ତେହେରାନ,୨୯ /୦୩: ମଧ୍ୟପ୍ରାଚ୍ୟରେ ଅସ୍ଥିରତା କମୁନି । ଇରାନ ଉପରେ ମିସାଇଲ ଆକ୍ରମଣ କରୁଛନ୍ତି ଆମେରିକା ଏବଂ ଇସ୍ରାଏଲ । ଇରାନ ମଧ୍ୟ ପଲଟା ଜବାବ ଦେଉଛି। ସେପଟେ ଆମେରିକା ଆହୁରି ୩୫୦୦ କମାଣ୍ଡୋଙ୍କୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଇଛି। ଏସବୁ ଭିତରେ ଆମେରିକାକୁ କଡାଚେତାବନୀ ଦେଇଛିଇରାନ । ଦେଶର ରିଭଲ୍ୟୁସନାରୀ ଗାର୍ଡ ବା ଆଇଆରଜିସି ୟୁଏସକୁ ଧମକ ଦେଇଛି ।

ଆଇଆରଜିସି କହିଛି ଯେ, ସେମାନଙ୍କ ଦାବି ଆମେରିକା ଶୀଘ୍ର ପୂରଣ କରିବା ଦରକାର । ନଚେତ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ଅନେକ ୟୁନିଭର୍ସିଟିକୁ ଟାର୍ଗେଟ୍ କରାଯିବ । ରବିବାର ଜାରି କରିଥିବା ବୟାନରେ ଆଇଆରଜିସି ଅଭିଯୋଗ କରିଛି ଯେ, ଆମେରିକା ଏବଂ ଇସ୍ରାଏଲର ଆକ୍ରମଣରେ ଇରାନର ଦୁଇଟି ବିଶ୍ୱବିଦ୍ୟାଳୟ ଧ୍ୱଂସ ହୋଇଯାଇଛି । ଏହାର ଜବାବ ଦିଆଯିବ ।

ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆମେରିକା ଯଦି ନିଜ ବିଶ୍ୱବିଦ୍ୟାଳୟର ସୁରକ୍ଷା ଚାହୁଁଛି ତେବେ ଇରାନର କଥା ମାନିବାକୁ ପଡିବ । ମାର୍ଚ୍ଚ୩୦ତାରିଖ ଦିନ୧୨ଟା ସୁଦ୍ଧା ୟୁଏସ ଏସବୁ ଆକ୍ରମଣକୁ ଔପଚାରିକ ଭାବେ ନିନ୍ଦା କରିବା ଉଚିତ । ନଚେତ ଇରାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

​​​​​​​Also Read :-ସତ ହେବନି ତ ଭବିଷ୍ୟବାଣୀ ! ତେହେରାମ୍ସ ଟାଇମ୍ସର ପ୍ରଥମ ପୃଷ୍ଠା ଦେଖି ଥରହର ଆମେରିକା

ଏହି ଧମକ ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ସୁରକ୍ଷାଜନିତ ଚିନ୍ତା ବୃଦ୍ଧି ପାଇଛି । କାରଣ ଏଠାରେ ଅନେଆମେରିକୀୟଶିକ୍ଷାନୁଷ୍ଠାନ ରହିଛି । ଯେଉଁଠି ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଅନେକ କର୍ମଚାରୀ ମଧ୍ୟ କ୍ୟାମ୍ପସରେ ରହୁଛନ୍ତି । ଯାହାକୁ ଆମେରିକା ଗୁରୁତର ସହ ନେଇପାରେ ।

ସମୁଦ୍ରରେ ୟୁଏସ କମାଣ୍ଡୋ

ଆମେରିକା ସେଣ୍ଟ୍ରାଲ୍ କମାଣ୍ଡର କହିବାନୁସାରେ, ଅତ୍ୟାଧୁନିକ ଯୁଦ୍ଧପୋତ ୟୁଏସ ତ୍ରିପୋଲି ନିଜର ନିର୍ଧାରିତ ଅପରେସନ ଜୋନରେ ପହଁଚି ସାରିଛି । ଯେଉଁଥିରେ ପ୍ରାୟ ୨୫୦୦ରୁ ଅଧିକ ମେରାଇନ୍ କମାଣ୍ଡୋ ରହିଛନ୍ତି । ଏହି ଯୁଦ୍ଧ ଜାହାଜ ଖୁବ୍ ଆଧୁନିକ । ଏଥିରେ ଏଫ୍-୩୫ ଷ୍ଟିଲଥ୍ ଫାଇଟର୍ ଜେଟ୍ ଏବଂ ଅନ୍ୟ ଆଡାଭାନ୍ସ ଏୟାରକ୍ରାଫ୍ଟ୍ ଅପରେଟ୍ କରାଯାଇପାରିବ । ଏହାକୁ ପୂର୍ବରୁ ଜାପାନ ନିକଟରେ ମୁତୟନ କରାଯାଇଥିଲା । ତେବେ ଦୁଇ ସପ୍ତାହ ପୂର୍ବରୁ ତ୍ରିପୋଲିକୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଯାଇଥିଲା । ଏହା ବ୍ୟତୀତ ୟୁଏସଏସ ବକ୍ସର ଏବଂ ସେନ୍ ଡିଏଗୋରେ ଅନ୍ୟ ଯବାନଙ୍କୁ ମଧ୍ୟପ୍ରାଚ୍ୟ ପଠାଯାଇଛି ।