ଭୁବନେଶ୍ବର ୨୯।୧୧: ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୪୦ତମ ‘ମନ୍ କି ବାତ୍’ । ଏହି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜର ପୁରୁଣା ସ୍ମୃତି ମନେ ପକାଇବା ସହ ପ୍ରଧାନମନ୍ତ୍ରୀଙ୍କ ‘ଫିଟ୍ ଇଣ୍ଡିଆ’ ଓ ‘ନିଶାମୁକ୍ତ ଭାରତ’ ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟର ବିକାଶ ନେଇ ବଡ଼ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖୋର୍ଦ୍ଧା-ପୁରୀ-କଟକ-ପାରାଦୀପ ଇକୋନୋମିକ୍ ରିଜିଅନ୍ ପାଇଁ ୫ ହଜାର କୋଟି ଏବଂ କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍ ପାଇଁ ୮ ହଜାର ୩୦୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଭୁବନେଶ୍ୱରରେ ଇନର୍ ରିଙ୍ଗ୍ ରୋଡ୍, ନୂଆ ସ୍ମାର୍ଟ ସିଟି ଓ ବିଶ୍ୱସ୍ତରୀୟ ମ୍ୟୁଜିୟମ୍ ନିର୍ମାଣ ହେବ ।

Also Read:-ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ? ନନ୍ଦନକାନନରେ ପହଞ୍ଚିଲେ ବିଶେଷଜ୍ଞଙ୍କ ଟିମ୍

ପାରାଦୀପରେ ୨୫ ହଜାର କୋଟି ବ୍ୟୟରେ ଜାହାଜ ନିର୍ମାଣ କାରଖାନା ଓ ୫୦ଟି ଶିଳ୍ପ ପ୍ରତିଷ୍ଠା ହେବ । ଇଣ୍ଟେଲ୍ ଭୁବନେଶ୍ୱରରେ ୩୩ ହଜାର କୋଟି ଟଙ୍କା ବିନିଯୋଗ କରି ଓଡ଼ିଶାକୁ ଆଇଟି ଓ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବ ।