ନୂଆଦିଲ୍ଲୀ ୧୯।୦୩; ଜୈଶ-ଏ-ମହମ୍ମଦ (JeM)ର ପ୍ରତିଷ୍ଠାତା ଏବଂ ଆତଙ୍କବାଦୀ ମାସୁଦ ଆଝାରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବଡ଼ ଦାବି ସାମ୍ନାକୁ ଆସିଛି। ରିପୋର୍ଟ କରାଯାଉଛି ଯେ ମାସୁଦ ଆଝାର ଗୁରୁତର ଅଛନ୍ତି। ମାସୁଦ ଆଝାରଙ୍କ ଏକ ଅଡିଓ କ୍ଲିପ୍ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ଆତଙ୍କବାଦୀଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଜୋରରେ କାଶୁଥିବାର ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ସେ ବର୍ତ୍ତମାନ ପାକିସ୍ତାନରେ ଚିକିତ୍ସାଧୀନ ଅଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା, ISI ଦ୍ୱାରା କଡ଼ା ନଜର ରଖାଯାଉଥିବାରୁ, ତାଙ୍କର ସଠିକ୍ ସ୍ଥାନ ବିଶ୍ୱ ପାଇଁ ଏକ ରହସ୍ୟ ହୋଇ ରହିଛି।
ମାସୁଦ ଆଝାର ଅସୁସ୍ଥ!
ରିପୋର୍ଟରେ କୁହାଯାଇଛି ଯେ ମାସୁଦ ଆଝାର ପ୍ରାୟ ୨୧ ମିନିଟ୍ ଲମ୍ଵାର ଏକ ଅଡିଓ ବାର୍ତ୍ତା ଜାରି କରିଥିଲେ। ମାସୁଦ ଆଝାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବା ନେଇ କୁହାଯାଇଛି। ଏହି ବାର୍ତ୍ତା ବିଶେଷ ଭାବରେ ଇଦ୍ ପୂର୍ବରୁ ଜାରି କରାଯାଇଥିଲା। ଏହି ଅଡିଓ କ୍ଲିପରେ, ମାସୁଦ ଆଝାରକୁ ବାରମ୍ବାର କାସିବା ଶୁଣିବାକୁ ମିଳୁଛି। ଏହା ସହ ତାଙ୍କ ସ୍ଵରରେ ପରିବର୍ତ୍ତନ ଦେଖାଯାଉଛି।
EXCLUSIVE‼️
— Levina🇮🇳 (@LevinaNeythiri) March 18, 2026
🔴JeM Trt Masood Azhar's most recent audio confirms he is SICK.
@NIA_India @HMOIndia
⚠️The audio in NOT AI generated
This audio was released for Pakistan backed JeM cadre as Ramadan comes to an end a day ago.
In case of death Masood Azhar will be replaced by his… https://t.co/YMfFlgVboR pic.twitter.com/Lr4gG3FyVR
ଏହା ବ୍ୟତୀତ, ସେ ଜୈଶ ଆତଙ୍କବାଦୀଙ୍କୁ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି। ଗତ କିଛି ମାସ ଧରି ତାଙ୍କର ଶାରୀରିକ ଅବସ୍ଥା କ୍ରମାଗତ ଭାବରେ ଖରାପ ଥିବା ଜଣାପଡିଛି। ଯଦି ମାସୁଦ ଆଝାରଙ୍କ ମୃତ୍ୟୁ ହୁଏ, ତେବେ ଅନୁମାନ କରାଯାଉଛି ଯେ ତାଙ୍କ ଭାଇ ରଉଫ ଅସଗର ଆଝାର ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡ ଗ୍ରହଣ କରିବେ।
Also Read-କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣା, ମୃତକଙ୍କ ହେବ ସାମୂହିକ ଅନ୍ତିମ ସଂସ୍କାର
