ଭୁବନେଶ୍ୱର ୧୩।୧୦ : ସଚିବାଳୟ ରିକ୍ରିଏସନ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଭୁବନେଶ୍ୱର କପ୍‌ କ୍ୟାରମ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଖେଳାଳିମାନେ ଅଂଶଗ୍ରହଣ କରି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ।

ଉଦ୍‌ଯାପନୀ ସମାରୋହରେ ସରକାରଙ୍କ ପୂର୍ବତନ ଅତିରିକ୍ତ ସଚିବ ଶ୍ରୀ ଚିତ୍ତରଞ୍ଜନ ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ଶ୍ରୀ ନୃସିଂହ ଚରଣ ପୃଷ୍ଟି ଓ ଶ୍ରୀ ରଣଜିତ କୁମାର ମୁଦୁଲି ସମ୍ମାନିତ ଅତିଥି ଏବଂ ଶ୍ରୀ ବିଭୂତି ଭୂଷଣ ସେନାପତି ମୁଖ୍ୟ ରେଫରୀ ଭାବେ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ପରିଚାଳନାରେ ସଚିବାଳୟ ରିକ୍ରିଏସନ୍ କ୍ଲବ୍‌ର କାର୍ଯ୍ୟକାରୀ ସଦସ୍ୟ ଡ. ପ୍ରିୟରଞ୍ଜନ ଷଡ଼ଙ୍ଗୀ, ଶ୍ରୀ ରୋହିତ ରଞ୍ଜନ ନାୟକ, ଶ୍ରୀ ବାମନ ଚରଣ ପ୍ରତିହାରୀ ଓ ଶ୍ରୀ ରାକେଶ କୁମାର ପଣ୍ଡା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହି ଆୟୋଜନ ଶ୍ରୀ ସତୀଶ ରଞ୍ଜନ ସାମନ୍ତରାୟ, ଶ୍ରୀ ଜାନକୀ ବଲ୍ଲଭ ଦାସଙ୍କ ଓ ଶ୍ରୀ ମାନସ ଚନ୍ଦ୍ର ନାୟକଙ୍କ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଥିଲା।

​​​​​​​

ଟୁର୍ଣ୍ଣାମେଣ୍ଟର ଫଳାଫଳ

୧. ପୁରୁଷ ଏକକ (Men’s Singles)

  • ପ୍ରଥମ ସ୍ଥାନ:ଭି. ଆକାଶ (ଖୋର୍ଦ୍ଧା)
  • ଦ୍ୱିତୀୟ ସ୍ଥାନ:କେ. ଭୀମାୟା (ଖୋର୍ଦ୍ଧା)

୨. ପୁରୁଷ ଯୁଗଳ (Men’s Doubles)

  • ପ୍ରଥମ ସ୍ଥାନ:ଗୌତମପ୍ରସାଦ ଭୋଳ ଓ କାଳୀନାରାୟଣ ପଟ୍ଟନାୟକ (ପୁରୀ)
  • ଦ୍ୱିତୀୟ ସ୍ଥାନ:ତ୍ରିନାଥ ବେହେରା ଓ ତପନ କୁମାର ସେନାପତି (ଖୋର୍ଦ୍ଧା)

​​​​​​​

ଉଦ୍‌ଯାପନୀ ସମାରୋହରେ ଅତିଥିମାନେ ବିଜୟୀ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାସହ ରାଜ୍ୟରେ କ୍ୟାରମ୍ ଖେଳର ପ୍ରଚାର ଓ ପ୍ରସାର ତଥା ଖେଳାଳିମାନଙ୍କ ପ୍ରତିଭା ବିକାଶ ଦିଗରେ ଏପରି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ସଚିବାଳୟ ରିକ୍ରିଏସନ୍ କ୍ଲବ୍ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଅତିଥି, ଖେଳାଳି, ରେଫରୀ, ସହଯୋଗୀ ଓ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଯାଇଛି।

Also Read:-Free Food for Voters : ଛାତ୍ର ସଂସଦ ନିର୍ବାଚନ ପାଇଁ କମ୍ପୁଛି କ୍ୟାମ୍ପସ୍ ; ଭୋଟ୍ ହାତେଇବାକୁ ମାଗଣା ଦହିବରା, ଗୁପ୍‌ଚୁପ୍ ଓ ଆଇସକ୍ରିମ୍ ଷ୍ଟଲ୍