Tiger Shroff Firing: ଗୁଳିମାଡ଼ ଘଟଣା ପରେ ଅଭିନେତା ଟାଇଗରଙ୍କ ଶ୍ରଫଙ୍କ ପରିସ୍ଥିତି ନେଇ ଅପଡେଟ ସୂଚନା ଆସିଛି। ବାପା ଜ୍ୟାକି ଶ୍ରଫ ଟିମ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟାଇଗର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଗୁଳିକାଣ୍ଡ ଘଟଣା ପରେ ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ଅଶିଷ ଶେଲାର ଟାଇଗର ଶ୍ରଫଙ୍କ ପରିବାର ସହ କଥା ହୋଇ ହାଲଚାଲ ବୁଝିଥିଲେ। ମାମଲାରେ ପୁଲିସ ତଦନ୍ତ ଜାରି ରଖିଛି। ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସିସିଟିଭି ଭିଜୁଆଲ୍ ଅନୁସାରେ ତିନି ଜଣ ବ୍ୟକ୍ତି ବାଇକରେ ଆସିଲେ, ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁଳି ଚଳାଇଲେ ବୋଲି କୁହାଯାଉଛି।

ରବିବାର (ଅକ୍ଟୋବର ୧୮) ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ପୁଷ୍ପା ପାର୍କ ନିକଟରେ ଏହି ଘଟଣା ଘଟିଥିଲା। ଜ୍ୟାକି ଶ୍ରଫଙ୍କ ବିଏମ୍ଡବ୍ଲୁ କାର୍ ଉପରେ ୩ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ତେବେ ଘଟଣାରେ ଟାଇଗର ଶ୍ରଫ ଗୁଳି ମାଡ଼ରୁ ବଞ୍ଚି ଯାଇଥିବା ବେଳେ ତାଙ୍କ ଡ୍ରାଇଭର ଓ ନିକଟରେ ଛିଡ଼ା ହୋଇଥିବା ଫ୍ୟାନ୍ ଆହତ ହୋଇଥିବା ଜୁହୁ ପୁଲିସ ସୂଚନା ଦେଇଛି। ଆହତମାନଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଟାଇଗରକୁ କୌଣସି ଆଘାତ ଲାଗି ନାହିଁ ବୋଲି ଡିସିପି ମୋହିତ ଗର୍ଗ ସ୍ପଷ୍ଟ କରିଛନ୍ତି।

କେମିତି ଘଟିଥିଲା ଗୁଳିକାଣ୍ଡ

ସିସିଟିଭି ଭିଜୁଆଲ୍ ଅନୁସାରେ ତିନି ଜଣ ବ୍ୟକ୍ତି ବାଇକରେ ଆସିଲେ, ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁଳି ଚଳାଇଥିଲେ। ଦୁଇଜଣ ବ୍ୟକ୍ତି ଗୁଳି ମାରୁଥିବା ବେଳେ ତୃତୀୟ ବ୍ୟକ୍ତି ଫେରାର ହେବା ପାଇଁ ମୋଟରସାଇକେଲ ଷ୍ଟାର୍ଟ କରି ବସିଥିଲେ। ପ୍ରଥମ ବ୍ୟାକ୍ତି ଅନେକ ରାଉଣ୍ଡ ଗୁଳି ଚଳାଇଥିବା ଦେଖାଯାଇଥିଲା, ଦ୍ୱିତୀୟ ବ୍ୟକ୍ତି ମଧ୍ୟ ଗୁଳିମାଡ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ଏହାପରେ ଅପରାଧିମାନେ ମୋଟରସାଇକେଲରେ ଫେରାର ହୋଇଯାଇଥିବା ଦେଖାଯାଇଥିଲା। ସାମ୍ନାକୁ ଆସୁଥିବା ଭିଡିଓ ଅନୁଯାୟୀ କାରର ଯେଉଁପାଖରେ ଗୁଳିମାଡ ହେଉଥିଲା ଟାଇଗର ଶ୍ରଫ ସେହି ପାଖରେ ବସିଥିଲେ। ହେଲେ ଗୁଳିମାଡ ପରେ ସେ ଡ୍ରାଇଭର ସିଟ୍‌ ଆଡକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। 

୧୫ ବିଶେଷଜ୍ଞ ଦଳ ଗଠନ କଲା ମୁମ୍ବାଇ ପୁଲିସ

ମାମଲାରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଅପରାଧୀଙ୍କୁ ଧରିବା ପାଇଁ ୧୫ ଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ତଦନ୍ତକାରୀମାନେ ଘଟଣାର କ୍ରମର ସ୍ଥିତି ଜାଣିବା ପାଇଁ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛନ୍ତି। ତେବେ ଏହି ଘଟଣାରେ ଆଉ ଏକ ବଡ଼ ଅପଡେଟ୍ ଖବର ସାମ୍ନାକୁ ଆସିଛି। ଗୁଳିକାଣ୍ଡ ପାଇଁ ବିଦେଶରେ ରହୁଥିବା ଦୁଇ ଅପରାଧୀ ଅନିଲ ପଣ୍ଡିତ ଏବଂ ହରମାନ ସାନ୍ଧୁ ନିଜକୁ ଦାୟୀ କରିଛନ୍ତି। ସେମାନେ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କହିବା ସହିତ ଏହି ଗୁଳିକାଣ୍ଡ ସେମାନେ ଘଟାଇଥିବା ଦାବି କରିଛନ୍ତି। ତେବେ ପୁଲିସ ଏହି ଦାବିର ସତ୍ୟାସତ୍ୟ ଯାଞ୍ଚ କରୁଛି।

ଫେସବୁକ ପୋଷ୍ଟରେ କଣ କହିଲେ ଅପରାଧୀ?ବିଦେଶରେ ରହୁଥିବା ଦୁଇ ଅପରାଧି ଅନିଲ ପଣ୍ଡିତ ଏବଂ ହରମାନ ସାନ୍ଧୁ ଟାଇଗରଙ୍କୁ ଗୁଳି କରିବାର କାରଣ କହିଛନ୍ତି। ସେମାନେ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ସଲମାନ ଖାନଙ୍କ ସହିତ କାମ ନ କରିବାକୁ ପୂର୍ବରୁ ଟାଇଗରଙ୍କୁ ଚେତାବନୀ ଦିଆଯାଇଥିଲା। ହେଲେ ସେ ଶୁଣିଲେ ନାହିଁ। ତେଣୁ ତାଙ୍କୁ ଆଟାକ କରାଯାଇଛି।

ନିଜକୁ ବିଷ୍ଣୋଇ ଗ୍ୟାଙ୍ଗର ବୋଲି କହି ସେମାନେ ୱାର୍ଣ୍ଣିଂ ଦେଇ କହିଛନ୍ତି “ଯେଉଁମାନେ ଆମ କଥା ଶୁଣିବେ ନାହିଁ ସେମାନେ ଆମ ପରବର୍ତ୍ତି ଟାର୍ଗେଟ୍ ହେବେ। ଅପେକ୍ଷା କର ଆଉ ଦେଖ।” ତେବେ ଏହି ଫେସବୁକ ପୋଷ୍ଟର ସତ୍ୟାତ୍ୟ ନେଇ ପୁଲିସ ଯାଞ୍ଚ କରୁଛି।

ଘଟଣାକୁ ନେଇ ବିରୋଧୀଙ୍କ ସମାଲୋଚନା

ଘଟଣାକୁ ନେଇ ଶରଦ ପାୱାରଙ୍କ ଠାରୁ ଅଭିଜିତ ଦୀପ୍‌କେ ପର୍ଯ୍ୟନ୍ତ ମୁମ୍ବାଇର ଆଇନ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଛାତ୍ରମାନଙ୍କ ପରିବର୍ତ୍ତେ ପ୍ରକୃତ ଅପରାଧୀଙ୍କ ଉପରେ ଧ୍ୟାନ ଦିଅ ବୋଲି ମୁମ୍ବାଇ ପୁଲିସକୁ ସମାଲୋଚନା କରିଛନ୍ତି ଦୀପ୍‌କେ। 

୧୨ ବର୍ଷ ତଳେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଟାଇଗର

ଟାଇଗର ଶ୍ରଫ ଅଭିନେତା ଜ୍ୟାକି ଶ୍ରଫ ଓ ପୂର୍ବତନ ମଡେଲ ତଥା ସିନେମା ପ୍ରଯୋଜକ ଆୟେଶା ଶ୍ରଫଙ୍କ ପୁଅ। ଟାଇଗର ୨୦୧୪ରେ କ୍ରିତି ସେନନଙ୍କ ସହିତ ହିରୋପନ୍ତୀରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଗତବର୍ଷ ତାଙ୍କର ବାଗୀ-୪ ସିନେମା ମୁକ୍ତିଲାଭ କରିଥିଲା। ଏଥିରେ ସେ ସଞ୍ଜୟ ଦତ୍ତ, ସୋନମ ବାଜୱା ଓ ହରନାଜ ସାନ୍ଧୁଙ୍କ ସହ କାମ କରିଥିଲେ।