ନୂଆଦିଲ୍ଲୀ: IPL 2027କୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି ଫ୍ରାଞ୍ଚାଇଜ। ଦଳର ମଙ୍ଗ କାହାକୁ ଦେବେ, କେଉଁ ଖେଳାଳିଙ୍କୁ ସାମିଲ୍ କରିବେ, ସେ ନେଇ ସବୁ ଟିମ୍ ପକ୍ଷରୁ ଚାଲିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି। ଆଗାମୀ ସିଜିନ ପାଇଁ ଗୋଟିଏ କି ଦୁଇଟି ଦଳ ନୁହେଁ ଅନେକ ଫ୍ରାଞ୍ଚାଇଜ ନିଜ ଟିମ୍ ପାଇଁ ଅଧିନାୟକ ଖୋଜୁଛନ୍ତି। ତେବେ ଅଧିନାୟକ ପଦକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ। 

ମୁମ୍ବାଇ ଇଣ୍ଡିଆନ୍ସ

IPL 2027ରେ ଦଳ କାହାକୁ ଅଧିନାୟକ କରିବ ସେ ନେଇ ମାନସ ମନ୍ଥନ ଚାଲିଛି। ତେବେ ରିପୋର୍ଟ କହୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହଟାଯାଇ ପୁଣି ଥରେ ଦଳର ନେତୃତ୍ଵ ଦାୟିତ୍ଵ ରୋହିତ ଶର୍ମାଙ୍କୁ ଦିଆଯାଇପାରେ। ହିଟମ୍ୟାନଙ୍କ ନେତୃତ୍ଵରେ ମୁମ୍ବାଇ ପାଞ୍ଚ ଥର ଟାଇଟଲ୍ ଜିତିଛି। କେବଳ ରୋହିତ ନୁହନ୍ତି ଏମଆଇର ଅଧିନାୟକ ପାଇଁ ତିଳକ ବର୍ମା ମଧ୍ୟ ଦାବିଦାର ଅଛନ୍ତି। ଏହି ବାମହାତୀ ବ୍ୟାଟର ବର୍ତ୍ତମାନ ଭାରତୀୟ ଟି-୨୦ ଦଳର ଉପଅଧିନାୟକ ଅଛନ୍ତି।

Also Read: ନ୍ୟୁଜିଲାଣ୍ଡ ବିପକ୍ଷ ODI ଦଳ ଘୋଷଣାର ଆସିଲା ବଡ଼ ଅପଡେଟ୍, BCCI ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ୩ ଖେଳାଳି

ଚେନ୍ନାଇ ସୁପର କିଙ୍ଗ୍ସ

ଏମଏସ ଧୋନୀଙ୍କ ପରେ ଚେନ୍ନାଇ ସୁପର ଋତୁରାଜ ଗାଏକ୍ଵାଡ଼ଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ହେଲେ ଗାଏକ୍ଵାଡ଼ ସେମିତି ଆଖି ଦୃଶିଆ ପ୍ରଭାବିତ କରିପାରି ନାହାନ୍ତି। ଗତ ସିଜିନରେ ଆଶା କରାଯାଉଥିଲା ସଞ୍ଜୁ ସାମସନଙ୍କୁ ଅଧିନାୟକ ଦାୟିତ୍ଵ ମିଳିପାରେ, ହେଲେ ସେମିତି କିଛି ହୋଇ ନ ଥିଲା। ଏବେ ମଧ୍ୟ ୫ ଥର ଚାମ୍ପିଅନ ଏହି ଫ୍ରାଞ୍ଚାଇଜ ଅଧିନାୟକ ବିକଳ୍ପ ଖୋଜୁଛି।

ଲକ୍ଷ୍ନୌ ସୁପର ଜାଏଣ୍ଟସ

ଋଷଭ ପନ୍ତ ଗତ ସଂସ୍କରଣରେ LSGର ନେତୃତ୍ଵ ନେଇଥିଲେ। ହେଲେ ତାଙ୍କ ନେତୃତ୍ଵରେ ଦଳର ପ୍ରଦର୍ଶନ ଅତି ନିମ୍ନମାନର ଥିଲା। ପୁଣି ଟ୍ରେଡ ଜରିଆରେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରି ଯାଇଛନ୍ତି। ଏଲଏସଜିରେ ଏବେ ଅଧିନାୟକ ପଦ ଖାଲି ପଡ଼ିଛି। ଆଡନ ମାରକ୍ରମ ଏବଂ ମିଚେଲ୍ ମାର୍ଶ ନୂଆ ଅଧିନାୟକ ଦୌଡ଼ରେ ସାମିଲ। ହେଲେ ଖେଳାଳିଙ୍କ ନିଲାମ ପର୍ଯ୍ୟନ୍ତ ଫ୍ରାଞ୍ଚାଇଜ ଅପେକ୍ଷା କରିବାକୁ ଉଚିତ୍ ମଣିଛି।

Also Read: ରୋହିତ ପୁଣି ହେବେ ଅଧିନାୟକ ! ଖୁବ୍ ଶୀଘ୍ର ଘୋଷଣା କରିପାରେ ମୁମ୍ବାଇ ଇଣ୍ଡିଆନ୍ସ

ଦିଲ୍ଲୀ କ୍ୟାପିଟଲ୍ସ

ଅକ୍ଷର ପଟେଲଙ୍କ ନେତୃତ୍ଵରେ ଗତ ସଂସ୍କରଣ ଖେଳିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ହେଲେ ଏବେ ଋଷଭ ପନ୍ତଙ୍କ ଦଳକୁ ଫେରିବା ପରେ ଦେଖିବାକୁ ପଡ଼ିବ କାହାକୁ ଦଳର ମଙ୍ଗ ଦିଆଯାଉଛି। ଆଉ ଏକ ବିକଳ୍ପ କେଏଲ ରାହୁଲଙ୍କ ଭାବେ ମଧ୍ୟ ରହିଛି। ହେଲେ ନୂଆ ଅଧିନାୟକୁ ନେଇ ଫ୍ରାଞ୍ଚାଇଜ ପକ୍ଷରୁ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ।

କୋଲକାତା ନାଇଟ୍ ରାଇଡର୍ସ

ଆଜିଙ୍କ୍ୟ ରାହାଣେଙ୍କ ଅବସର ପରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ କିଏ ହେବ ତାହା ସ୍ଥିର ହୋଇ ନାହିଁ। ଅଧିନାୟକ ପଦ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ରିଙ୍କୁ ସିଂ। ହେଲେ ଏହା ମଧ୍ୟ ଖବର ଆସୁଛି ଯେ, ସୂର୍ଯ୍ୟକୁମାର ଯାଦବ ଟ୍ରେଡ ଜରିଆରେ KKRକୁ ଆସି ପାରନ୍ତି। ଯଦି ଏମିତି ହୁଏ ତେବେ ସୂର୍ଯ୍ୟକୁମାର ଯାଦବ ହିଁ KKRର ମଙ୍ଗ ଧରିବାର ଯଥେଷ୍ଟ ସମ୍ଭାବନା ରହିବ।

Also Read: ମ୍ୟାକଗ୍ରା ଏବଂ ମୁରଲୀଧରନଙ୍କୁ ପଛରେ ପକାଇଲେ ବୁମରା, ଏକବିଂଶ ଶତାବ୍ଦୀର ମହାନ ବୋଲର...

ସନରାଇଜର୍ସ ହାଇଦ୍ରାବାଦ

ପାଟ୍ କମିନ୍ସଙ୍କ ହାତରେ ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ଵ ଭାର ରହିଛି। ହେଲେ କାର୍ଯ୍ୟଭାର ପରିଚାଳନାକୁ ଦୃଷ୍ଟିରେ ରଖି ଫ୍ରାଞ୍ଚାଇଜ ତାଙ୍କୁ ଅଧିନାୟକ ପଦରୁ ଅବ୍ୟାହତି ଦେଇପାରେ। ଏମିତିରେ ଇଶାନ କିଶନ ଅଧିନାୟକ ପଦ ଦୌଡ଼ରେ ସବୁଠୁ ଆଗରେ ରହିବେ। ଗତ ସିଜିନର କିଛି ମ୍ୟାଚରେ କମିନ୍ସଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକତ୍ଵ କରିଥିଲେ ଇଶାନ କିଶନ।