ନୂଆଦିଲ୍ଲୀ: ଆବୁଧାବିରେ ଆୟୋଜିତ ୨୦୨୬ ଆଇପିଏଲ ମିନି ଅକ୍ସନ ଖୁବ୍ ରୋମାଞ୍ଚକର ରହିଛି। ଚଳିତବର୍ଷ କ୍ୟାମେରନ ଗ୍ରୀନ ସବୁଠୁ ଦାମୀ ଖେଳାଳି ହୋଇଥିବାବେଳେ, ତାଙ୍କ ପଛକୁ ମାଥିଶା ପଥିରାନା, ପ୍ରଶାନ୍ତ ବୀର, କାର୍ତ୍ତିକ ଶର୍ମା ଏବଂ ଅକିବ ନବୀ ମଧ୍ୟ ଦାମୀ ଖେଳାଳି ଭାବରେ ବିକ୍ରି ହୋଇଛନ୍ତି। ତେବେ କେଉଁ ଖେଳାଳି କେତେ ଟଙ୍କାରେ ବିକ୍ରି ହୋଇଛନ୍ତି ? ଏବଂ କେଉଁ ଖେଳାଳି କେଉଁ ଟିମ କିଣିଛନ୍ତି ଆସନ୍ତୁ ଜାଣିବା।