ଭୁବନେଶ୍ବର ୨୯।୧୧: ଇଣ୍ଡୋନେସିଆ ଚାଲିଯିବେ କି ଓରାଙ୍ଗଉଟାନ୍ ? ନନ୍ଦନକାନନକୁ ଆସିଲେ ଇଣ୍ଡୋନେସିଆର ୫ ଜଣିଆ ବିଶେଷଜ୍ଞ ଟିମ୍ । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିଛନ୍ତି । ଟିମ୍‌ରେ ଇଣ୍ଡୋନେସିଆର ୪ ଜଣ ଅଧିକାରୀ ଏବଂ ଜଣେ ବରିଷ୍ଠ ବନ୍ୟପ୍ରାଣୀ ବିଶେଷଜ୍ଞ ଅଛନ୍ତି ।

ପ୍ରାଣୀ ଉଦ୍ୟାନର କ୍ୱାରେଣ୍ଟାଇନରେ ରହୁଥିବା ସେହି ୫ଟି ଉଦ୍ଧାର ଓରାଙ୍ଗଉଟାନ୍‌ଙ୍କ ଚିକିତ୍ସା, ଖାଦ୍ୟପେୟ ଏବଂ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆଜି ଅନୁଧ୍ୟାନ କରିଥିଲେ । କେଉଁ ପ୍ରଜାତିର ତାହା ଯାଞ୍ଚ ହେବା ପରେ ସେମାନେ କେଉଁଠାରେ ରହିବେ ତାହା ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡିଛି ।

ଗତ ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଚିତ୍ରପୁର ରଣକାଠା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ୫ଟି ଛୁଆ ଓରାଙ୍ଗଉଟାନ୍‌ ବନ ବିଭାଗ ଉଦ୍ଧାର କରିଥିଲା । ଉଦ୍ଧାର ହେବା ଦିନ ରାତି ପ୍ରାୟ ୧୦ଟା ୩୦ ମିନିଟ୍ରେ ସେମାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପ୍ରାଣୀ ଚିକିତ୍ସା ବିଭାଗର ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖି ସ୍ୱାସ୍ଥ୍ୟ ପରୀକ୍ଷା ଓ ଯତ୍ନ ନିଆଯାଇଥିଲା ।

Also Read:- ଶ୍ରୀକ୍ଷେତ୍ର ଯାଉଛି ପୋଢ଼ୁଁଆ ଭାର, ନିଆଳି ଶ୍ରୀମାଧବ ପୀଠରୁ ବାହାରିଲା ପ୍ରଥମାଷ୍ଟମୀ ଭାର

ତେବେ ଡିସେମ୍ବର ୮ ତାରିଖରେ ଓରାଙ୍ଗଉଟାନ୍‌ଙ୍କର ୯୦ ଦିନ କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବ । ପିସିସିଏଫଙ୍କ ଦ୍ୱାରା ଗଠିତ ସ୍ଵାସ୍ଥ୍ୟ ବିଶେଷଜ୍ଞ ଟିମ୍‌ର ପରାମର୍ଶ ପରେ ସେମାନଙ୍କୁ ବାହାର ତାରଜାଲି ଖୁଆଡ଼କୁ ନିଆଯିବ । ବାହାର ଖରା ଓ ପବନରେ ଦିନରେ ରହିବେ । ରାତିରେ ଆବଦ୍ଧ କୋଠରୀରେ ସେମାନଙ୍କୁ ରଖାଯିବ । କେନ୍ଦ୍ରୀୟ ଚିଡ଼ିଆଖାନା ଅଧିକାରଙ୍କ ନିର୍ଦ୍ଦେଶ ମିଳିବା ପରେ ପର୍ଯ୍ୟଟକଙ୍କ ଦେଖିବା ପାଇଁ ବାହାର ଖୁଆଡରେ ସେମାନଙ୍କୁ ଛଡ଼ାଯିବ ବୋଲି ସୂଚନା ରହିଥିଲା ।