ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ମାସେ ବିତିଛି। ଯୁଦ୍ଧ କମିବ କଣ ବରଂ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ଇରାନ ବିରୋଧରେ ଗ୍ରାଉଣ୍ଡ ଅପରେସନ ( ସ୍ଥଳ ଅଭିଯାନ) କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ ଟ୍ରମ୍ପ ମଧ୍ୟପ୍ରାଚ୍ୟକୁ ୨୨୦୦ ମେରାଇନ କମାଣ୍ଡୋଙ୍କୁ ପଠାଇଥିଲା ବେଳେ ଆହୁରି ୧୦ ହଜାର ସୈନ୍ୟ ମୁତୟନ କରିବେ ବୋଲି ସୂଚନା ମିଳିଛି। ଟ୍ରମ୍ପଙ୍କ ଏଭଳି ନିଷ୍ପଭିକୁ ନେଇ ଇରାନ କଡା ଚେତାବନୀ ଦେଇଛି । କହିଛି ଏହା ଆମେରିକୀୟ ସୈନ୍ୟଙ୍କ କବର ପାଲଟିବ।

also read-ଧ୍ୱଂସ ହେବ ଇରାନ ! ଆମେରିକା ପଠାଇଲା ୩୫୦୦ କମାଣ୍ଡୋ, ପହଁଚିଲା USS ତ୍ରିପୋଲି

ଇରାନରୁ ପ୍ରକାଶିତ ତେହରାନ୍ ଟାଇମ୍ସ ନ୍ୟୁଜପେପରର ପ୍ରଥମ ପୃଷ୍ଠାରେ ଆମେରିକା ଲାଗି ଖୋଲାଖୋଲି ଭାବେ ଏକ ଚେତାବନୀ ନେଇ ପ୍ରକାଶ ପାଇଛି। ତାର ଶୀର୍ଷକ ରହିଛି ‘ନର୍କକୁ ସ୍ବାଗତ’। ସେଥିରେ କୁହାଯାଇଛି ଯେ, ଯେଉଁ ଆମେରିକୀୟ ସୈନ୍ୟ ଇରାନର ମାଟିରେ ପାଦ ରଖିବେ ସେମାନେ କେବଳ କଫିନରେ ହିଁ ଫେରିବେ।

ଆମେରିକା ମଧ୍ୟପ୍ରାଚ୍ୟରେ ୧୦ ହଜାର ଯାଏ ଅତିରିକ୍ତ ସୈନ୍ୟ ମୁତୟନ କରିବାକୁ ବିଚାର କରୁଥିବା ନେଇ ଶୁକ୍ରବାର ଆମେରିକୀୟ ମିଡିଆରେ ପ୍ରକାଶିତ ହୋଇଥିଲା। ଏହାପରେ ତେହରାନ୍ ଟାଇମ୍ସରେ ଏଭଳି ଚେତାବନୀ ଦିଆଯାଇଛି। ସମ୍ଭାବିତ ସୈନ୍ୟ ମୁତୟନ ଯୋଗୁ ସେହି ଅଞ୍ଚଳରେ ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତିରେ ଭାରୀ ବୃଦ୍ଧି ହେବ। ଏହି ପଦକ୍ଷେପ ମଧ୍ୟ ଆମେରିକା ଇରାନ ମଧ୍ୟରେ ସ୍ଥଳ ସେନା ଅଭିଯାନ ନେଇ ପ୍ରସ୍ତୁତି ଚଳାଉଥିବାର ଅଟକଳକୁ ବଳ ଯୋଗାଇଛି।

 

ଆମେରିକା ସେଣ୍ଟ୍ରାଲ୍ କମାଣ୍ଡର କହିବାନୁସାରେ,ଅତ୍ୟାଧୁନିକ ଯୁଦ୍ଧପୋତ ୟୁଏସ ତ୍ରିପୋଲି ନିଜର ନିର୍ଧାରିତ ଅପରେସନ ଜୋନରେ ପହଁଚି ସାରିଛି । ଯେଉଁଥିରେ ପ୍ରାୟ ୨୫୦୦ରୁ ଅଧିକ ମେରାଇନ୍ କମାଣ୍ଡୋ ରହିଛନ୍ତି । ଏହି ଯୁଦ୍ଧ ଜାହାଜ ଖୁବ୍ ଆଧୁନିକ । ଏଥିରେ ଏଫ୍-୩୫ ଷ୍ଟିଲଥ୍ ଫାଇଟର୍ ଜେଟ୍ ଏବଂ ଅନ୍ୟ ଆଡାଭାନ୍ସ ଏୟାରକ୍ରାଫ୍ଟ୍ ଅପରେଟ୍ କରାଯାଇପାରିବ । ଏହାକୁ ପୂର୍ବରୁ ଜାପାନ ନିକଟରେ ମୁତୟନ କରାଯାଇଥିଲା । ତେବେ ଦୁଇ ସପ୍ତାହ ପୂର୍ବରୁ ତ୍ରିପୋଲିକୁ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଯାଇଥିଲା । ଏହା ବ୍ୟତୀତ ୟୁଏସଏସ ବକ୍ସର ଏବଂ ସେନ୍ ଡିଏଗୋରେ ଅନ୍ୟ ଯବାନଙ୍କୁ ମଧ୍ୟପ୍ରାଚ୍ୟ ପଠାଯାଇଛି ।