ବେଙ୍ଗାଲୁରୁ: ବର୍ଷାରେ ଧୋଇଗଲା ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍। ଶନିବାର ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରି ୭.୪ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୧୮ ରନ୍ କରିଥିଲା। ଏହାପରେ ପ୍ରବଳ ବର୍ଷା ଯୋଗୁ ଖେଳ ହୋଇପାରିଲା ନାହିଁ। ଏହାପରେ ମ୍ୟାଚ୍କୁ ବାତିଲ କରାଯାଇଛି। ଫଳରେ ଦୁଇ ଦଳ ମଧ୍ୟରେ ହୋଇଥିବା ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨-୨ରେ ଡ୍ର ରହିଯାଇଛି।

ଆଜି ମ୍ୟାଚ୍ ଆରମ୍ଭରୁ ପ୍ରବଳ ବର୍ଷା ହୋଇଥିଲା। ତେଣୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ୯.୧୫ରେ ପ୍ରଥମ ବଲ୍ ପଡ଼ିଥିଲା। ସମୟ ଅଭାବକୁ ଦେଖି ଅମ୍ପାୟରା ମ୍ୟାଚ୍ ୯-୯ ଓଭରରେ ସୀମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଇଣ୍ଡିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ହେଲେ ୱେଷ୍ଟ ଇଣ୍ଡିଜ ବୋଲରମାନେ ମଧ୍ୟ ମଝିରେ ମଝିରେ ୱିକେଟ୍ ନେଇ ଭାରତର ସ୍କୋର ଗତିରେ ବ୍ରେକ୍ ଲଗାଇବାକୁ ଚେଷ୍ଟା କରୁଥିଲେ।

ଆଜିର ମୁକାବିଲାରେ ପ୍ରଥମ ଓଭରରେ ହିଁ ଭାରତରେ ୱିକେଟ୍ ଯାଇଥିଲା। ଅଭିଷେକ ଶର୍ମା ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଇଶାନ କିଶନ ଆକ୍ରମଣ ବ୍ୟାଟିଂ କରିଥିଲେ। ସେ ରୋମାରିଓ ସେଫର୍ଡଙ୍କ ଗୋଟିଏ ଓଭରରେ ୨୪ ରନ କରିଥିଲେ। ଇଶିନ ମାତ୍ର ୧୦ ବଲରୁ ୩୦ ରନ କରିଥିଲେ। ତେବେ ସେ ଶମର ଜୋସେଫଙ୍କ ସ୍ଲୋ ବଲ୍ର ମିଡ୍-ଅନକୁ କ୍ୟାଚ୍ ହୋଇଥିଲେ। ତେବେ ଇଶାନଙ୍କ ବିସ୍ଫୋରକ ବ୍ୟାଟିଂରେ ଭାରତ ମାତ୍ର ୨.୫ ଓଭରରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ଦଳୀୟ ଅର୍ଦ୍ଧଶତକ ପୂରା କରିବାରେ ସଫଳ ହୋଇଥିଲା।

Aso Read- ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷ ୫ଟି ଟି-୨୦ ମ୍ୟାଚ୍ରେ ସୁଯୋଗ ପାଇଲେନି ବୈଭବ, ଚର୍ଚ୍ଚା ବଢ଼ାଇଲା ବ୍ୟାଟରଙ୍କ ପୋଷ୍ଟ

ଦଳ ପାଇଁ କ୍ୟାପ୍ଟେନ ଶ୍ରେୟସ ଆୟର ୧୪ ବଲ୍ରେ ୨୨, ନମନ ଧୀର ୬ ବଲ୍ରେ ୨୪ ରନ୍ର ଯୋଗଦାନ ଦେଇଥିଲେ। ଭାଇସ କ୍ୟାପ୍ଟେନ୍ ତିଲକ ବର୍ମା ମାତ୍ର ୭ ରନ୍ କରିଥିଲେ। ଫଳରେ ଭାରତ ୭.୪ ଓଭରରେ ୫ ୱିକେଟ ହରାଇ ୧୧୮ ରନ୍ କରିପାରିଥିଲା। ହେଲେ ଏହି ସମୟରେ ପ୍ରବଳ ବର୍ଷା ହେବା ଯୋଗୁ ମ୍ୟାଚ୍କୁ ବାତିଲ କରିଦିଆଯାଇଥିଲା।

ଆଜିର ମ୍ୟାଚ୍ରେ ସବୁଠାରୁ ଆକର୍ଷଣୀୟ କଥା ଥିଲା ଭୁବନେଶ୍ୱର କୁମାରଙ୍କର ଦଳକୁ ଫେରିବା। ସମସ୍ତେ ତାଙ୍କ ବୋଲିଂକୁ ଅପେକ୍ଷା କରିଥିଲେ। ହେଲେ ବର୍ଷା ଯୋଗୁ ଭୁବିଙ୍କ ଚମତ୍କାର ଦେଖିବାକୁ ମିଳିଲା ନାହିଁ।