ନୂଆଦିଲ୍ଲୀ: ମଙ୍ଗଳବାର ପାକ୍ ବାୟୁସେନା ଆଫଗାନ ରାଜଧାନୀ କାବୁଲରେ ଭୀଷଣ ବୋମା ମାଡ଼ କରିଥିଲା। ଏକ ନିଶାମୁକ୍ତି କେନ୍ଦ୍ରକୁ ଟାର୍ଗେଟ୍ କରାଯାଇ ହୋଇଥିବା ଏହି ଆକ୍ରମଣରେ ୪୦୮ ଜଣଙ୍କର ଜୀବନ ଯାଇଥିବା ୨୬୫ରୁ ଅଧିକ ଆହତ ହୋଇଛନ୍ତି । ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ତେବେ ମଙ୍ଗଳବାର ମିଳିଥିବା ସୂଚନା ଅନୁସାରେ, ଆଫଗାନ ସରକାର ମୃତକଙ୍କ ସମୂହ ଅନ୍ତିମ ସଂସ୍କାର କରିବାକୁ ପ୍ରସ୍ତୁତି କରୁଛନ୍ତି।

ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ମୌଲବୀ ଅମୀର ଖାନ ମୁତ୍ତାଫି କହିଛନ୍ତି, ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ୪୦୮ରୁ ଅଧିକ ପାକିସ୍ତାନର ଆକ୍ରମଣରେ ପ୍ରାଣ ହରାଇଛନ୍ତି। ୨୬୫ରୁ ଅଧିକ ଆହତ ହୋଇଛନ୍ତି। ଏଥିରେ ଅନେକ ଲୋକଙ୍କ ଗୁରୁତର ଅଛନ୍ତି। ଏମାନଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରାଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କାବୁଲର ଏକ ପାହାଡ଼ରେ ଅନ୍ତିମ ସଂସ୍କାର ପାଇଁ ଦୁଇଟି ସ୍ଥାନ ପ୍ରସ୍ତୁତ କରାଯାଇଛି।

ତାଲିବାନ ଗୃହ ମନ୍ତ୍ରଣାଳୟ ପ୍ରବକ୍ତା ଅବଦୁଲ ମତୀନ କାନୀ କରିଛନ୍ତି ଯେ, ସାମୂହିକ ଅନ୍ତିମ ସଂସ୍କାର କରାଯିବ। ସେ ଆହୁରି କହିଛନ୍ତି, ସମସ୍ତ ୪୦୦ ଶବକୁ କାବୁଲରେ ପୋତାଯିବ ନାହିଁ କାରଣ ସେଥିରୁ କିଛି ଅନ୍ୟ ଦେଶକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: IDF ଆକ୍ରମଣରେ ଇରାନର ଗୁଇନ୍ଦା ମନ୍ତ୍ରୀଙ୍କ ମୃତ୍ୟୁ, ଇସ୍ରାଏଲ-ଆମେରିକାକୁ ଦେଖାଉଥିଲେ ନାଲିଆଖି

ବଡ଼ କଥା ହେଲା ପାକିସ୍ତାନ ପକ୍ଷରୁ ବାରମ୍ବାର ହସ୍ପିଟାଲ ଉପରେ ଆକ୍ରମଣ କଥାକୁ ଖାରଜ କରାଯାଉଛି। ସେପଟେ ଆଫଗାନିସ୍ତାନରେ ପାକିସ୍ତାନ ରଚିଥିବା ମୃତ୍ୟୁ ତାଣ୍ଡବର ପ୍ରତିଶୋଧ ନେବାକୁ ତାଲିବାନ ପ୍ରସ୍ତୁତି ଆରମ୍ଭ କରିଛି । ତାଲିବାନ ସରକାରଙ୍କ ଗୃହମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି କହିଛନ୍ତି, ନିଶା ନିବାରଣ କେନ୍ଦ୍ରରେ ଶହ ଶହ ଲୋକଙ୍କ ମୃତ୍ୟୁ ପାଇଁ ପାକିସ୍ତାନକୁ ଦାୟୀ କରିବା ସହ ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।