ନୂଆଦିଲ୍ଲୀ, ୧୨/୦୯ : ଥରିଲା ଇଣ୍ଡୋନେସିଆ । ଭୂମିକମ୍ପରେ ଥରିଛି ଏହି ଦେଶ । ଶନିବାର ଇଣ୍ଡୋନେସିଆରେ ବଡ଼ ଧରଣର ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ବୋଲି କୁହାଯାଉଛି ।

ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋସାଇନ୍ସ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଣରୁ ୩୭୬ କିମି ଭିତରେ ରହିଥିଲା । ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନି । କିନ୍ତୁ କିଛି ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ବିଳମ୍ବିତ ରାତ୍ରରେ ହୋଇଥିବାରୁ ଲୋକେ ଶୋଇଥିଲେ । ଝଟକା ଲାଗିବା ପରେ ଘର ଛାଡି ବାହାରକୁ ସମସ୍ତେ ଚାଲି ଆସିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପ୍ରଶାସନ ଘଟଣା ଉପରେ ନଜର ରଖିଛି । ପୂର୍ବରୁ ଶୁକ୍ରବାର ସକାଳେ ମଧ୍ୟ ବାନ୍ଦା ସାଗର ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା ।

Also Read :- ଭାରତରେ ପହଁଚିଲା ଉଡନ୍ତା କ୍ରେମଲିନ୍ ! ପୁଟିନଙ୍କ ବିମାନ ପଛରେ ଆସିଲା ଆଉ ଏକ ବିମାନ

ଶନିବାର ଦେଶର ଜାଭା ଦ୍ୱୀପରେ ଝଟକା ଲାଗିଛି । ଏହାପୂର୍ବରୁ ଶୁକ୍ରବାର ମାଲୁକୁ ଦ୍ୱୀପରେ ଝଟକା ଅନୁଭୂତ ହୋଇଥିଲା । ଏବେ ସୁଦ୍ଧା ସୁନାମି ନେଇ କୌଣସି ଆଲର୍ଟ ଜାରି କରାଯାଇ ନାହିଁ । କିନ୍ତୁ ସ୍ଥାନୀୟ ଏଜେନ୍ସିକୁ ସଜାଗ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।