ନୂଆଦିଲ୍ଲୀ: ପାର୍ବଣ ଋତୁରେ ବ୍ୟବସାୟୀଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି। UPI ପେମେଣ୍ଟ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍(MDR) ଚାର୍ଜ ଲାଗୁ କରାଯିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚାଇଛି ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ(NPCI)। ହେଲେ NPCI ଏହା କହିଛି ଯେ, ବଛା ବଛା ଦୋକାନୀଙ୍କ ପାଇଁ UPI ପେମେଣ୍ଟ ଉପରେ ଏହି ଚାର୍ଜ ଦୀପାବଳି ସରିବା ମାତ୍ରେ ଲାଗୁ ହେବ। UPI ପେମେଣ୍ଟ ଉପରେ ଚାର୍ଜେସ୍ ଅକ୍ଟୋବର ୧୫ରୁ ଲାଗୁ ହେବାର ଥିଲା।

କାହିଁକି ଘୁଞ୍ଚିଲା ନିଷ୍ପତ୍ତି

UPI ଉପରେ NDR ଚାର୍ଜ ଲଗାଇବାର ନିଷ୍ପତ୍ତି କାହିଁକି ଘୁଞ୍ଚାଗଲା। ଏ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଥିବ। ଯେଉଁଠି ସରକାର ଏହି ଚାର୍ଜ ଅକ୍ଟୋବର ୧୫ରୁ ଲାଗୁ ହେବ ବୋଲି ଘୋଷଣା କରିଥିଲେ, ସେହି ସମୟରେ ଅଚାନକ କାହିଁକି ନିଆଗଲା ଏହି ନିଷ୍ପତ୍ତି। ତେବେ ଏହା ପଛର ସବୁଠୁ ବଡ଼ କାରଣ ହେଉଛି ପାର୍ବଣ ସମୟରେ ଗ୍ରାହକ ଏବଂ ବ୍ୟବସାୟୀଙ୍କ ଉପରେ ଯେମିତି ଅତିରିକ୍ତ ଆର୍ଥିକ ବୋଝ ନ ପଡ଼ୁ। ପାର୍ବଣ ସମୟରେ ବେପାର ବଢିଥାଏ। ତେଣୁ ବ୍ୟବସାୟୀ ସଂଗଠନ, ଫିଟନେକ୍ କମ୍ପାନି ଏବଂ ପେମେଣ୍ଟ କମ୍ପାନି ଏହି ଚାର୍ଜେସ୍ ନିଷ୍ପତ୍ତି ଘୁଞ୍ଚାଇବାକୁ ବାରମ୍ବାର ଦାବି କରି ଆସୁଥିଲେ। ସେମାନଙ୍କ କହିବା କଥା MDRର ଅଲଗା ଅଲଗା ଦର ଏବଂ ନିୟମକୁ ନେଇ ଆହୁରି ସ୍ପଷ୍ଟତା ଜରୁରୀ। ଏପରିକି ବ୍ୟବସାୟୀଙ୍କ ମହଲରେ ଏହି ଡର ଥିଲା ଯେ, ଯଦି ଚାର୍ଜେସ୍ ଲାଗୁ ହେବ ତେବେ ଦୋକାନୀ ୟୁପିଆଇ ବଦଳରେ ପୁଣି ଥରେ ନଗଦ ଟଙ୍କା ବ୍ୟବସ୍ଥା ଆପଣେଇବେ।

Also Read: ଖୋଲିଲା ପାତ୍ର ଇଲେକ୍ଟ୍ରୋନିକ୍ସର ୫୩ ତମ ଷ୍ଟୋର, ସବୁଠାରୁ କମ୍ ମୂଲ୍ୟ ସହ ସହଜ କିସ୍ତିରେ ଗ୍ରାହକ କିଣିପାରିବେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ

ଦୀପାବଳି ପରେ କେବେ ଲାଗୁ ହେବ ଚାର୍ଜ ?

NPCIର ମୁତାବକ, UPI ଉପରେ MDR ଚାର୍ଜ ଦୀପାବଳି ସରିବା ମାତ୍ରେ ଲାଗୁ ହେବ। ହେଲେ ଏହାକୁ ନିର୍ଦ୍ଦିଷ୍ଟ କେଉଁ ତାରିଖରୁ ଲାଗୁ କରାଯିବ ସେ ନେଇ ତାରିଖ ଘୋଷଣା ହୋଇ ନାହିଁ। କିନ୍ତୁ ମିଡିଆ ରିପୋର୍ଟ ମୁତାବକ, ଏହି ଚାର୍ଜ ନଭେମ୍ବର ଦ୍ଵିତୀୟ ସପ୍ତାହରେ ଲାଗୁ ହୋଇପାରେ।

୨୦୦୦ ଟଙ୍କାରୁ ଅଧିକ ଉପରେ ଲାଗିବ UPI ଚାର୍ଜେସ୍

NPCIର ପ୍ରସ୍ତାବ ମୁତାବକ, ଦୁଇ ହଜାରରୁ ଅଧିକ ଟଙ୍କା ଉପରେ ୦.୪ ପ୍ରତିଶତ ମର୍ଚାଣ୍ଟ ଫି ଲାଗିବ। ସରଳ ଭାଷାରେ କହିବାକୁ ଗଲେ, ଯଦି ଆପଣ କୌଣସି ଦୋକାନୀକୁ ୧୦ ହଜାର ଟଙ୍କାର ୟୁପିଆଇ ପେମେଣ୍ଟ କରିବେ, ତବେ ଏହି ହିସାବରେ ୪୦ ଟଙ୍କାର ଚାର୍ଜ ଲାଗିବ। ଆଉ ଦୁଇ ହଜାର ଟଙ୍କାର ପେମେଣ୍ଟ ଉପରେ ୮ ଟଙ୍କା ଚାର୍ଜେସ୍ ଲାଗିବ। ତେବେ ଏହି ଶୁଳ୍କ ଦୋକାନୀ ବହନ କରିବେ। ଆପଣ ଗୁଗଲ ପେ, ଫୋନ ପେ ଏବଂ ପେଟିଏମ କଲେ ଏହାର ଚାର୍ଜ ଦୋକାନୀ ବହନ କରିବେ।

Also Read: ଧନୀ ଦେଶର ୧୦% ସବୁଠୁ ଗରିବ ଲୋକଙ୍କ ଆୟ, ଭାରତର ୧୦% ସବୁଠୁ ଧନୀଙ୍କଠାରୁ ବି ଅଧିକ: World Bank