ଢେଙ୍କାନାଳ ୩।୯: ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି ଓ ଡିଆରଡିଏ ପିଡ଼ି ସୂର୍ଯ୍ୟନାରାୟଣ ଦାଶଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୨୦୦୩ ମସିହାରେ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ ଚାଉଳ ଓ ଗହମ ପରିବହନରେ ମନମାନି କରିଥିଲେ । ଠିକାଦାରଙ୍କୁ ସୁହାଇଲା ଭଳି ଅତ୍ୟଧିକ ମୂଲ୍ୟ ଧାର୍ଯ୍ୟ କରି ଉଭୟେ ୮ ଲକ୍ଷ ୯୯ ହଜାର ୩୬ ଟଙ୍କା ଆତ୍ମସାତ କରିଥିଲେ ।

ଅଭିଯୋଗକୁ ନେଇ ଭିଜିଲାନ୍ସ ପକ୍ଷରୁ ଗତ ୬.୩ ୨୦୦୩ରେ ଭିଜିଲାନ୍ସ କେସ ନଂରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ଟ୍ରାନ୍ସପୋର୍ଟ ଠିକାଦାର ସତ୍ୟାନନ୍ଦ ବଳସାମନ୍ତଙ୍କୁ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ । ଏହି ମାମଲାର ବିଚାର କରି ଆଜି ଭିଜିଲାନ୍ସ କୋର୍ଟଙ୍କ ଏହି ରାୟ ଘୋଷଣା କରିଛନ୍ତି । ଏହା ସହିତ ପ୍ରତ୍ୟେକଙ୍କୁ ୩ ହଜାର ଟଙ୍କା ଆର୍ଥିକ ଜରିମାନା ଅନାଦେୟ ଆହୁରି ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Also Read:- ଚୋରି ସୁନାରେ ଲକ୍‌ଜ୍ୟୁରୀ ଲାଇଫ୍ ଷ୍ଟାଇଲ୍ ; ୪ ମାସ ଧରି ଚକ୍‌ମା, ମର୍ଣ୍ଣିଂ ଓ୍ବାକର୍‌ଙ୍କୁ କରୁଥିଲେ ଟାର୍ଗେଟ୍

ଗତ ୨୦୦୩ ମସିହାରେ ଓଡ଼ିଶା ରାଜ୍ୟ ବେସାମରିକ ଯୋଗାଣ ନିଗମ ପକ୍ଷରୁ ଏଫସିଆଇରୁ ଜିଲ୍ଲାର ସମସ୍ତ ବ୍ଲକସ୍ତରକୁ ଚାଉଳ ଓ ଗହମ ପରିବହନ ପାଇଁ ଉକ୍ତ ଠିକାଦାରଙ୍କୁ ଠିକାଦାରୀ ଦିଆଯାଇଥିଲା। ତେବେ ବେଆଇନ ଭାବେ ଅତ୍ୟଧିକ ମୂଲ୍ୟ ନିର୍ଦ୍ଧାରଣ କରି ସେ ବାଦଦରେ ସରକାରଙ୍କର ୮ଲକ୍ଷ ୯୯ ହଜାର ୩୬ଟଙ୍କା ଆତ୍ମସାତ କରିଥିଲେ। ଫଳରେ ସରକାର ଏହି ଟଙ୍କା କ୍ଷତି ସହିଥିଲେ ।

Watch Video: