ହାଇଦ୍ରାବାଦ: ସଫ୍ଟଓ୍ବେର ଇଞ୍ଜିନିୟର ଭାବରେ ମୋଟା ଅଙ୍କର ଦରମା ପାଉଥିଲେ, ପ୍ରେମ ବିବାହ କରିଥିଲେ । କିନ୍ତୁ ଏମିତି କଣ ହେଲା ଯେ, ବିବାହର ମାସେ ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଲେ ମହିଳା ? ତେଲେଙ୍ଗାନାରେ ବିହାରର ଜଣେ ଯୁବ ସଫ୍ଟୱେର୍ ଇଞ୍ଜିନିୟର ଆତ୍ମହତ୍ୟା କରିଛନ୍ତି। ତେଲେଙ୍ଗାନାର ସାଇବରାବାଦରେ ଜଣେ ନବବିବାହିତା ସଫ୍ଟୱେର୍ ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ମାମଲାରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଛି।

ବିହାରର ଜଣେ ୨୬ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟର ସାଇବରାବାଦର ମିୟାପୁରରେ ତାଙ୍କ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ ସ୍ୱାମୀ ତାଙ୍କୁ ଅଧିକ ଯୌତୁକ ଦାବି କରି ହଇରାଣ କରୁଥିଲେ ବୋଲି ଅଭିଯୋଗ ହୋଇଛି।

ବୁଧବାର (୧ ଏପ୍ରିଲ) ସନ୍ଧ୍ୟାରେ ଇଶିତା ଯାଦବଙ୍କୁ ତାଙ୍କ ଆପାର୍ଟମେଣ୍ଟର ହଲରେ ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ପାଇଥିଲେ ତାଙ୍କ ସ୍ୱାମୀ ନୀରଜ ବଂଶଲ । ଏହା ପରେ ସେ ଏନେଇ ପୋଲିସକୁ ସୂଚନା ଦେଇଥିଲେ। କିନ୍ତୁ ଏହି ମାମଲାରେ ପୋଲିସ ନୀରଜ ବଂଶଲଙ୍କୁ ଗିରଫ କରିଛି।

Also Read: ଭାରତୀୟ IT କର୍ମଚାରୀଙ୍କୁ ଆତ୍ମହତ୍ୟା ଆଡ଼କୁ ଟାଣି ନେଉଛି AI ଚିନ୍ତା: ରିପୋର୍ଟ

ସୋସିଆଲ ମିଡିଆରେ ପ୍ରେମ, ପାଟନାରେ ବିବାହ

ପୋଲିସର ସୂଚନା ଅନୁଯାୟୀ, ୨୦୨୦ରେ ଇଶିତା ଏବଂ ନୀରଜଙ୍କ ମଧ୍ୟରେ ସୋସିଆଲ ମିଡିଆରେ ସାକ୍ଷାତ ହୋଇଥିଲା । ଇଶିତାଙ୍କ ଘର ବିହାରରେ ହୋଇଥିବା ବେଳେ ନୀରଜ ମଧ୍ୟପ୍ରଦେଶର ବାସିନ୍ଦା। ସେମାନେ ପ୍ରାୟ ପାଞ୍ଚ ବର୍ଷ ଧରି ସମ୍ପର୍କରେ ଥିଲେ ଏବଂ ତା’ପରେ ୨୦ ଫେବୃଆରୀ, ୨୦୨୬ରେ ପାଟନାରେ ସେମାନଙ୍କ ପରିବାର ଉପସ୍ଥିତିରେ ବିବାହ କରିଥିଲେ। ବିବାହ ପରେ, ଦମ୍ପତି ହାଇଦ୍ରାବାଦରେ ରହିବାକୁ ଲାଗିଲେ । ଉଭୟ ସଫ୍ଟୱେର୍ ଇଞ୍ଜିନିୟରିଂ କ୍ଷେତ୍ରରେ କାମ କରୁଥିଲେ।

ଷ୍ଟାର୍ଟଅପରେ ଟଙ୍କା ନିବେଶ କରିବାକୁ ଚାପ

ମୃତକଙ୍କ ପିତାମାତାଙ୍କ ଅନୁଯାୟୀ, ବିବାହ ପରେ ଦମ୍ପତିଙ୍କ ମଧ୍ୟରେ ଦୂରତା ବଢିଥିଲା। ନୀରଜ ବଂଶଲ ଇଶିତାଙ୍କୁ ଅଧିକ ଯୌତୁକ ପାଇଁ ହଇରାଣ କରୁଥିଲେ । ଏପରିକି ସେ ଆରମ୍ଭ କରିଥିବା ଏକ ଷ୍ଟାର୍ଟଅପରେ ଟଙ୍କା ନିବେଶ କରିବାକୁ ଇଶିତା ଏବଂ ତାଙ୍କ ପରିବାରକୁ ନୀରଜ ଚାପ ପକାଉଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି ।