ଓ୍ଵେଲିଂଟନ: ଏଠାରେ ହେନରୀ ଷ୍ଟାଡିୟମରେ ଆଜି ଭାରତ ଓ ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳା ଯାଉଛି। ମ୍ୟାଚରେ ଟସ୍ ଜିତି ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଓ୍ଵି ଟିମକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଛନ୍ତି। ଭାରତୀୟ ଦଳ ସମାନ ଏକାଦଶ ସହ ପଡ଼ିଆକୁ ଓହ୍ଲାଉଥିବା ବେଳେ ନ୍ୟୁଜିଲାଣ୍ଡ ଦଳର ତିନୋଟି ପରିବର୍ତ୍ତନ ଘଟିଛି।

ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଆଗୁଆ ରହିଛି। ଆଜିର ମୁକାବିଲା ଘରୋଇ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଟିମ୍ ହାରିଲେ ସିରିଜ ହାରିବ। ସେପଟେ ଭାରତ ସିରିଜ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଉଛି। କିଓ୍ଵି ଦଳରେ ତିନୋଟି ପରିବର୍ତ୍ତନ ଘଟିଛି। ମ୍ୟାଟ୍ ହେନରୀ, ଲୋକି ଫର୍ଗ୍ୟୁସନ ଓ ନାଥନ ସ୍ମିଥଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇ ସେମାନଙ୍କ ସ୍ଥାନରେ ମାଥ୍ୟୁ ଫିସର, କାଇଲ ଜେମିସନ ଓ ଆଡମ ମିଲନେଙ୍କୁ ସାମିଲ୍ କରାଯାଇଛି।

ଭାରତୀୟ ଦଳ

ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟସ ଆୟର(ଅଧିନାୟକ), ତିଳକ ବର୍ମା, ନୀତିଶ କୁମାର ରେଡ୍ଡୀ, ନମନ ଧୀର, ଅକ୍ଷର ପଟେଲ୍, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂ ଓ ପ୍ରିନ୍ସ ଯାଦବ।

ନ୍ୟୁଜିଲାଣ୍ଡ ଦଳ

ଟିମ୍ ସେଇଇଫର୍ଟ (ୱିକେଟକିପର), ଫିନ୍ ଆଲେନ୍, ଡାରିଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ବେଭନ୍ ଜାକବ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର (ଅଧିନାୟକ), କାଇଲ୍ ଜେମିସନ୍, ଆଡାମ ମିଲନେ, ଜାକବ୍ ଡଫି, ମାଥ୍ୟୁ ଫିଶର।