ନୂଆଦିଲ୍ଲୀ,୨୫/୦୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଖାଉଟି ଉତ୍ପାଦ ପ୍ରସ୍ତୁତ କରୁଥିବା କମ୍ପାନି ଗୁଡ଼ିକ ଏବେ ତ୍ୱରିତ ଭିଭିରେ ସାମଗ୍ରୀ ଦର ବୃଦ୍ଧି କରିଛନ୍ତି । ଫଳରେ ଏୟାରକଣ୍ଡିସନର,ସାବୁନ,ତେଲଠାରୁ ଆରମ୍ଭ କରି ବିଭିନ୍ନ ଏଫଏମସିଜି ଉତ୍ପାଦ ଦର ଏବେ ଉପର ମୁହାଁ ହେବାକୁ ଲାଗିଛି। କଞ୍ଚାମାଲ ଦର ବୃଦ୍ଧି ଏବେ ଚିନ୍ତାଜନକ ହୋଇଛି । ଏହା ଉପରେ କମ୍ପାନି ନିରନ୍ତର ଭିତ୍ତିରେ ନଜର ରଖିବା ସହ ଉତ୍ପାଦ ମୂଲ୍ୟକୁ ତର୍ଜମା କରୁଛନ୍ତି। ଚାପ ରହିଥିବାରୁ ଦୀର୍ଘମିଆଦି ପରିବର୍ତ୍ତେ ସ୍ୱଳ୍ପ ମିଆଦୀ ନିଷ୍ପତ୍ତି ଉପରେ କମ୍ପାନିଙ୍କ ଫୋକସ ରହିଛି ।

ଏକ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,ଫାର୍ମ୍ ଗୁଡ଼ିକ ଏବେ କଞ୍ଚାମାଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ରହିଛନ୍ତି। ଫଳରେ ବାଣିଜ୍ୟ ପରିଚାଳନା କରିବା କଷ୍ଟକର ହେଉଛି। ଅନ୍ୟ ପଟେ ବାଧ୍ୟହୋଇ ସାମଗ୍ରୀ ଦର ବଢ଼ାଇବା ଦ୍ଵାରା ଖାଉଟି ଚାହିଦା ଉପରେ ଏହା ପ୍ରଭାବ ପକାଉଛି । ଗତ ସେପ୍ଟେମ୍ବରରେ ସରକାର ବିଭିନ୍ନ ସାମଗ୍ରୀ ଉପରେ ଜିଏସଟି ହ୍ରାସ କରିଥିଲେ। ସାମଗ୍ରୀ ଦର ହ୍ରାସ ହେଉଥିବା ବେଳେ ଯୁଦ୍ଧ ଏ କ୍ଷେତ୍ରରେ ବାଧକ ସାଜିଛି ।

​​​​​​​Also Read:-ସହିପାରିଲେନି ଋଣ ଭାର, ବେକରେ ରଶି ଲଗାଇ ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ

ହାଭେଲ୍ସ ଇଣ୍ଡିଆର ସିଇଓ ଅନିଲ ରାଏ ଗୁପ୍ତା କହିଛନ୍ତି,ଯୁଦ୍ଧ ଯୋଗୁ ସ୍ୱଳ୍ପ ମିଆଦୀ ଭିତ୍ତିରେ ଲଗାତାର ଅନେକ ନିଷ୍କରି ନେବାକୁ ପଡ଼ୁଛି । ଯାହା ଗତ କିଛି ବର୍ଷ ହେବ କେବେ ହୋଇ ନ ଥିଲା। ମୁଦ୍ରାସ୍ଫୀତି ଚାପ ରହିଥାଏ ମାତ୍ର ମୂଲ୍ୟ କ୍ଷେତ୍ରରେ କେବେ ଏଭଳି ନିଷ୍ପତ୍ତି ଆସିନଥିଲା । ଦର ବୃଦ୍ଧି ଜାରି ରହିଲେ ଏହା ଖାଉଟି ଚାହିଦାକୁ ବଡ ମାତ୍ରାରେ ପ୍ରଭାବିତ କରିବ। ବଜାଜ କଞ୍ଜ୍ୟୁମର୍ କେୟାରର ଏମଡି ନବୀନ ପାଣ୍ଡେ କହିଛନ୍ତି,ଇନପୁଟ ଖର୍ଚ୍ଚ ଉପରେ ଦୈନିକ ଭିତ୍ତିରେ ନଜର ରଖାଯାଇଛି। ସେହି ଅନୁସାରେ ମୂଲ୍ୟବୃଦ୍ଧି ନିଷ୍ପରି ଆସିଥାଏ । ବିଭିନ୍ନ ବର୍ଗରେ ଦର ବୃଦ୍ଧି ୨୦%ରୁ ୬୦% ରହିଛି। ଯୁଦ୍ଧ ଯୋଗୁ ପାରଫିନ ଏବଂ ପ୍ୟାକେଟିଂ ଉତ୍ପାଦ ଆକାଶ ଛୁଆଁ ହୋଇଛି। ସୋରିଷ ଏବଂ ଅନ୍ୟ ବର୍ଗରେ ସାମଗ୍ରୀ ଦର ଯେଉଁଭଳି ଭାବେ କମିବା କଥା କମିନାହିଁ । ଏହା ଏବେ ମଧ୍ୟ ଯୁଦ୍ଧ ପୂର୍ବ ସ୍ଥିତିରେ ରହିଛି। ପରିଚାଳନା ଖର୍ଚ୍ଚ କମାଇବା ଉପରେ ଫୋକସ କରାଯାଇଛି।

ଅଶୋଧିତ ତେଲ ସହ ଜଡିତ ଉତ୍ପାଦ ଏବଂ କମୋଡିଟି ଦର ବଢ଼ିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଏବଂ ମାଲ ପରିବହନ ଭଡା ବୃଦ୍ଧି ଯୋଗୁ ମଧ୍ୟ ବାଣିଜ୍ୟ ଉପରେ ଚାପ ପଡିଛି। ଯୁଦ୍ଧ ଯୋଗୁ ଆମଦାନି ଏକ ପ୍ରକାର ଅନିଶ୍ଚିତ ସ୍ଥିତି ଦେଇ ଗତି କରୁଛି । ଗତ ମାସରେ କମ୍ପାନି ଗୁଡ଼ିକ ଏସି,ଫ୍ରିଜ,ସାବୁନ,ଡିଟରଜେଣ୍ଟ,ତେଲ,ପୋଷାକ,ତେକୋରେଟିଭ ପେଣ୍ଟସ ଏବଂ ଜୋତା ଦର ବୃଦ୍ଧି କରିଥିଲେ ।କିଛି କମ୍ପାନି ଦରବୃଦ୍ଧିକୁ ନଜରରେ ରଖି ପ୍ୟାକ୍ ଗୁଡ଼ିକର ଆକାର କମାଇଥିଲେ। ଚଳିତ ମାସ ଶେଷ ସୁଦ୍ଧା ପୁଣି ଥରେ ଦର ବଢ଼ିବା ନେଇ ଆକଳନ କରାଯାଇଛି। ପାର୍ଲେ ଉତ୍ପାଦର ଉପସଭାପତି ମୟାଙ୍କ ଶାହ କହିଛନ୍ତି,ଉତ୍ପାଦ ଖର୍ଜ ବୃଦ୍ଧି ଏବଂ ବିଶ୍ୱ ବଜାରରେ ଅନିଶ୍ଚିତତା ଚିନ୍ତାଜନକ ହୋଇଛି। ରିଟେଲରମାନେ ମଧ୍ୟ ସତର୍କ ହୋଇ ଖର୍ଚ୍ଚ କରୁଛନ୍ତି। ଜୁଡିଓ ଏବଂ ୱେଷ୍ଟ ସାଇଜ ପରିଚାଳନା କରୁଥିବା ଟ୍ରେଣ୍ଟ ଲିମିଟେଡ ମୁତାବକ,ଜାନୁଆରି ମାର୍ଚ୍ଚ ତ୍ରୈମାସ ଚାହିଦା ପ୍ରଭାବିତ ରହିଛି। ଯୁଦ୍ଧ ଖାଉଟି ଚାହିଦାକୁ ଚାପଗ୍ରସ୍ତ କରିଛିIଯୋଗାଣ ଚେନ,କମୋଡିଟି ଦର ବୃଦ୍ଧି ଏବଂ ମୁଦ୍ରାଗୀତି ଦିଗ ଗୁଡ଼ିକ ମଧ୍ୟ ଏ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି।

ଏଡବ୍ଲ୍ୟୁଏଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଅଂଶୁ ମଲ୍ଲିକ କହିଛନ୍ତି,ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁ ଖାଇବା ତେଲ ଦର କିଲୋ ପିଛା ୧୦ ଟଙ୍କା ଯାଏ ବୃଦ୍ଧି ହେଲାଣି। ଏଭଳି ସ୍ଥିତିରେ ବେଶି ଦିନ ଦର ବୃଦ୍ଧି ଚାପ ସହ୍ୟ କରିବା ମୁସ୍କିଲ। ଅନ୍ୟ ପଟେ ଇରାନ-ଆମେରିକା ଯୁଦ୍ଧ ଏବେ ୨ ମାସରେ ପହଞ୍ଚିଛି। ଯୁଦ୍ଧ ନ ଥମିଲେ ମୁଦ୍ରାସ୍ଫୀତି ଏବଂ ଇନ୍ଧନ ସଙ୍କଟ ଭଳି ସମସ୍ୟା ସାରା ବିଶ୍ଵରେ ଜାରି ରହିବ।