ନୂଆଦିଲ୍ଲୀଚୀନ ଘଣ୍ଟା ପ୍ରତି ୭୦୦ କିମି ବେଗର ଟ୍ରେନ୍ ଚଳାଇବାକୁ ସଫଳ ପରୀକ୍ଷା କରିଥିବା ବେଳେ ଭାରତ ୨୦୨୭ରେ ବୁଲେଟ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି। ଏହି ବୁଲେଟ ଟ୍ରେନ୍ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୈଶଳରେ ନିର୍ମିତ ହେବ। ଏହାର ଘଣ୍ଟାପ୍ରତି ବେଗ ରହିବ ୨୫୦ କିଲୋମିଟରରୁ ବି ଅଧିକ। ଆତ୍ମନିର୍ଭର ଭାରତ ଅଭିଯାନରେ ଏହା ଏକ ବଡ଼ ଉପଲବ୍ଧି ସାବ୍ୟସ୍ତ ହେବ। ବର୍ତ୍ତମାନ ଚାଲୁଥିବା ଅହମଦାବାଦ-ଦୁବାଇ ବୁଲେଟ ଟ୍ରେନ୍ ପ୍ରୋଜେକ୍ଟ ସହିତ ଏଇ ସ୍ୱଦେଶୀ ଟ୍ରେନ ଭାରତୀୟ ରେଳବାଇ ଭବିଷ୍ୟତର ଚିତ୍ର ବଦଳାଇ ଦେବ।

ମିଡିଆ ରିପୋର୍ଟ ଅନୁସାରେ, ଏହି ଟ୍ରେନକୁ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ଆଇସିଏଫ୍) ଦ୍ୱାରା ଭାରତୀୟ ରେଳବାଇର ସହଯୋଗରେ ବିକଶିତ କରାଯାଉଛି। ଅଧିକାରୀମାନଙ୍କ କହିବା ଅନୁସାରେ, ହାଇ ସ୍ପିଡ୍ ଟ୍ରେନ୍ର ପ୍ରୋଟୋଟାଇପର ଡେଭଲପ କାମ ଜାରି ରହିଛି। ଏହା ଘଣ୍ଟା ପ୍ରତି ୨୮୦ କିମି ବେଗରେ ଯାଇପାରିବ ବୋଲି ଅଧିକାରୀମାନେ କହିଥିବା ମିଡିଆ ରିପୋର୍ଟରେ ସାମ୍ନାକୁ ଆସିଛି। ତେବେ ସୁରକ୍ଷା ଓ ଦକ୍ଷତାକୁ ଧ୍ୟାନରେ ରଖି ଏହାର ଅପରେସନାଲ ସ୍ପିଡ୍ ସାମାନ୍ୟ କମ ରହିପାରେ ବୋଲି ମିଡିଆରେ କୁହାଯାଇଛି।
ଘରୋଇ ବିଶେଷଜ୍ଞତା ହାସଲ କରି ବିଦେଶୀ ନିର୍ଭରଶୀଳତା ହ୍ରାସ କରିବା

ଏହି ସ୍ୱଦେଶୀ ବୁଲେଟ୍ ଟ୍ରେନ୍ ଭବିଷ୍ୟତର ହାଇ-ସ୍ପିଡ୍ କରିଡରରେ ନିୟୋଜିତ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଏଭଳି ଟ୍ରେନ୍ ପାଇଁ ରୁଟ୍ ତିଆରି କରିବାକୁ ଯୋଜନା ମଧ୍ୟ ଚାଲିଛି। ଭାରତ ପୂର୍ବରୁ ଜାପାନୀ ଶିଙ୍କାନସେନ୍ ଟେକ୍ନୋଲୋଦୀ ବ୍ୟବହାର କରି ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପିଡ୍ ରେଳ ପ୍ରକଳ୍ପରେ କାମ କରୁଥିବା ବେଳେ ଏହି ସ୍ୱଦେଶୀ ପଦକ୍ଷେପ, ଘରୋଇ ବିଶେଷଜ୍ଞତା ହାସଲ କରିବାରେ ସହଯୋଗ କରିବ। ଫଳରେ ଭାରତକୁ ଆଉ ବିଦେଶୀ ସିଷ୍ଟମ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି ଟାଇମ୍ସ ଅଫ୍ ଇଣ୍ଡିଆରେ ଖବର ପ୍ରକାଶ ପାଇଛି।

Also Read- NHAI ଲାଗୁ କରିବେ ମଲ୍ଟି ଲେନ୍ ଫ୍ରି ଫ୍ଲୋ Tolling, ରାସ୍ତାରେ ରହିବନି ଟୋଲ ପ୍ଲାଜା

ଅଧିକାରୀଙ୍କ ଅନୁଯାୟୀ, ଏହି ଟ୍ରେନରେ ଆଧୁନିକ ସୁବିଧା, ଯାତ୍ରୀଙ୍କ ପାଇଁ ଉନ୍ନତ ଆରାମ ଏବଂ ଆଡଭାନ୍ସ ସେଫ୍ଟି ବ୍ୟବସ୍ଥା ରହିବ। ଏହାକୁ ଭାରତର ଜଳବାୟୁ ଏବଂ ପରିଚାଳନା ପରିସ୍ଥିତିକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଉଛି। ଫଳରେ ଆମଦାନୀ ପ୍ରଡକ୍ଟ ଅପେକ୍ଷା ଏହା ଅଧିକ ଅନୁକୂଳ ହୋଇପାରିବ।

କମିବ ଖର୍ଚ୍ଚ
ଭାରତୀୟ ରେଳବାଇର ଏହି ନୂଆ ରୁପା ଦେଶର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ "ମେକ୍ ଇନ୍ ଇଣ୍ଡିଆ" ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ ପ୍ରୟାସ ବୋଲି କୁହାଯାଉଛି। ତା’ ଛଡ଼ା ସ୍ୱଦେଶୀ ହାଇ-ସ୍ପିଡ୍ ଟ୍ରେନ୍ ନିର୍ମାଣ କେବଳ ସମୟ ସହିତ ଖର୍ଚ୍ଚ ହ୍ରାସ କରିବ ନାହିଁ, ବରଂ ରପ୍ତାନି ଏବଂ ଟେକ୍ନୋଲୋଜୀ ଉନ୍ନତି ପାଇଁ ନୂଆ ସୁଯୋଗ ମଧ୍ୟ ଖୋଲିବ ବୋଲି ବୋଲି ବିଶେଷଜ୍ଞମାନେ ଆଶା ବ୍ୟକ୍ତ କରିଛନ୍ତି।

ପ୍ରୋଟୋଟାଇପ୍ ଉପରେ କାର୍ଯ୍ୟ ସ୍ଥିର ଗତିରେ ଚାଲିଛି, ଇଞ୍ଜିନିୟରମାନେ ବିଶେଷକରି ଡିଜାଇନ୍, ଏରୋଡାଇନାମିକ୍ସ ଏବଂ ସୁରକ୍ଷା ମାନଦଣ୍ଡ ପାଳନ ଉପରେ ଧ୍ୟାନ ଦେଉଛନ୍ତି। ଟ୍ରେନ୍ ସର୍ବସାଧାରଣଙ୍କ ପାଇଁ ଚାଲିବା ପୂର୍ବରୁ ଏହାର ସଫଳ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି।

Also Read- War Effect : ଯୁଦ୍ଧ ପାଇଁ ସବୁ ମହଙ୍ଗା, ଏସିଠୁ ସାବୁନ ଯାଏଁ ବଢିଗଲା ଦାମ୍...ଆଗକୁ ଆହୁରି ବଢିବ !

ବେଙ୍ଗାଲୁରୁର ଏହି ପ୍ଲାଣ୍ଟରେ ତିଆରି ହେବ ଦେଶର ପ୍ରଥମ ବୁଲେଟ ଟ୍ରେନ୍

ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍, 'B28', ବେଙ୍ଗାଲୁରୁରେ ଥିବା BEMLର ଆଦିତ୍ୟ ପ୍ଲାଣ୍ଟରେ ନିର୍ମିତ ହେବ। ଶନିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭ ଉଦଘାଟନ କରିଥିଲେ। ତାଙ୍କ ଗସ୍ତ ସମୟରେ, କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ହାଇ-ସ୍ପିଡ୍ ରେଳ ଟେକ୍ନୋଲୋଜୀ ଜଟିଳ ଏବଂ ଦେଶ ମଧ୍ୟରେ ଏହାକୁ ବିକଶିତ କରିବା ସ୍ୱଦେଶୀ ଇଞ୍ଜିନିୟରିଂ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ। ନୂଆ ଉଦ୍ଘାଟିତ ଆଦିତ୍ୟ କମ୍ପ୍ଲେକ୍ସ ବର୍ତ୍ତମାନ B-28 କୋଚ୍ ତିଆରି ପାଇଁ ଡିଜାଇନ୍ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।