଲେ । ସିଂହି ବିଜଲୀ ସେମାନଙ୍କୁ ଗ୍ରହଣ ନକରିବାରୁ କର୍ତୃପକ୍ଷ ଶିଶୁ ଲାଳନ ପାଳନ କେନ୍ଦ୍ରରେ ରଖି ବଡ଼ କରିଥିଲେ । ପ୍ରାୟ ବର୍ଷକର ହେବା ପରେ ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ ୧୮ ନଂ ଖୁଆଡ଼ରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଦ୍ରୁବକୁ ଅଲଗା କରାଯାଇ ଗୋଟିଏ ଖୁଆଡ଼ରେ ହର୍ଷ ଓ ଶ୍ରୀୟାକୁ ରଖାଯାଇଥିଲା । ବିଭାଗୀୟ ଅଧିକାରୀଙ୍କ ଅଜାଣତରେ ସେମାନଙ୍କ ମିଳନ ହୋଇଥିଲା । ଏବେ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧିପାଇଛି ।

Watch Video: